ଭାଇରାଲ ଭିଡିଓ

Tapaswini ଆଉ sumit ଙ୍କ ମାମଲା ରେ ପୁଣି ପରିବାର ର ହାତ ସନ୍ଦେହ, sumit ସୁଯୋଗ ଦେଖି ଫେରାର ହେଇଛନ୍ତି

ଦିନକୁ ଦିନ ସମୟ ଗଡି ଚାଲିଛି । ହେଲେ ଏମିତି କିଛି ଘଟଣା ରହୁଛି ଯାହାର ଅନ୍ତ କେବେ ହେବ କାହାକୁ ଜଣା ନାହିଁ । କେତେବେଳେ କିଏ କାହାକୁ ହତ୍ୟା କରୁଛି ତ କେତେବେଳେ କିଏ ନିଜ ଜୀବନ ନେଇଯାଉଛି। ଭଲ ମନ୍ଦ ପରିସ୍ଥିତି କୁ ନେଇ ଦୁନିଆ ଚାଲିଛି । ସମସ୍ତେ ବହୁତ କିଛି ଘଟଣା ଦେଖି ଚୁପ ମଧ୍ୟ ହେଇଯାଇଥାନ୍ତି । ବିଭିନ୍ନ ଅତ୍ୟାଚାର କୁ ସାମ୍ନା କରିବାର ଏବଂ ଭୁଲ ବିରୋଧ ରେ ସ୍ୱର ଉତ୍ତୋଳନ କରିବାର ସତ ସାହସ ସମସ୍ତଙ୍କ ପାଖରେ ନ ଥାଏ ।

ତେବେ ଦିନକୁ ଦିନ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି ତପସ୍ୱିନୀ ଏବଂ ସୁମିତ ଙ୍କ ପାରିବାରିକ ଝଗଡା ରେ । ସୁମିତ ତପସ୍ୱିନୀ ଙ୍କୁ ଛାଡି ଫେରାର ହେବା ୩ ଦିନ ହେଇଗଲାଣି । ହେଲେ ଏବେ ଯାଏ ପୋଲିସ ମଧ୍ୟ କିଛି କରିପାରି ନାହାନ୍ତି । ପୋଲିସ ସୁମିତ ଙ୍କ ପତ୍ତା ପାଉନାହିଁ । ତେବେ ତପସ୍ୱିନୀ ଏକ ଭିଡ଼ିଓ କରି କହିଛନ୍ତି ପୋଲିସ ଙ୍କୁ ସେ ସୁମିତ ଙ୍କୁ ଧରିବାକୁ କହିଥିଲେ ମଧ୍ୟ ସେ ଧରିନଥିଲେ ବୋଲି ତପସ୍ୱିନୀ କହିଛନ୍ତି ।

ତେବେ ତପସ୍ୱିନୀ ଙ୍କୁ ମଧ୍ୟ ଘର ଭିତରେ ପୋଲିସ ମାନେ ସବୁବେଳେ ପାଖା ପାଖି ରହୁଥିବା ,ଏମିତି କି ରୁମ କବାଟ ପେଲି ଭିତରେ ଚେୟାର ରେ ଶୋଉଛନ୍ତି ବୋଲି କହିଛନ୍ତି । ସୁମିତ ତାଙ୍କ ସ୍ୱାମୀ ।

ସେ ତାଙ୍କୁ ସେହି ସ୍ଥାନ ରେ ଛାଡିକି ଚାଲି ଯାଇଛନ୍ତି ତେଣୁ ସେ ଏବେ କେଉଁଠି କି ଯାଇପାରିବେ ନାହିଁ ,ଯଦି ଯିବେ ଶାଶୁଘର କି ଯିବେ ବୋଲି କହିଛନ୍ତି । ସତରେ ସୁମିତ ଏହି ପରି ଭାବରେ କୋର୍ଟ ଙ୍କ ନିର୍ଦେଶ କୁ ଅମାନ୍ୟ କରି କୁଆଡ଼େ ଚାଲିଯିବା ନିନ୍ଦନୀୟ ଘଟଣା ଅଟେ। ତେବେ ଏତେ ଦିନ ବିତିଥିଲେ ମଧ୍ୟ ଏବେ ଯାଏ ସୁମିତ ଙ୍କ କିଛି ଖବର ମିଳିନାହିଁ ।

Leave a Reply

Your email address will not be published. Required fields are marked *