ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ମହାଭାରତରେ କରାଯାଇଛି କଳିଯୁଗ ବିଷୟରେ ଉଲ୍ଲେଖ, ଏହି ସମୟରେ ଏପରି ହେବ ଦୁନିଆ ଏବଂ ଏହିପରି ହେବ ଏହାର ଅନ୍ତ

ମହାଭାରତ ଯୁଦ୍ଧ ସମାପ୍ତ ହେବାପରେ ପାଞ୍ଚ ପାଣ୍ଡବ ଶ୍ରୀକୃଷ୍ଣଙ୍କ ପାଖକୁ ଗଲେ ଏବଂ ଏମାନେ ଶ୍ରୀକୃଷ୍ଣଙ୍କୁ କଳିଯୁଗକୁ ନେଇ ପ୍ରଶ୍ନ କଲେ | ଏମାନେ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଯେ ଆସନ୍ତା ଯୁଦ୍ଧ ଏବଂ କଳିଯୁଗ କିପରି ହେବ ? ପାଣ୍ଡବମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀକୃଷ୍ଣ ସେମାନଙ୍କୁ କହିଥିଲେ ଯେ ତୁମେମାନେ ଯାଇ ଜଙ୍ଗଲରେ ବୁଲିଆସ | ସେଠାରେ ତୁମାନଙ୍କୁ ଯାହା ବି ଦେଖାଯିବ, ତାହାକୁ ମୋ ସାମ୍ନାକୁ ଆସି ବର୍ଣ୍ଣନା କରିବ | ଶ୍ରୀକୃଷ୍ଣଙ୍କ କଥା ମାନି ପାଞ୍ଚ ପାଣ୍ଡବ ଜଙ୍ଗଲକୁ ଚାଲିଗଲେ ଏବଂ ସମ୍ପୂର୍ଣ୍ଣ ଜଙ୍ଗଲକୁ ଭଲଭାବରେ ବୁଲି ଆସିଲେ |

ଜଙ୍ଗଲରେ ବୁଲିବାପରେ ପାଞ୍ଚ ପାଣ୍ଡବ ସିଧା ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ | ଶ୍ରୀକୃଷ୍ଣ ଜଣ ଜଣ କରି ପାଞ୍ଚ ଭାଇଙ୍କୁ ପଚାରିଲେ ଯେ ପ୍ରକୃତରେ ସେମାନେ ଜଙ୍ଗଲରେ କଣ ଦେଖିଲେ | ଅର୍ଜୁନ ସର୍ବପ୍ରଥମେ ଉତ୍ତର ଦେଇ କହିଲେ ଯେ ସେ ବଡ଼ ପକ୍ଷୀକୁ ଦେଖିଲେ | ଯାହାର ପରଗୁଡିକ ଉପରେ ବେଦ ଲେଖାଥିଲା, କିନ୍ତୁ ସେ ପଶୁ ମାଂସ ଖାଉଥିଲା | ଶ୍ରୀକୃଷ୍ଣ ଅର୍ଜୁନଙ୍କ କଥା ଶୁଣିବାପରେ କହିଲେ ଯେ କଳିଯୁଗରେ ଏମିତି କିଛି ହେବ | ଯାହାକୁ ବୁଦ୍ଧିମାନ କୁହାଯିବ, କିନ୍ତୁ ସେ ଅନ୍ୟମାନଙ୍କର କ୍ଷତି କରିବା ପୂର୍ବରୁ ଥରେ ବି ଚିନ୍ତା କରିବ ନାହିଁ | ନିଜର ଫାଇଦା ପାଇଁ ସେ ସବୁ ସୀମା ଅତିକ୍ରମ କରିଦେବ |

ଉତ୍ତର ଦେବାପରେ ଶ୍ରୀକୃଷ୍ଣ ପୁଣିଥରେ ପାଞ୍ଚ ଭାଇଙ୍କୁ ପଚାରିଲେ ଯେ ଆପଣ ଜଙ୍ଗଲରେ କଣ ଦେଖିଲେ | ଜଣେ ଉତ୍ତର ଦେଇ କହିଲେ ଯେ ଗୋଟିଏ ବଡ଼ ପାହାଡ ପଡି ତଳକୁ ଗଡି ଆସୁଥିଲା | ସେ ବଡ଼ ବଡ଼ ଗଛ ପାଖରେ ମଧ୍ୟ ଅଟକି ନଥିଲା, କିନ୍ତୁ ଏକ ଛୋଟ ଗଛ ତାକୁ ଅଟକାଇ ଦେଲା | ଏହା ଉପରେ ଶ୍ରୀକୃଷ୍ଣ ଜବାବ ଦେଇ କହିଲେ ଯେ କଳିଯୁଗରେ ସମସ୍ତଙ୍କ ମତି ଭ୍ରଷ୍ଟ ହେବ | ସମସ୍ତେ ଧନ ପଛରେ ଧାଇଁବେ | ଧନ ରୂପରେ ବୃକ୍ଷ ସେମାନଙ୍କୁ କେବେ ବି ଠିକ କରି ପାରିବନାହିଁ ଏବଂ ସେମାନଙ୍କ ମନ ଶାନ୍ତ ହେବନାହିଁ | ତେବେ ଯଦି ସେମାନେ ଛୋଟ ଗଛ ଅର୍ଥାତ ହରିଙ୍କ ନାମ ନେବେ, ସେତେବେଳେ ଯାଇ ସେମାନଙ୍କ ସମସ୍ୟାର ନିବାରଣ ହୋଇଯିବ | ହରି ନାମ ଜପିବା ଦ୍ୱାରା କଳିଯୁଗରେ ମନକୁ ଶାନ୍ତି ମିଳିବ |

ଶ୍ରୀକୃଷ୍ଣ ପୁଣି ଭୀମଙ୍କୁ ପଚାରିଲେ ଯେ ଆପଣ ଜଙ୍ଗଲରେ କଣ ଦେଖିଲେ | ଭୀମ କହିଲେ ଯେ ସେ ଏପରି ଗୋଟିଏ ଗାଈକୁ ଦେଖିଲେ, ଯିଏ ପିଲାମାନଙ୍କୁ ଏମିତି ଭାବେ ଚାଟୁଥିଲା ଯେପରି ସେମାନଙ୍କ ଶରୀରରୁ ରକ୍ତ ବୋହୁଛି | ଏହା ଉପରେ ଶ୍ରୀକୃଷ୍ଣ କହିଲେ ଯେ ଲୋକମାନେ କଳିଯୁଗରେ ନିଜ ପିଲାମାନଙ୍କୁ ଏତେ ଭଲ ପାଇବେ ଯେ ତାଙ୍କ ଭଲପାଇବା କାରଣରୁ ସେମାନଙ୍କ ବିକାଶ ହିଁ ଅଟକିଯିବ | କଳିଯୁଗରେ ପିଲାମାନେ ବିକାଶଶୀଳ ହେବେନାହିଁ | ବାପା-ମାଆଙ୍କ ପ୍ରେମ ସେମାନଙ୍କୁ ବର୍ବାଦ କରିଦେବ |

ଏହାପରେ ପାଣ୍ଡବ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ସେମାନେ ଜଙ୍ଗଲରେ ଦୁଇଟି ଶୁଣ୍ଢ ଥିବା ହାତୀ ମଧ୍ୟ ଦେଖିଲେ | ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ଏପରି ଦୁଇ ମୁଖିଆ ଲୋକ ହେବେ, ଯେଉଁମାନଙ୍କ ହାତରେ ଶକ୍ତି ଥିବ | ସେମାନେ କହିବେ କିଛି ଆଉ କରିବେ ଆଉ କିଛି | ଏହିପରି ଭାବେ ସେମାନେ ନିରୀହ ଲୋକମାନଙ୍କୁ ଶୋଷଣ କରିବେ |

ତାପରେ ଶ୍ରୀକୃଷ୍ଣ ସହଦେଵଙ୍କୁ ପଚାରିଲେ ତୁମେ ଜଙ୍ଗଲରେ କଣ ଦେଖିଲ | ସହଦେଵ ଉତ୍ତର ଦେଇ କହିଲେ ଯେ ଜଙ୍ଗଲରେ ବହୁତ ଗୁଡିଏ କୂଅ ଥିଲା, ଯାହାକି ଖାଲି ଥିଲା | ଶ୍ରୀକୃଷ୍ଣ ଏହାର ଅର୍ଥ ସ୍ପଷ୍ଟ କରି କହିଲେ ଯେ କଳିଯୁଗରେ ଲୋକମାନେ ନିଜର ଝିଅର ବିବାହରେ ବହୁତ କିଛି ଖର୍ଚ୍ଚ କରିବେ | କିନ୍ତୁ କୌଣସି ଗରିବ ଏବଂ ଭୋକିଲା ବ୍ୟକ୍ତିଙ୍କୁ ଦେଖିଲେ ତାକୁ ଦାନ ଦେବେ ନାହିଁ |

ଏହିପରି ଶ୍ରୀକୃଷ୍ଣ କଳିଯୁଗର ବର୍ଣ୍ଣନା ପାଣ୍ଡବମାନଙ୍କ ଆଗରେ କଲେ ଏବଂ କହିଲେ ଯେ କିପରି କଳିଯୁଗରେ ଲୋକମାନଙ୍କ ବୁଢ଼ୀ ଖରାପ ହୋଇଯିବ ଏବଂ ସେମାନେ ଅଧର୍ମ ରାସ୍ତାରେ ଚାଲିବେ |

Leave a Reply

Your email address will not be published. Required fields are marked *