ଦେଶ ଦୁନିଆ

ମୋ ସ୍ତ୍ରୀ ର ଯାହା ବି ହେବ ପୋଲିସ ଦାୟୀ, ମତେ ମୋ ସ୍ତ୍ରୀ ଆଣିଦିଅ

ପ୍ରେମ ପାଇଁ ମଣିଷ ବହୁତ୍ କିଛି କରିପାରେ । ନିଜ ଜୀବନ ମଧ୍ୟ ଦେଇପାରେ ଓ ଜୀବନ ନେଇ ମଧ୍ୟ ପାରେ । ତେବେ ଆସନ୍ତୁ ସେମିତି କିଛି ଘଟଣା ସମ୍ପର୍କ ରେ ଜାଣିବା ।

୨ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ ମୋହନା ଅନ୍ତର୍ଗତ ଗ୍ରାମ ର ପୁଅ ଓ ଝିଅ । ଝିଅ ଘର ଲୋକ ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିଲେ ଓ ଝିଅ କୁ ବିରୋଧ କଲେ । ପୁଅ ର କହିବା ମୁତାବକ ଝିଅ ତାକୁ ବାଧ୍ୟ କରି ଘରୁ ଫେରାର ହେବାକୁ ଓ ବିବାହ କରିବାକୁ କହିଥିଲେ ,ନହେଲେ ଆତ୍ମହତ୍ୟା କରିବ ବୋଲି ଝିଅ ଟି କହିଥିଲା ।

ଏକାଠି ଗୋଟେ କଲେଜ୍ ରେ ପଢୁଥିଲେ ଓ ସେଇଠୁ ହିଁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ତେବେ ଦୁହେଁ ଘରୁ ପଳେଇ ଥିଲେ ଓ ରେଜିଷ୍ଟ୍ରି ମ୍ୟାରେଜ ମଧ୍ୟ କରିଲେ । ଝିଅ ଘର ଲୋକ ମୋହନା ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ପୁଅ ର ମା କୁ ତାଙ୍କ ପୁଅ ବୋହୁ କୁ ଥାନା କୁ ଆଣିବାକୁ କହିଥିଲେ । ଯାହାଦ୍ବାରା ତାଙ୍କୁ ସୁରକ୍ଷା ଦିଆଯିବ ବୋଲି ମଧ୍ୟ କହିଥିଲେ । ପୁଅ ,ଝିଅ ମଧ୍ୟ ଥାନାକୁ ଆସିଥିଲେ।

ହେଲେ ଝିଅ ଘର ଲୋକ ବହୁତ୍ ଜଣ ଆସି ଜୋର୍ ଜବରଦସ୍ତ ଝିଅ କୁ ଟେକିକି ଥାନା ଭିତରୁ ନେଇକି ପଳେଇଲେ । ତେବେ ପୁଅ ଟି ଅଭିଯୋଗ କରିଛନ୍ତି କୁ ଥାନା ର ଦାୟିତ୍ଵହିନ ବ୍ୟବହାର ପାଇଁ ଏମିତି ହୋଇଛି। ଓ ଯଦି ଝିଅ ର କିଛି ବି ଅସୁବିଧା ହୁଏ ତେବେ ସେଥିପାଇଁ ଥାନା ରେ ସମସ୍ତେ ଦାୟୀ ବୋଲି କହିଛନ୍ତି । ତାଙ୍କ ପାଖରେ ରେଜିଷ୍ଟ୍ରି ମ୍ୟାରେଜ୍ ର ସାର୍ଟିଫିକେଟ ଅଛି ବୋଲି କହିଛନ୍ତି । ତେବେ ଆଗକୁ ଏହି ଘଟଣା କଣ ହେବ ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *