ରାଜ୍ୟ ଖବର

ଆର୍ଯ୍ୟାନ୍ ଙ୍କୁ ମିଳିଲା ବେଲ୍, ଶାହରୁଖ ଆଉ ଗୌରୀ ଭାଙ୍ଗିଲେ ମାନସିକ, ବଡ଼ ପୁଅ ପାଇଁ ଆଖିରୁ ଝରୁଥିଲ ଲୁହ..

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଏକ କ୍ରୁଜ୍ ଜାହାଜ ପାର୍ଟିରେ ଡ୍ରଗ୍ସ ଚଢାଉ ର କିଛି ଘଣ୍ଟା ପରେ ଅକ୍ଟୋବର 3 ତାରିଖରୁ ଆର୍ଯ୍ୟନ୍ ଖାନ୍ ଜେଲରେ ଅଛନ୍ତି। ହେଲେ ଆଜି ମୁମ୍ୱାଇ ର ଅତିରିକ୍ତ କୋର୍ଟ ବିଚାର କରି ଆର୍ଯ୍ୟାନ୍ ଙ୍କୁ ବେଲ ଦେଇଛନ୍ତି ଆଉ ଆର୍ଯ୍ୟାନ୍ କାଲି ଜେଲ ରୁ ବାହାରିବେ

 

ଲଗାତାର ୩ ସପ୍ତାହ ଧରି ଜେଲ ରେ କାଳ କୋଠରୀ ଭିତରେ ରହି ତଡପୁ ଥିବା ଆର୍ଯ୍ୟାନ୍ ଏବେ ନିଜ ବାପା ମା ଙ୍କ ଚେହେରା ଦେଖିପାରିବେ , ଆର୍ଯ୍ୟାନ୍ ଙ୍କ ସହଯୋଗୀ ମାନଙ୍କୁ ବେଲ ମିଲିସାରିଥିଲା ଆଉ ଏହା ପରେ ତାଙ୍କୁ ଲଗାତାର ୪ ଥର ଚେଷ୍ଟା ପରେ ବେଲ ମିଳିଛି

ଶାହରୁଖ ଆଉ ଗୌରୀ ମନ୍ଦିର ରେ ମାନସିକ କରିଥିଲେ, ଗୌରୀ ମିଠା ଖାଇବା ଛାଡି ଦେଇଥିଲେ ଆଉ ଶାହରୁଖ ମଧ୍ୟ କୌଣସି ପ୍ରକାର ସୁଟିଂ ଯାଉନଥିଲେ, ସେମାନଙ୍କ ଘରେ ଟିଭି ବନ୍ଦ ରହୁଥିଲା ଆଉ ସାନଭାଇ କୁ କୁହା ଯାଇଥିଲା କି ତୋ ବଡ ଭାଇ ହଷ୍ଟେଲ ଯାଇଛି ପଢିବାକୁ

ତେବେ ୨୧ ଦିନ ହେଲାଣି ବାପା ମା ଦୁଇଜଣ ଏକ ପ୍ରକାର ହରଡ ଘଣା ରେ ପଡ଼ିଥିଲେ, ଚାରି ଆଡୁ ଲୋକ ଙ୍କ ଟାହି ଟାପରା ଆଉ ତିରସ୍କାର ଭିତରେ ଶାହରୁଖ ମୁଣ୍ଡ ଟେକି ବାହାରକୁ ବି ଯାଇପାରୁନଥିଲେ

ହେଲେ ଆମେ ଏତିକି କହିବୁ ଶାହରୁଖ ହୁଏତ ଜଣେ ଭଲ ଅଭିନେତା ହେଇଥାୟୀ ପାରନ୍ତି ହେଲେ  ଭଲ ବାପା ହେଇପାରିବେନି କାରଣ ଆଜି ଆର୍ଯ୍ୟାନ୍ ଙ୍କ ଏହି ଅବସ୍ଥା ପାଇଁ ସେ ହିଁ ଦାୟୀ, ଆଗରୁ ସେ କହିଥିଲେ ମୋ ପୁଅ ଡ୍ରଗ୍ସ ନେଉ, ସେକ୍ସ କରୁ , ଝିଅ ଙ୍କ ସହ ବୁଲୁ ,ଯାହା ଯାହା ମୁ କରିନି ସେ ସବୁ କରୁ, ଆଉ ଏବେ ଫଳାଫଳ ଆଖି ସାମ୍ନା ରେ

ଶାହରୁଖ ପାନ ମସଲା ବିଜ୍ଞାପନ କରନ୍ତି ତାହା ବି ଆଜି କାଲି ର ଯୁବପିଢି ଙ୍କୁ ଖରାପ୍ ରାସ୍ତା କୁ ନେଉଛି, ଏମିତି ରେ ନିଜ ପୁଅ କୁ ଆପଣ ଯାହା ସଂସ୍କାର ଦେବେ ସେ ସେମିତି ବଡ଼ ହେବ, ହୁଏତ ଆର୍ଯ୍ୟାନ୍ ନିଜ ଭୁଲ ରୁ କିଛି ଶିକ୍ଷା ପ୍ରାପ୍ତ କରିଥିବେ,

ଏଇ ୨୧ ଦିନ ଜେଲ ତାଙ୍କ ଜୀବନ ରେ କଣ ପ୍ରଭାବ ପକେଇଥିବ ତାହା ଭବିଷ୍ୟତ କହିବ, ଜନ୍ମ ରୁ କେହି ଖରାପ୍ ନଥାନ୍ତି ସେମାନଙ୍କୁ ଖରାପ୍ କରାଯାଏ, ତେବେ ଜେଲ ରେ ଭାଗବତ ଗୀତା ପଢୁଥିଲେ, ବିଭିନ୍ନ ପ୍ରକାର ଧର୍ମ ଗ୍ରନ୍ଥ ଆଉ ତା ସହ ନିଶା ଠୁ ଦୂରେଇ ରହିବେ ବୋଲି ପ୍ରତିଜ୍ଞା ମଧ୍ୟ କରିଥିଲେ

ସବୁ ଅଭିଭାବକ ମାନେ କିଛି ଶିଖିବା ଉଚିତ୍,ନିଜ ପୁଅ କୁ ଦେଇଥିବା ଭୁଲ ଶିକ୍ଷା ପାଇଁ କେମିତି ନିଜକୁ ବି ବେଜ୍ଜିତ୍ ହେବାକୁ ପଡ଼େ ତାହା ଶାହରୁଖ ମର୍ମେ ମର୍ମେ ବୁଝି ପାରୁଥିବେ, ଭଗବାନ୍ ସଦବୁଦ୍ଧି ଦିଅନ୍ତୁ ସେମାନଙ୍କୁ

Leave a Reply

Your email address will not be published. Required fields are marked *