ରାଜ୍ୟ ଖବର

ଭାଇଙ୍କୁ ଶହେ ସଲାମ Ato Driver ଫେରାଇଦେଲେ ଲକ୍ଷେ ଟଙ୍କାର ସୁନା ଗହଣା ଦେଖନ୍ତୁ ସମ୍ପୂର୍ଣ ରିପୋର୍ଟ

ଅଟୋ ଡ୍ରାଇଭର ଦେଖେଇଛନ୍ତି ସଚ୍ଚୋଟପଣିଆ।ହଜି ଯାଇଥିବା ଯାତ୍ରୀଙ୍କ ର ଜିନିଷ ସବୁ ଫେରାଇ ଦେଇଥିଲେ।ଯାତ୍ରୀ ଜଣଙ୍କ ଲକ୍ଷାଧିକ ଟଙ୍କା ଅଟୋ ରେ ଛାଡ଼ିଦେଇଥିଲେ ।

ଡ୍ରାଇଭର ସେ ଯାତ୍ରୀ ଜଣଙ୍କୁ ବହୁତ୍ ଖୋଜି ଥିଲେ କିନ୍ତୁ ନ ପାଇବାରୁ ପୋଲିସଙ୍କୁ ଜିନିଷ ଦେଇଥିଲେ।ଡ୍ରାଇଭର ଜଣଙ୍କ କହିଛନ୍ତି ସେ ଯାତ୍ରୀଙ୍କୁ ମନ୍ଦିର ପାଖରେ ନେଇ ଛାଡିଥିଲେ।ତାପରେ ୧ ଘଣ୍ଟା ପରେ ଦେଖିଲେ ଗାଡ଼ି ପଛ ପଟେ ବ୍ୟାଗ୍ ଟେ ଅଛି।ଡ୍ରାଇଭର ଅଟୋ ଷ୍ଟାଣ୍ଡ ର ସଦସ୍ୟ ମାନଙ୍କୁ କହିଥିଲେ।

ଏବଂ ବ୍ୟାଗ୍ ଟି ଖୋଲିକି ଦେଖିଲେ ସେଥିରେ ସୁନା ଗହଣା ଅଛି।

ପିଲାଙ୍କର ଖାଦ୍ୟର ଡବା ମଧ୍ୟ ଥିଲା।ଓ ଅନ୍ୟାନ୍ୟ ଜିନିଷ ଥିଲା

ତାପରେ ସମସ୍ତେ ମିଶି ଫେରେଇବା ପାଇଁ ଭାବିଥିଲେ ।ବ୍ୟାଗ୍ ଟି କୁ ଡିଏସପି ଙ୍କୁ ନେଇକି ଦେଲେ।ଡ୍ରାଇଭର ଜଣଙ୍କ କହିଛନ୍ତି ଆମେ ତ ପଇସା ଯେମିତି ନାହିଁ ସେମିତି କମେଇନେବୁ।ଆମର ଯେଉଁଟା ପ୍ରାପ୍ୟ ସେଇଟା ପାଇବୁ।

ଏହି ଜିନିଷ ଉପରେ ଆମର ପ୍ରାପ୍ୟ ନୁହେଁ।ସେଇଟାକୁ ଫେରେଇଦେବା ଉଚିତ୍।ଆମ ଜିନିଷ ଉପରେ ଲୋଭ ଥାଏ ।କିନ୍ତୁ ପର ଜିନିଷ ଉପରେ ଲୋଭ କରିବା ଠିକ୍ ନୁହେଁ।

 

ଏମିତି ୩-୪ଥର ହେଲାଣି କିନ୍ତୁ ପ୍ରଥମ ଥର ଓଟିଭି ରେ ଦେଖେଇଲେ।ସମ୍ମାନ ଟା ହିଁ ହେଉଛି ଧନ।ପେଟ ପାଇଁ ଯିଏ ଭିକ ମାଗୁଛି ସିଏ ବି ପଇସା କମାଉଛି। ଯାହାଙ୍କର ଜିନିଷ ଫେରାଇଛନ୍ତି ସେମାନେ ଅଟୋ ଡ୍ରାଇଭର ଉପରେ ବହୁତ୍ ଖୁସି ହେଇଛନ୍ତି ଆଉ ସମ୍ମାନ ,ସ୍ନେହ ଦେଇଛନ୍ତି।

ଆଉ କହିଛନ୍ତି ଭାଷା ହିଁ ନାହିଁ ଧନ୍ୟବାଦ୍ କହିବା ପାଇଁ।ଏବଂ ଡ୍ରାଇଭର ଜଣଙ୍କ କହିଛନ୍ତି ଯେମିତି ଆମ ଅଟୋ ଷ୍ଟାଣ୍ଡ ରେ କରିଲେ ,ସେମିତି ସବୁ ଅଟୋ ଚାଳକ ମାନେ ଭାବିବା ଉଚିତ।ଏମିତି ଯେଉଁ ଗେଷ୍ଟ ଜିନିଷ ଛାଡିକି ଯାଉଛନ୍ତି ତାଙ୍କୁ ଫେରାଇ ଦିଆଯାଉ।

Leave a Reply

Your email address will not be published. Required fields are marked *