୨୧ ଦିନ ପରେ ପୁଅ କୁ ମିଳିଲା ବେଲ ଆଉ ବାପା ଶାହରୁଖ ଆସିଲେ କ୍ୟାମେରା ସାମ୍ନା କୁ, ଘର ଆଗରେ ଫ୍ୟାନ ମାନଙ୍କ ଲମ୍ବା ଭିଡ..

ନିଜ ପୁଅ ଜେଲ ରୁ ବାହାରିଥିବା ଶୁଣି ଦଉଡ଼ି ଆସିଥିଲେ ଶାହରୁଖ ,୨୧ ଦିନ ଧରି ମିଡ଼ିଆ ଆଉ ଲୋକ ଙ୍କ ଠୁ ଦୂରେଇ ରହୁଥିବା ଶାହରୁଖ ଏବେ ମିଡ଼ିଆ ସାମ୍ନାକୁ ନିଜ ଲିଗାଲ ଟିମ୍ ସହ ଆସି ଫୋଟୋ ଦେଇଛନ୍ତି ,ଭୋକଶୋଷ ଭୁଲି ବାପାମାଆ ଦୁହେଁ ପୁଅକୁ ମୁକୁଳାଇବାକୁ କେତେବେଳେ ଜେଲ୍‌ ତ କେତେବେଳେ ଓକିଲ ତ ଆଉ କେତେବେଳେ କୋର୍ଟ ଦଉଡ଼ି ଦଉଡ଼ି ଥକିଯାଇଥିଲେ।

ହେଲେ ପୁଅ ଆର୍ଯ୍ୟନଙ୍କୁ ବେଲ୍ ମିଳୁ ନଥିଲା। ଘଟଣାରେ ନା ଶାହାରୁଖ ନା ଗୌରୀ କେହି କୌଣସି ମନ୍ତବ୍ୟ ଦେଇ ନଥିଲେ କି ଗଣମାଧ୍ୟମକୁ ସାମ୍ନା କରିନଥିଲେ। ହେଲେ ଆଜି ପୁଅକୁ ବେଲ୍ ମିଳିଥିବାରୁ ପ୍ରଥମଥର ପାଇଁ ଶାହରୁଖଙ୍କ ହସକୁରା ଫଟୋ ସାମ୍ନାକୁ ଆସିଛି।

ପୁଅ ଚିନ୍ତା ରେ ୨୧ ଦିନ ଯାଏ ତଡପି ଥିବା ଶାହରୁଖ ଆଉ ଗୌରୀ ଏବେ ଚିନ୍ତା ମୁକ୍ତ ବୋଲି ଜଣାପଡିଛି, ଏଯାଏ ଆର୍ଯ୍ୟାନ୍ ଜେଲ ରୁ ଆସି ନାହାନ୍ତି ଆଉ ଖୁବ୍ ଶୀଘ୍ର ଆଜି ସେ ଜେଲ ରୁ ଆସିଯିବେ ଜଣାପଡୁଛି

ଶାହରୁଖ ଙ୍କ ଘର ମନ୍ନତ ବାହାରେ ତାଙ୍କ ଫ୍ୟାନ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି, ବିଗତ ୨୧ ଦିନ ଧରି ପୁଅ ଠୁ ଦୂରେଇ ରହି ମା ଗୌରୀ ମଧ୍ୟ ଚିନ୍ତା ରେ ରହୁଥିଲେ, ତେବେ ହୁଏତ ଏବେ ସେମାନେ ପୁଅ କୁ ବଞ୍ଚାଇବାକୁ କିଛି ନୂଆ ରଣନୀତି ଯୋଜନା କରିବେ

ଏପଟେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକ  ନିଜ ପୋଷ୍ଟ ରେ କହିଛନ୍ତି ” ପିକ୍ଚର୍ ଅଭି ବାକି ହେ ମେରେ ଦୋଷ୍ଟ ” , ତେବେ ଏହି ତୀର ସେ ସମୀର ୱାଙ୍ଖଡେ ଙ୍କ ପାଇଁ ମାରିଛନ୍ତି କି କାହା ପାଇଁ ତାହା ସମୟ କହିବ

 

Leave a Comment

Your email address will not be published. Required fields are marked *

Scroll to Top