ଆମକୁ ଆଉ ନ୍ୟାୟ ମିଳିବନି ବୋଲି କୋହ ଭରା କଣ୍ଠ ରେ କହିଲେ ସୌମ୍ୟ ଙ୍କ ବାପା..

ବିଦ୍ୟା ଭାରତୀ ଆଉ ସୌମ୍ୟ ଙ୍କ କେସ ଦିନକୁ ଦିନ ରସାତଳ କୁ ଗତି କରିବାକୁ ଲାଗିଲାଣି, କେବେ ଯେ ମିଳିବ ନ୍ୟାୟ ତାହା ଅନେଇ ଅନେଇ ଏକ ପ୍ରକାର ଥକି ଗଲେଣି ବାପା ମା,

ଗତକାଲି ହାଇକୋର୍ଟ ଆଗରେ ବିକ୍ଷୋଭ ପ୍ରକାଶ କରିଛନ୍ତି ସୌମ୍ୟ ଙ୍କ ବାପା, କହିଛନ୍ତି କି  ଯେଉଁଦିନ ଘଟଣା ଘଟିଥିଲା ସେଇ ଦିନ ହିଁ ସଂଗୃହିତ ପ୍ରମାଣ କଣ ପାଇଁ ବ୍ୟବହାର ହେଲାନି, କଣ ପାଇଁ ତାପରଦିନ ଆଉ ଥରେ ପ୍ରମାଣ ସଂଗ୍ରହ ହେଲା ଆଉ ଏଥିରେ କିଏ ସବୁ ସାମିଲ ଅଛନ୍ତି ତାହା ତଦନ୍ତ ହେଉନି କଣ ପାଇଁ

ଆବଶ୍ୟକ ସ୍ଥଳେ କଣ ପାଇଁ ପ୍ରମାଣ ନଷ୍ଟ କଲେ ଆଇଆଇସି ବିବେକା ନନ୍ଦ, DFO ଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଜାଣିଶୁଣି ପ୍ରଥମ ଦିନରୁ ଏମିତି କରା ଯାଇଥିଲା, ୮୧ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ନ୍ୟାୟ ମିଳିନି, କି ମିଳିବନି ମଧ୍ୟ..

ଏମିତି କିଛି କହିଛନ୍ତି ସୌମ୍ୟ ଙ୍କ ବାପା, ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ମୋ ପୁଅ ଜଣେ ଜଙ୍ଗଲ ବିଭାଗ ର କର୍ମଚାରୀ, ଏତେ ବଡ ପୋଷ୍ଟ ରେ ଥାଇ ସେ ମରିଗଲା ହେଲେ ଜଙ୍ଗଲ ବିଭାଗ କି ମୁଖ୍ୟମନ୍ତ୍ରୀ କେହି ବି ଏଇ ଘଟଣା ରେ ଚୁପ୍ ରହୁଛନ୍ତି କଣ ପାଇଁ? ଟିଭି ରେ ସମସ୍ତେ ଏତେ କଥା କହିଲେ ହେଲେ ନ୍ୟାୟ ବେଳକୁ କେହି ନାହିଁ,..

ଆମେ ଏବେ ହାଇକୋର୍ଟ ଆସିଛ ଆମ ପୁଅ ର ତଦନ୍ତ ଭାର ସିବିଆଇ ହାତରେ ଦେବାକୁ, ଯେହେତୁ ଆମ ପୁଅ କୁ କ୍ରାଇମବ୍ରାଞ୍ଚ ,ପୋଲିସ କି ସରକାର ନ୍ୟାୟ ଦେଇପାରିଲେନି ଆମେ ଏବେ ଚାହୁଁଛୁ ଆମ ପୁଅ ର ତଦନ୍ତ ସିବିଆଇ କରୁ..

 

Leave a Comment