Viral news – ଲିମ୍ବ ଗଛରେ ବାହାରିଲେ ନିଜେ ଜଗନ୍ନାଥ ଶଙ୍ଖ , ଚକ୍ର , ଗଦା, ପଦ୍ମ ସହ ଦେଲେ ଦର୍ଶନ

ଏଭଳି ଏକ ଚିତ୍ର ଭଦ୍ରକର ଭଣ୍ଡାରି ପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା ଗାଁ ରୁ ସାମ୍ନାକୁ ଆସିଛି।

ମହୂରା ଗାଁ ର ନରହରି ମିଶ୍ର ଙ୍କ ବାଡ଼ିରେ ବହୁ ପୁରୁଣା ନିମ୍ବ ଗଛ ରହିଛି।ପରିବାର ଲୋକ ଏହି ଗଛକୁ ପ୍ରତେକ ଦିନ ପୂଜା କରନ୍ତି।ନରହରି ଙ୍କ ସ୍ତ୍ରୀ ଏହି ଗଛଟିକୁ ୩୦ ବର୍ଷ ହେଲାଣି ପୂଜା କରିଆସୁଛନ୍ତି ।କିନ୍ତୁ ତା ପୂର୍ବରୁ ନରହରି ଙ୍କ ବାପା ଓ ମା ପୂଜା କରୁଥିଲେ।ଏହି ଗଛଟି ୩୦୦ ବର୍ଷ ହୋଇଗଲାଣି।

ତେବେ,ଏହି ଗଛରେ ଏହି ଆକୃତି ଛୋଟ ଛୋଟ ଥିଲା କିନ୍ତୁ ୫ ବର୍ଷ ଭିତରେ ଏମିତି ବଢ଼ି ଗଲା।ଆରୋଡିରୁ ଜଣେ ପୂଜକ ଆସି ଦେଖିକି କହିଥିଲେ ଠାକୁରଙ୍କ ମୂର୍ତ୍ତି ଅଛି ,ଦାରୁ ହେବେ ବୋଲି।
ତାଙ୍କର ବିଶ୍ବାସ ଆସିଲା କି ପ୍ରକୃତରେ ଭଗବାନଙ୍କ ର ଏହି ଚାରୋଟି ଚିହ୍ନ ଅଛି ମାନେ ଏହି ସ୍ଥାନରେ ଭଗବାନ ବାସ କରୁଛନ୍ତି।

ନରହରି ଙ୍କ ବାପା କହିଥିଲେ ଏହି ଗଛଟି ସାଧୁ ସନ୍ଥ କହିଛନ୍ତି କେବେ ବିକିବ ନାହିଁ ।ସବୁଦିନ ପୂଜା କରିବ।ଏବେ କିନ୍ତୁ ଗଛରେ ଭିନ୍ୟ ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ଗଛରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଆକୃତିର ଚିହ୍ନ ଦେଖା ଯାଉଥିବା ଲୋକମାନେ କହିଛନ୍ତି।ଏହି ଘଟଣା ପ୍ରସାରିତ ହେବା ପରେ ଲୋକମାନେ ଗଛମୂଳରେ ପୂଜା ଅର୍ଚ୍ଚନା କରୁଛନ୍ତି।

Leave a Comment