ରାଜ୍ୟ ଖବର

ଆସିଲା ସୌମ୍ୟ ଙ୍କ ମାମଲା ରେ ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ : ଏବେ ଜେଲ ର ରାସ୍ତା ପକ୍କା..

ବହୁ ପ୍ରତୀକ୍ଷା ପରେ ଆସିଲା ୩ ଜଣ ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ର ରିପୋର୍ଟ, ବିଦ୍ୟା ଭାରତୀ , ସଂଗ୍ରାମ କେଶରୀ ଆଉ ରୋଷେଇଆ ଙ୍କ ହେଇଥିଲା ଲାଏ ଡିଟେକ୍ସନ ଟେଷ୍ଟ , ବହୁ ପ୍ରତିକ୍ଷୀତ ସୌମ୍ୟ ରଂଜନ ମୃତ୍ୟୁ ମାମଲା ଏବେ ବି ଅଡ଼ୁଆ ସୂତା ପରି ହେଇକି ଅଛି ଯାହା ଖୋଲିବା ଦିନକୁ ଦିନ ମୁସ୍କିଲ ଲାଗୁଛି

 

କ୍ରାଇମ୍ ବ୍ରାଞ୍ଚ ଏଇ ନେଇ ସ୍ପଷ୍ଟି କରଣ ଦେଇଛି ଯେ ଆମକୁ ଏହି ରିପୋର୍ଟ ମାଧ୍ୟମ ରେ ଆଗକୁ ସୌମ୍ୟ ଙ୍କ ମୃତ୍ୟୁ ମାମଲା ରେ ବହୁତ୍ ସାହାଯ୍ୟ ମିଳିବ, ତେବେ ଆମେ ଆମର ତଦନ୍ତ ଜାରି ରଖିଛୁ ।

କହି ରଖୁଚୁ ଏଯାବତ୍ ସୌମ୍ୟ ଙ୍କ ମାମଲାରେ କୌଣସି ଉନ୍ନତି ପରି ଲଖିତ ହେଉନି, ସୌମ୍ୟ ଙ୍କ ପରିବାର ତରଫରୁ ଏକ ପ୍ରକାର ନିରାଶା ଭାବ ଆସିଗଲାଣି, ବାପା ମା ଆଉ ଭାଇ ମାନେ ସୌମ୍ୟ ଙ୍କ ମାମଲା ରେ ନେଇ ଚିନ୍ତିତ ଥିବା ବେଳେ ଏହା ଭିତରେ ବିଦ୍ୟା ଗତକାଲି ବଲାଙ୍ଗୀର ଯାଇ ତାଙ୍କ ପରୀକ୍ଷା ଦେଇ ଆସିଥିବା ଜଣା ପଡ଼ିଛି

ମରିବା ଲୋକ ମରିଗଲା ହେଲେ ସ୍ତ୍ରୀ ଲୁହ ଝରେଇଲାନି କି ଦଶାହ କର୍ମ ରେ ଉପସ୍ଥିତି ରହିଲାନି, ନା ବିଦ୍ୟା ଙ୍କ ପରିବାର ପକ୍ଷ ରୁ କେହି ବି ଅନ୍ତେଷ୍ଟି କ୍ରିୟା ରେ ଯୋଗ ଦେଇଥିଲେ, ଏଇ କି ପ୍ରକାର ବିବାହ ଆଉ ଏଇ କି ପ୍ରକାର ଦମ୍ପତି ଯେଉଁଠି ସ୍ବାମୀ ମରିଗଲେ ସ୍ତ୍ରୀ ସ୍ବାମୀ ର ଶବ ଛାଡି ବାପ ଘରକୁ ପଳାଏ,

ଭଗବାନ୍ ଉଚିତ୍ ନ୍ୟାୟ କରିବେ ବୋଲି ଆମ ଆଶା, ଯଦି କାନୁନ୍ ଆଉ ସରକାର ଠିକ୍ ଭବେ କାମ କରୁଥିବେ ତାହାଲେ ସୌମ୍ୟ ଙ୍କୁ ନ୍ୟାୟ ଜଲ୍ଦୀ ମିଳିବ

Leave a Reply

Your email address will not be published. Required fields are marked *