ଗତ ୨୫ ତାରିଖ ଦିନ କଟକର ମୁଣ୍ଡଳୀ ବ୍ରିଜ ନିକଟରେ ଫସିଯାଇଥିଲା ଏକ ହାତୀ। ବନ୍ୟା ପାଣି କାରଣରୁ ସେ ହାତୀଟି ଭୋରରୁ ଫସିଯାଇଥିଲା। ତାଙ୍କୁ ରକ୍ଷା କରିବା ପାଇଁ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରାଯାଇଥିଲା। ହାତୀଟି କୁଳ ନିକଟରୁ ଆସି ମଧ୍ୟ ଫେରି ଯାଇଥିଲା। ତାପରେ ସେ ନଦୀର ମଝିରେ ଫସି ରହିଥିଲା। ହାତୀକୁ କୁଳକୁ ଆଣିବା ପାଇଁ ଓଡ୍ରାଫ ଦଳ ଯାଇଥିଲେ। ଓଡ୍ରାଫ ଦଳର ୫ଜଣ ସଦସ୍ୟଙ୍କ ସହିତ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଯାଇଥିଲେ।
ହାତୀଟିକୁ କୁଳ ନିକଟକୁ ଆଣିବା ସମୟରେ ଅଚାନକ ଓଡ୍ରାଫ ଦଳର ରବର ବୋଟଟି ନଦୀ ମଝିରେ ଓଲଟି ପଡିଥିଲା। ଓଲଟି ପଡିବା କାରଣରୁ ବୋଟରେ ଥିବା ୭ଜଣ ସଦସ୍ୟ ସେଠାରେ ବୁଡିଯାଇଥିଲେ। ସେଥିରୁ ସମସ୍ତଙ୍କୁ ଉଦ୍ଧାର କରଯାଇଥିଲା। କିନ୍ତୁ ଓଡ୍ରାଫ ଦଳର ଜଣେ ସଦସ୍ୟ ନିଖୋଜ ଥିଲେ। ଓଟିଭିର ଚିଫ ରିପୋର୍ଟ ଉଦ୍ୟମ କରିଥିଲେ କିନ୍ତୁ ସେ ବିଫଳ ହୋଇଯାଇଥିଲେ ଓ ନଦୀରୁ ଭାସି ଆସିଥିଲେ କିଛି ବାଟ ଆଗକୁ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ତାଙ୍କୁ କଟକର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଅରିନ୍ଦମ ଦାସ ଆମ ଗହଣରେ ନାହାନ୍ତି। ସେ ଜଣେ ନିର୍ଭୀକ ଓ ସାହସୀ ରିପୋର୍ଟର ଥିଲେ। ସେ ଅନେକ ବଡ ବଡ ରେସ୍କ୍ଯୁ ଅପରେସନରେ ସାମିଲ ହୋଇ ରିପୋର୍ଟିଂ କରିଛନ୍ତି। ସେ କେବଳ ଓଡିଶାରେ ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ବହୁତ ଖ୍ଯାତି ଅର୍ଜନ କରିଛନ୍ତି। ତାଙ୍କର ବିୟୋଗରେ ସାରା ଓଡିଶାରେ ଏକ ଶୋକର ଛାୟା ଖେଳିଯାଇଛି। ସେ ଶେଷଥର ପାଇଁ ତାଙ୍କୁ ସ୍ତ୍ରୀଙ୍କ ସହିତ କଥା ହୋଇଥିଲେ। ସେ ତାଙ୍କ ବାପା-ମାଙ୍କର ଏକ ମାତ୍ର ପୁଅ ଥିଲେ ଓ ତାଙ୍କର ଏକ ଶିଶୁ ପୁତ୍ର ଥିଲା। ବାପାଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଥିଲା। ବର୍ତ୍ତମାନ ତାଙ୍କର ବିୟୋଗରେ ସାରା ଓଡିଶା ତାଙ୍କୁ ଝୁରୁଛି।