ଦେଶ ଦୁନିଆ

ପୁଣି ରୋଡ କୁ ଆସିଗଲେ ବାବା କା ଢ଼ାବା ବୃଦ୍ଧ, ଏବେ ତ ଲୋକ ବି କହିଲେ କି ଭଗବାନ୍ ବୁଢା କୁ ଉଚିତ୍ କର୍ମଫଳ ଦେଇଦେଲେ

ବାବା କା ଢାବା, ବୋଧେ ଏହି ନାମ ବହୁତ ପରିଚିତ। ଏହି ଢାବା ଅଚାନକ ସମସ୍ତଙ୍କ ଦୃଷ୍ଟିରେ ଆସିଗଲା ବହୁତ ପ୍ରଚଳିତ ହେଲା, ବହୁତ ନାମ ମଧ୍ୟ କମାଇଲେ। ଲୋକମାନଙ୍କର ଭଲ ପାଇବା ମଧ୍ୟ ମିଳିଲା। ଏହି ଫୁଟପାଥରେ ଚାଲୁଥିବା ଏହି ଢାବା ଏକ ରେଷ୍ଟୁରାଣ୍ଟରେ ପରିଣତ ହୋଇଗଲା। କିନ୍ତୁ କାହାଣୀ ପୁଣିଥରେ ଘୁରି ଫୁଟପାଥକୁ ଆସିଯାଇଛି। ଯେତେବେଳେ ବାବାଙ୍କୁ ଏହି ବିଷୟରେ ପଚାରିଲେ ସେ କହିଲେ ସେଠାରେ ଖର୍ଚ୍ଚ ଥିଲା ୧ଲକ୍ଷ ଟଙ୍କାର କିନ୍ତୁ ଆୟ ଥିଲା ୩୦,୦୦୦ ହଜାର ଟଙ୍କା।

ବହୁତ କମ ଆୟ ଥିଲା ସେଠାରେ। ଡିସେମ୍ବରରେ ସେ ରେଷ୍ଟୁରାଣ୍ଟ ଖୋଲିଥିଲେ ଓ ଫେବୃୟାରୀରେ ସେ ରେଷ୍ଟୁରାଣ୍ଟ ବନ୍ଦ କରିଦେଲେ। ବାବା କହିଲେ, ତାଙ୍କୁ ମିଳିଥିବା ପଇସାରେ ସେ ଢାବା ପାଇଁ କିଛି ପଇସା ଖର୍ଚ୍ଚ କରିଲେ, ନିଜ ଘର ପାଇଁ କିଛି ଖର୍ଚ୍ଚ କରିଲେ ଓ ଆଉ କିଛି ପଇସା ଏବେ ମଧ୍ୟ ରଖିଛନ୍ତି।

ବାବା ଏକ ମନ୍ତବ୍ୟରେ କହିଲେକି, ଗୌରବ ୱାସନ ଆମକୁ କିଛି ଧୋକା ଦେଇନାହାନ୍ତି, ସେ ସ୍ଵୀକାର କରିଲେକି ଗୌରବ ୱାସନ ଆମର ଭଲ କରିଥିଲେ, କିଛି ଖରାପ କରିନାହାନ୍ତି। ତାପରେ ସେ କହିଲେକି ଗୌରବ ୱାସନଙ୍କ ମାମଲାରେ ଆମ ଦେଇ କିଛି ଭୁଲ ହୋଇଛି ଓ ସେଥିପାଇଁ ଆମେ ଲଜ୍ଜା ଅନୁଭବ କରୁଛୁ।

ତାପରେ ସେ କହିଲେକି ଆମେ ବର୍ତ୍ତମାନ ଠିକ ସ୍ଥାନକୁ ଆସିଯାଇଛୁ। ଆମେ ଉଡାଣ ଭରିବାକୁ ଚେଷ୍ଟା କରୁଥିଲୁ ଓ ଆମେ ଛୋଟ ଉଡାଣ ଭରି ଆମର ସ୍ଥାନକୁ ଫେରିଆସିଲୁ। ଶେଷରେ ସେ କହିଲେ ଆମେ ଯଦି ଗୌରବ ୱାସନଙ୍କ ସହ କିଛି ଭୁଲ କରିଛୁ ତେବେ ଆମେ ଦଣ୍ଡ ପାଇବାକୁ ରାଜି ଅଛୁ ଓ ଏଥିପାଇଁ ଆମେ ଲଜ୍ଜା ଅନୁଭବ କରୁଛୁ।

Leave a Reply

Your email address will not be published. Required fields are marked *