ଆଗକୁ ଆସୁଛି ଦଶହରା । ଆସିବେ ମା ଦୁର୍ଗା । ଦୁଃଖୀ ଙ୍କ ଦୁଃଖ ନେଇ ,ଅସହାୟ ଙ୍କୁ ସହାୟ ହେବାକୁ ମା ଆସିବେ । ତେବେ ମା ଙ୍କ ପ୍ରତିମା ପାଇଁ ଆସୁଥିବା ମାଟି ସମ୍ପର୍କିତ କିଛି ଖବର ଆସନ୍ତୁ ଜାଣିବା ।
ସୁନ୍ଦର ହେଲାଣି ସହର ବଜାର । ସମସ୍ତେ ପ୍ରସ୍ତୁତ ହେଲେଣି । ହଁ ମା ଆସିବେ । ଦଶଭୁଜା ମା ଦୁର୍ଗା ଙ୍କ ଆସିବା ବାଟକୁ ଚାହିଁ ରହିଥାନ୍ତି ସମସ୍ତେ । ମା ଙ୍କ ପ୍ରତିମା ପାଇଁ ମାଟି ବିଭିନ୍ନ ସ୍ଥାନ ରୁ ଆସିଥାଏ । ତେବେ ଆପଣ ମନେ ଜାଣିଛନ୍ତି କି ବେଶ୍ୟାଳୟ ରୁ ପ୍ରଥମ ମାଟି ଆସିଥାଏ । ମା ଙ୍କ ପାଇଁ ସବୁ ସନ୍ତାନ ସମାନ ହୋଇଥାନ୍ତି । ମା କାହାକୁ ବି ଅନ୍ତର ପାନ୍ତର କରିନଥାନ୍ତି ।
ବେଶ୍ୟା ନା ଶୁଣିଲେ ହି ସମସ୍ତେ ନାକ ଟେକି ଥାନ୍ତି । ସବୁବେଳେ ବହୁତ ଖରାପ ଭାବରେ ଏମାନଙ୍କୁ ସମସ୍ତେ ଭାବିଥାନ୍ତି । ତେବେ ବେଶ୍ୟାଳୟ ରୁ କାହିଁକି ପ୍ରଥମେ ମାଟି ଆସିଥାଏ ? ଏହା ପଛରେ କି କାରଣ ଅଛି ? ତେବେ ଦଶହରା ସବୁ ସ୍ଥାନ ରେ ଏବେ ପାଳନ କରାଯାଉଛି ।
ପୁରାଣ କଥା ଅନୁଯାୟୀ ଜଣେ ବେଶ୍ୟା ମା ଦୁର୍ଗା ଙ୍କ ବହୁତ ବଡ ଭକ୍ତ ଥିଲେ । ସେ ମା ଙ୍କ ପୂଜା କରିବା କୁ ଯାଇ ବହୁତ ଅପମାନ ର ଶିକାର ହୋଇଥିଲେ । ଯାହା ମା ଦୁର୍ଗା ସହି ପାରି ନଥିଲେ । ଓ ନିଜେ ମା ଆଦେଶ ଦେଇଥିଲେ ବେଶ୍ୟାଳୟ ରୁ ମାଟି ଆଣି ପ୍ରତିମା ତିଆରି ପାଇଁ ।
ସେବେଠୁଏବେ ପର୍ଯ୍ୟନ୍ତ ସବୁବେଳେ ପ୍ରଥମେ ବେଶ୍ୟାଳୟ ରୁ ମାଟି ଆସିଥାଏ । ଏବେ ଏହି ମାଟି ବିକ୍ରି ମଧ୍ୟ ହେଉଛି । ସତରେ ମା ଙ୍କ ଦୟା ସବୁବେଳେ ସମସ୍ତଙ୍କ ପାଇଁ ରହିଥାଏ ।
ତେଣୁ ଆପଣ ବି ସବୁ ମଣିଷ ଙ୍କୁ ସମ୍ମାନ ଦୃଷ୍ଟିରେ ଦେଖନ୍ତୁ, କାରଣ ଭଗବାନ୍ ପ୍ରତି ଟି ମଣିଷ ଦେହ ରେ ବିଦ୍ୟମାନ, ଜୟ ମା ଦୁର୍ଗା..