ଶେଷ ନାଗ ବଞ୍ଚେଇଲେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ପୂଜାରୀଙ୍କୁ। ଉତ୍ତରା ଖଣ୍ଡର ଶ୍ୟାମପୁର ନାମକ ଛୋଟ ଗାଁ ଟେ ଅଛି।ଯେଉଁଠି ପବିତ୍ର ଗଙ୍ଗା ନଦୀ ରହିଥାଏ।ସେହି ଗଙ୍ଗା ନଦୀକୁ ଲାଗିକି ଗୋଟେ ପ୍ରାଚୀନ ଶିବ ମନ୍ଦିର ରହିଛି।ବହୁତ୍ ବର୍ଷ ହେଲାନି ଏହି ମନ୍ଦିର ସ୍ଥାପନ ହୋଇଛି ବୋଲି ଗାଁ ଲୋକ କହିଛନ୍ତି। ଆତ୍ମରାଜ୍ ନାମକ ସେବକ ସେଠାରେ ରୁହନ୍ତି ।ଦିନ ରାତି ଶିବଙ୍କ ଆରଧନାରେ ଲୀନ ରୁହନ୍ତି। ଆତ୍ମାରାଜ୍ ସବୁଦିନ ଗାଧୋଇ ସାରି ଗଙ୍ଗା ରୁ ପାଣି ଆଣି ଶିବଙ୍କର ଅଭିଷେକ କରୁଥିଲେ।
ତାପରେ ସେବା ପାଠ କରୁଥିଲେ।ଶୀତଦିନ ହୋଇଥିଲା କିନ୍ତୁ ଆତ୍ମାରଜ ଦୈନଦିନ କାମ କରିବା ପାଇଁ ବାହାରିଥିଲେ।ସେ ଗଙ୍ଗା ନଦୀରୁ ପାଣି ଆଣିବାକୁ ଯାଉଥିଲେ।ଓ ସେତିକି ବେଳେ ତାଙ୍କ ଗୋଡ଼ ଖସିଗଲା ଏବଂ ସେ ନଦୀରେ ପଡିଗଲେ।ତାଙ୍କୁ ପହଁରିବା ଆସେନି।ସେଥିପାଇଁ ସେ ଜୋରେ ଡାକ ଛଡ଼ିଲେ କିନ୍ତୁ କେହି ଶୁଣିଲେ ନାହିଁ।ନଦୀର ପ୍ରଖର ସ୍ରୋତ ଯୋଗୁ ନଦୀର ମଝି ଭାଗକୁ ପଳେଇଥିଲେ। ମରିବେ ବୋଲି ଜାଣି ଶେଷ ଥର ପାଇଁ ଶିବଙ୍କୁ ଆରାଧନା କରିଲେ।
ତାପରେ ତାଙ୍କୁ ଲାଗିଲା କି ତାଙ୍କ ଗୋଡ଼ରେ ଗୋଟେ ରଶି ବାନ୍ଧି ହେଉଛି।ଏବଂ ସେହି ରସି ରେ ତାଙ୍କୁ କିଏ ଟାଣିବାକୁ ଲାଗିଲା।ଏମିତି କରି ତାଙ୍କୁ କିଏ ନଦୀର ବାହାରକୁ ନେଇଆସିଲା।ସେ ଯେତେବେଳେ ଦେଖିଲେ ସେଇଟା ରଶି ନଥିଲା ଗୋଟେ ବଡ଼ ଦୁଇ ମୁହଁ ବାଲା ଶେଷ ନାଗ ଥିଲେ। କିଛି ଅସୁବିଧା ନ କରି ତାଙ୍କୁ ବଞ୍ଚେଇଥିଲେ।
ଏବଂ କିଛି ବାଟ ଯାଇ ଗାୟାବ ହୋଇଗଲେ। ଆତ୍ମାରଜ୍ ଏସବୁ ଦେଖି କିଛି ବୁଝିପାରିଲେ ନାହିଁ।କିନ୍ତୁ କିଛି ସମୟ ପରେ ସେ ଜାଣିପାରିଲେ ତାଙ୍କ ଜୀବନ ରକ୍ଷା ଆଉ କେହି ନୁହେଁ ସ୍ଵୟଂ ଶିବଙ୍କ ପଠେଇଥିବା ଶେଷ ନାଗ ଅଟନ୍ତି।ଏହି କଥା ଗାଁ ଲୋକମାନେ ଜାଣିଲେ।ସମସ୍ତେ ଶିବଙ୍କର ଆରତୀ କରିଲେ।