ଭାଇରାଲ ଭିଡିଓ

Viral video – ଟିକେ ଟିକେ ରେ ବଞ୍ଚିଲା ଜୀବନ ସାମାନ୍ୟ ଅସାବଧାନତା ପାଇଁ ଘଟିଗଲା ଏତେ ବଡ଼ କାଣ୍ଡ ଲୋମ ଟାଙ୍କୁରା ଦୃଶ୍ୟ

ଜୀବନରେ ସମସ୍ତଙ୍କୁ କୌଣସି ନା କୌଣସି କାରଣରୁ ଜଲଦି ରହିଥାଏ l କିନ୍ତୁ ଏମିତି କଣ ଜଲଦି ରହିଥାଏ ଯେ ସେହି ଜଲଦି ନିଜ ଜୀବନକୁ ବିପଦରେ ପକାଇଦିଏ l

ଆଜି ସୋସିଆଲ ମିଡିଆରେ ଏମିତି ଏକ ଭିଜୁଆଲ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ l ଏହି ଘଟଣା ଟି ଘଟିଯାଇଛି ପଶ୍ଚିମବଙ୍ଗ ପୁରୁଲିଆ ରେଳ ଷ୍ଟେସନ ଠାରେ l

ଟ୍ରେନ ଷ୍ଟେସନରେ ଅଟକିବା ଆଗରୁ ଡେଇଁ ପଡିଲେ ଦୁଇ ମହିଳା l ସେତେବେଳେ ଟ୍ରେନ ଟି ମଧ୍ୟ ନିଜ ଗତି ପଥରେ ଆଗେଇ ଚାଲିଥିଲା ଆଉ ଅଳ୍ପ କିଛି ଦୂରରେ ସମ୍ପୂର୍ଣ ଅଟକିଥାନ୍ତା ଟ୍ରେନଟି l

ମାତ୍ର ଦୁଇଜଣ ମହିଳାଙ୍କୁ ବୋଧହୁଏ କୌଣସି କାମ ପାଇଁ ହୁଏତ ବହୁତ ଜଲଦି ଥିଲା ଯାହା ଫଳରେ ଦୁହେଁ ଚଳନ୍ତା ଟ୍ରେନ ରୁ ଆଖି ପିଛୁଳାକେ ଡେଇଁ ପଡିଲେ l

ଡେଇଁ ପଡିବା ପରେ ଦୃଶ୍ୟ ଆପଣ ନିଜେ ମଧ୍ୟ ଦେଖିପାରିବେ ତଳେ ଦିଆଯାଇଥିବା ଭିଡ଼ିଓରେ l ଦୁଇ ମହିଳା ଜଣଙ୍କ ଡେଇଁବା ମାତ୍ରେ ଜଣେ ଟ୍ରେନ ରୁ ସାମାନ୍ୟ ଦୂରରେ ପଡ଼ିଥିଲେ ଏବଂ ଅନ୍ୟଜଣେ ଡେଇଁ ପଡି ଟ୍ରେନ ର ମୁଖ୍ୟ ଫାଟକ ଆଡକୁ ଗଡି ଯାଇଥିଲେ l

ଠିକ ସେହି ସମୟରେ ସବୁ ଲୋକ ଦୌଡ଼ିଯାଇ ତାଙ୍କୁ ଭିଡିକି ଟ୍ରେନ ଫାଟକ ସମୁଖରୁ ରକ୍ଷା କରିଥିଲେ l କିନ୍ତୁ ଏହିପରି କାହିଁକି ଚଳନ୍ତା ଟ୍ରେନରୁ ଦୁଇ ମହିଳା ଡେଇଁପଡ଼ିଥିଲେ ତାଙ୍କୁ ଅନେକ ଲୋକ ଗାଳି ମଧ୍ୟ କରିଥିଲେ ଆଉ ଦିନେ ଏମିତି ନ କରିବା ପାଇଁ ପରାମର୍ଶ ଦେଇଥିଲେ l

ଏହି ଭିଡ଼ିଓ ସମ୍ପର୍କରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ l

Leave a Reply

Your email address will not be published. Required fields are marked *