ମହାପ୍ରଭୁ ଲିଙ୍ଗ ରାଜ ମନ୍ଦିର ବଡ଼ି ଭୋରୁ ଶ୍ରଦ୍ଧାଳୁ ଙ୍କ ଭିଡ଼ରେ ପୁରି ଉଠୁଛି।ଜଣେ ମହିଳା ଅନ୍ୟ ଜଣ ମହିଳାଙ୍କୁ ନିଜ ପିଠିରେ ବୋହି କରି ନେଉଥାନ୍ତି।
ପାର୍ଶ୍ଵ ଦେବତା ବୁଢ଼ାଗଣେଶଙ୍କ ନିକଟକୁ ଯିବା ପାଇଁ ଧିରେ ଧୀରେ ପାହାଚ ଉପରକୁ ଉଠୁଥିଲେ।ସବୁ ଦେବା ଦେବୀଙ୍କୁ ଦର୍ଶନ କରୁଥିଲେ ଓ ପିଠିରେ ଆଣୁଥିବା ମହିଳାଙ୍କୁ ମଧ୍ୟ ଦର୍ଶନ କରାଉଥିଲେ।ମହିଳା ଜଣଙ୍କ ଯେତେବେଳେ ଥକି ଗଲେ ଆଉ ଜଣେ ପୁରୁଷ ଆସିଲେ ଓ ସାହାଯ୍ୟ କରିଲେ।
ଭୁବନେଶ୍ୱର ଗୌତମ ନଗରରେ ରୁହନ୍ତି। ପିଠି ରେ ଯାହାକୁ ନେଉଥିଲେ ସେ ଜଣେ ଦିବ୍ୟାଙ୍ଗ।୫ ବର୍ଷ ବୟସରେ ପୋଲିଓ ରେ ଆକ୍ରାନ୍ତ ହେବ ପରେ ଏଭଳି ଅବସ୍ଥା ତାଙ୍କର ହୋଇଛି।ତାଙ୍କର ବାଲ୍ୟବିବାହ ହୋଇଥିଲା କିନ୍ତୁ ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ହୋଇସାରିଛି।
ଏବେ ବାପ ଘରେ ରହୁଛନ୍ତି।ପିଠି ରେ ଯିଏ ବୋହି କି ନେଇକି ଯାଉଛନ୍ତି ସେ ଭାଉଜ।ଏବଂ ପୁରୁଷ ଜଣଙ୍କ ହେଉଛନ୍ତି ଭାଇ।ଭଉଣୀର ପ୍ରଭୁଙ୍କ ଦର୍ଶନ କରିବାର ଇଛା ହେଲା ତାକୁ ଭାଇ ଓ ଭାଉଜ ମିଶି ପୂରଣ କରିଲେ।
ସେ ଯୁଆଡକୁ ବି ଯାଆନ୍ତି ଶ୍ରବଣ କୁମାର ଭଳି ପିଠିରେ ବୋହି ନିଅନ୍ତି ସବୁ ଯାଗାକୁ।ପଚାରିଲେ କୁହନ୍ତି ଏଇଟା ହେଉଛନ୍ତି ଈଶ୍ବରଙ୍କ ଇଛା।
ଆମେ ଏହି ସ୍ୱାର୍ଥପର ଦୁନିଆରେ ଭାଇ ଓ ଭଉଣୀ ସଂପର୍କ ଏବଂ ଭାଉଜ ଆଉ ନଣନ୍ଦଙ୍କ ସଂପର୍କ କିପରି ଜାଣିଛ।ଆଜିକା ଏହି ଦୁନିଆରେ ଏମିତି ଭାଇ ଓ ଭାଉଜ ମିଳିବେ କି।ନିଜ ବାପା ମାଆଙ୍କୁ ପର କରି ଦେଉଥିବା ପିଲା ମାନେ କିଛି ଶିଖିବା ଉଚିତ୍।