ପ୍ଲାଣ୍ଟ ରେ ଚାଲୁଥିବା ଦୁର୍ନୀତି କୁ ସିଲୁ ସବୁ ଜାଣିଦେଇଥିଲା ବୋଲି ଆଜି ତା ଜୀବନ ନେଇଗଲେ ଏହିମାନେ। ପ୍ରଥମେ ମାରିଲେ ଆଉ ତାପରେ ଜରିରେ ପୁରାଇ ମାଟି ଖୋଳି ଫିଙ୍ଗି ଦେଲେ। ଯାହାର ଭିଡିଓ ଦେଖିଲେ ମଧ୍ୟ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ପ୍ରକୃତଘଟଣା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଯାଜପୁର ଜିଲ୍ଲା ଶିଳ୍ପାଞ୍ଚଳ ରେ ଟାଟା ଷ୍ଟିଲ ଦ୍ବାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ,ନିକଟରେ ମାଟି ତଳୁ ନିଖୋଜ ପ୍ରେମିକ ସିଲୁ ପ୍ରଧାନ ଙ୍କ ମୃ-ତ-ଦେହ କୁ ହାତ ଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା।
ଯଦ୍ୱାରା ସିଲୁ ଙ୍କୁ ଯୋଜନା ବଦ୍ଧ ଭାବରେ ହ-ତ୍ୟା କରାଯାଇ ଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ଏହା ଜଣା ପଡିଥିଲା। ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି। କଳିଙ୍ଗନଗର ଥାନାରେ ଏନେଇ ପୋଲିସ ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।ସେଠାରେ ବିଭିନ୍ନ ଦୁର୍ନୀତି ଓ ଟଙ୍କା ଭାଗ ରେ ବିବାଦ କାରଣରୁ ଏହି ହ-ତ୍ୟା-କାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣା ପଡ଼ି ଯାଇଛି ଆଉ ମିଳିଥିବା ସୁଚନା ଅନୁସାରେ ଉକ୍ତ ଅଣ ଓଡିଆ ଠିକା ସଂସ୍ଥା ଜରିଆରେ NINL ବେଚିଂ ପ୍ଲାଣ୍ଟ ପରିଚାଳିତ ହେଇଥିଲା।
ବେଚିଂ ପ୍ଲାଣ୍ଟ ରେ ବ୍ୟବହୃତ ତେଲ , ଚିପ୍ସ ସିମେଣ୍ଟ ଇତ୍ୟାଦି ସାମଗ୍ରୀ ବାହାରେ ବିକ୍ରୀ କରି ଠିକା ସଂସ୍ଥାର କେତେଜଣ କର୍ମଚାରୀ ବେଶ ଆନନ୍ଦରେ ରହୁଥିଲେ।ହେଲେ ଘଟଣା ଘଟିବାର ଦୁଇ ରୁ ତିନିଦିନ ପୁର୍ବରୁ ଏହି କର୍ମଚାରୀ ମାନଙ୍କ ମଧ୍ୟରେ ଟଙ୍କା ଭାଗ ବଣ୍ଟା କୁ ନେଇ ପାଟି ତୁଣ୍ଡ ଦେଖିବାକୁ ମିଳିଥିଲା। ଏହାପରେ ଉପରୋକ୍ତ ଚାରିଜଣ ଅଭିଯୁକ୍ତ ମିଳିମିଶି ଶିଲୁ ଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଆଉ ଯୋଜନା ମୁତାବକ ସେଭଳି ହିଁ କିଛି କରିଥିଲେ। ଯାହାକୁ ନେଇ ଏବେ ସାରା ରାଜ୍ୟରେ ହିଁ ଏହି ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।