ରାଜ୍ୟ ଖବର

Viral video – ମଦପିଇ ହସୁଛି ବାପା ବହି ନାହିଁ ବୋଲି କାନ୍ଦୁଛି ପୁଅ ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ

ଏହି ଘଟଣାଟି ବିହାରର ରେହେତାଷ୍ ଜିଲ୍ଲାର ତେଲୁୁତ ବ୍ଲକ ରେ ଥିବା ସରକାରୀ ବିଦ୍ୟାଳୟ ରେ ଘଟିଛି।ଶିକ୍ଷକ ପଚାରିଥିଲେ କାହିଁକି ବହି ଆଣୁନ?

ସବୁଦିନ କହିବା ପରେ ବି ବହି ନ ଆଣିକି ଆସୁଛ। ୫ ଦିନ ନିରନ୍ତର କହିବା ପରେ ମଧ୍ୟ ପିଲାଟି ବହି ନ ଆଣିବାରୁ ତାକୁ ପ୍ରଶ୍ନ କରିଥିଲେ ଶିକ୍ଷକ। ଘରେ ବାପାଙ୍କୁ ବହି ଆଣିବା ପାଇଁ କହୁଛ କି ନାହିଁ?ଏମିତି ପ୍ରଶ୍ନ ଶୁଣି ପିଲାଟି ବିକଳ ହୋଇ କାନ୍ଦିଥିଲା ।

ପିଲାଟି କାନ୍ଦି କାନ୍ଦି କହୁଛି ବାପା ମତେ ବହି , ଖାତା,କଲମ କିଛି କିଣି କି ଦେଉନାହାନ୍ତି।ସବୁ ଟଙ୍କାରେ ମଦ ପିଇଦେଉଛନ୍ତି।ପିଲାଟିର ପାଠ ପଢିବାରେ ବହୁତ୍ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ପାଇ ପାରୁନାହିଁ।

ପିଲାଟି କହୁଛି ପଢିବ କେମିତି?ସାଙ୍ଗ ମାନେ ସ୍କୁଲ୍ ଯେତେବେଳେ ଯାଆନ୍ତି ତାଙ୍କୁ ଦେଖିକି ପିଲାଟିର ମଧ୍ୟ ଇଚ୍ଛା ହୁଏ ଯିବା ପାଇଁ।ବାପା ଯଦି ମଦ ପିଇବା ଛାଡ଼ିଦେବେ ତାହେଲେ ମୁଁ ପାଠ ପଢି ପାରନ୍ତି।ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଈରାଲ ହେଉଛି।

ପିଲାଟି ଶ୍ରେଣୀ ଗୃହ ରେ ଶିକ୍ଷକଙ୍କ ସାମ୍ନାରେ ବହୁତ୍ ଜୋରେ କାନ୍ଦୁଛି ।ପିଲାଟିର ବାପା ମଧ୍ୟ ସେଠି ଉପସ୍ଥିତ ଥିଲେ । ଆଉ ସେଠି ବାପା ଛିଡ଼ା ହୋଇ ହସୁଛି।

ପାଠ ପଢିବାରେ ଇଚ୍ଛା ଥିଲେ ମଧ୍ୟ ,ପାଠ ର ମହତ୍ତ୍ଵ ବୁଝିପାରୁନାହିଁ ମଦୁଆ ବାପା। ମଦ ନିଶାରେ ପିଲାର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଛି।ନିଶାରେ ଥିବା ମଣିଷ ସତରେ ସମ୍ପର୍କର ମହତ୍ୱ ବୁଝେନି।

Leave a Reply

Your email address will not be published. Required fields are marked *