ଫନି ଭିଡିଓ ଇଣ୍ଟରନେଟରେ ଭର୍ତ୍ତି ହୋଇ ରହିଛି, ଯେଉଁଥିରେ ପାକିସ୍ତାନୀ ସାମ୍ବାଦିକ ଚାନ୍ଦ ନବାବଙ୍କଠାରୁ ନେଇ ଅନେକ ସାମ୍ବାଦିକଙ୍କ ଭିଡିଓ କ୍ଲିପ ମଧ୍ୟ ରହିଛି | ତାଜା ଭିଡ଼ିଓଟା ପାକିସ୍ତାନର ହିଁ ଜଣେ ସାମ୍ବାଦିକ ଅମିନ ହାଫିଜଙ୍କର ଅଟେ, ଯାହାକୁ ଟ୍ୱିଟର ୟୁଜର @nailainayat ଜୁଲାଇ ୨୧ତାରିଖରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ‘ଅମିନ ହାଫିଜଙ୍କ ଏହି ଇଣ୍ଟରଭିୟୁ ବିନା ଇଦର ମଜା ଅଧୁରା ଅଟେ !’ ବାସ୍ତବରେ, କ୍ଲିପରେ ହାଫିଜ ଗୋଟିଏ ମଇଁଷିର ଇଣ୍ଟରଭିୟୁ ନେଉଥିବାର ଦେଖାଯାଉଛନ୍ତି | ତେବେ ଏହା ପ୍ରଥମଥର ନୁହେଁ ଯେ ସେ ଏପରି କିଛି କାରନାମା କରିଛନ୍ତି | ଆଜ୍ଞା ହଁ, ସେ ବେଳେବେଳେ ଏପରି ଇଣ୍ଟରଭିୟୁ ନେଇଥାନ୍ତି, ଯେଉଁଥିପାଇଁ ଅନେକଥର ଟ୍ରୋଲରମାନଙ୍କର ଶିକାର ମଧ୍ୟ ହୋଇଥାନ୍ତି |
ପ୍ରଥମେ ଇଣ୍ଟରଭିୟୁ ଦେଖନ୍ତୁ :-
Now what is Eid without Amin Hafeez interviewing cattle.. pic.twitter.com/5r2sfh5Ua7
— Naila Inayat (@nailainayat) July 21, 2021
ଏହି କ୍ଲିପରେ ଦେଖାଯାଇପାରେ ଯେ ପାକିସ୍ତାନୀ ସାମ୍ବାଦିକ ଅମିନ ହାଫିଜ ଗୋଟିଏ ମଇଁଷି ଆଗକୁ ମାଇକ ନେଇଯାଇ ପଚାରନ୍ତି, ‘ତେବେ ଆପଣ କୁହନ୍ତୁ ଯେ ଆପଣଙ୍କୁ ଲାହୋରକୁ ଆସି କିପରି ଲାଗୁଛି ?’ ଏହା ଉପରେ ମଇଁଷି ଏପରି ଉତ୍ତର ଦିଏ ଯେ ସାମ୍ବାଦିକ ଖୁସିରେ ଝୁମିଉଠନ୍ତି | ବାସ୍ତବରେ, ଯେତେବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମଇଁଷି ଭେଁ … କରିଦିଏ, ସେତେବେଳେ ହାଫିଜ ମିଆଁ ନିଜେ କହିବାକୁ ଲାଗନ୍ତି ଯେ, ‘ମଇଁଷି ଜବାବ ଦେଉଛି ଯେ ଲାହୋର ଭଲ ଲାଗିଲା |’
ଯେତେବେଳେ ପଚାରିଦେଲେ ଦ୍ୱିତୀୟ ପ୍ରଶ୍ନ :-
https://twitter.com/Ankitkotak1/status/1417804677949779968?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1417804677949779968%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Ffunny-photos%2Fbuffalo-interview-by-pakistani-reporter-amin-hafeez-funny-video-goes-viral-56367%2F
Pagal panti
— Mohit Rajput (@MohitRa91866347) July 22, 2021
https://twitter.com/parodhiyu/status/1417784184731471873?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1417784184731471873%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Ffunny-photos%2Fbuffalo-interview-by-pakistani-reporter-amin-hafeez-funny-video-goes-viral-56367%2F
ହାଫିଜ ଏତିକିରେ ଅଟକି ନାହାନ୍ତି, ସେ ମଇଁଷିଥାରୁ ଅଲଗା ପ୍ରଶ୍ନ ପଚାରନ୍ତି ଯେ ‘ଆପଣ କୁହନ୍ତୁ, ଲାହୋରର ଖାଇବା ଭଲ କି ଆପଣଙ୍କ ଗାଁର ଖାଇବା ଭଲ |’ ଏହା ଉପରେ ମଇଁଷି ପୁଣିଥରେ ଭେଁ … କରେ ଏବଂ ସାମ୍ବାଦିକ ସାହେବ ଖୁସିରେ ଡେଇଁ ପଡନ୍ତି ଏବଂ କୁହନ୍ତି – ‘ହଁ କହୁଛି, ଲାହୋରର ଖାଇବା ଭଲ ଅଟେ |’
ଏହି ଭିଡିଓ ସୋସିଆଲ ମିଡ଼ିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଇଛି | ନ୍ୟୁଜ ଭାବରେ ଲେଖାଯିବା ବେଳକୁ ଏହାକୁ ପ୍ରାୟ ୯ ହଜାର ଭ୍ୟୁ ଏବଂ ୫୦୦ ରୁ ଅଧିକ ଲାଇକ ମିଳିଛି | କିନ୍ତୁ ଏହି ଭିଡିଓ ଦେଖି ମଜାକ କରୁଥିବା ଲୋକମାନଙ୍କ ସହିତ ଅନ୍ୟ କିଛି ଲୋକ ସାମ୍ବାଦିକଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି |