ଦେଶ ଦୁନିଆ

୧୦ ବର୍ଷ ର ଝିଅ ଲେଖିଲେ ବିଚାରପତି ଙ୍କୁ ଚିଠି, ପଢନ୍ତୁ କଣ କହିଲେ ସେ ଚିଠିରେ

ଦେଶରେ କରୋନା ମହାମାରୀକୁ ନେଇ ଘଟୁଥିବା ଅସୁବିଧା ବିଷୟରେ ୧୦ବର୍ଷର ଜଣେ କୁନି ଝିଅଙ୍କର ବିଚାରପତିଙ୍କୁ ଚିଠି, କେରଳ ଥିସୁର ସହରର କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ଲିଡୱିନା ଯୋଶେଫ।

ଲିଡୱିନା ଯୋଶେଫ ଚିଠିରେ ଲେଖିଲେକି,କରୋନାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ବ୍ୟଥିତ କରିଛି। ଦେଶର ଏହିଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବାରେ, ଅକ୍ସିଜେନ ଯୋଗାଇ ଲୋକଙ୍କ ମୃତ୍ୟୁକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ତାଙ୍କୁ ବହୁତ ଖୁସି ଦେଇଛି। କୋର୍ଟଙ୍କ ଉଚିତ ପଦକ୍ଷେପ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିଛି। ସୁପ୍ରିମକୋର୍ଟଙ୍କ ପଦକ୍ଷେପ ପାଇଁ ସେ ବହୁତ ଖୁସି ଓ ଗର୍ବିତ ବୋଲି ଲେଖିଛନ୍ତି।

ଏଥିସହ ଏକ ଚିତ୍ର ମଧ୍ୟ ଆଙ୍କିଛନ୍ତି। ଜଣେ ବିଚାରପତି କରୋନା ଭୂତାଣୁକୁ ହାତୁଡିରେ ବାଡଉଥିବାର ଚିତ୍ର ମଧ୍ୟ ପାଖରେ ଅଛି। ଏହା ସହିତ ପାଖରେ ଜାତୀୟ ପତାକା, ଅଶୋକ ଚକ୍ର ଓ ମହାତ୍ମା ଗାନ୍ଧୀଙ୍କ ଫୋଟ।

ଏହି ଚିଠି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କୁ ଏତେ ପ୍ରଭାବିତ କରିଛି ଯେ ସେ ଏହି ଚିଠିର ଉତ୍ତରରେ ଲେଖିଛନ୍ତି ଦେଶରେ ଯାହା ସବୁ ଘଟୁଛି ଓ ସେ ଏହି ବିଷୟରେ ଅବଗତ ରହୁଥିବାରୁ ପ୍ରଧାନ ବିଚାରପଟି ତାଙ୍କର ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ସେ ଜଣେ ଦାୟିତ୍ଵବାନ ନାଗରିକ ହୋଇ ଦେଶ ଗଠନ ପାଇଁ ସହାୟକ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *