ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ଚଳାଇ ଥିଲେ ଦେହ ବେପାର ତାହା ପୁଣି ଶାନ୍ତି ପ୍ରିୟ ସହର ବାରିପଦା ରେ। ହେଲେ ଚୋର ଯେତେ ଯାହା କଲେ ମଧ୍ୟ ଏହାର ପ୍ରମାଣ ଛାଡ଼ି ଦେଇ ଯାଇଥାଏ। ସେମିତି ପୋଲିସ ଏହାର ମଧ୍ୟ ସୁରଗ ପାଇ ଯାଇଥିଲା ଆଉ ଏହାପରେ ସ୍ଵାମୀ ସ୍ତ୍ରୀ ଙ୍କୁ ଗିରଫ କରି ଜେଲ ହଜାତ ଭିତରକୁ ଘଣା ପେଲିବା ପାଇଁ ପଠାଇଛି ଭଞ୍ଜପୁର ପୋଲିସ। ମିଳିଥିବା ସୁଚନା ଅନୁସାରେ ବାଲେଶ୍ଵରରେ ରହି କାମ କରୁଥିବା ଜଣେ ଯୁବତୀଙ୍କୁ,ବଡ଼ ଚାକିରୀ କରାଇ ଦେବେ ବୋଲି କହି ଏହି ମହିଳା ମାମୁନି ସେଠୀ ଏବଂ ତାଙ୍କର ସ୍ବାମୀ ଅଭିମନ୍ୟୁ ସେଠୀ ବାରିପଦା କୁ ଡ଼ାକିଥିଲେ।
ପରେ ସେହି ଝିଅକୁ ଦେହ ବେପାର କାମରେ ଲଗାଇ ପଇସା ରୋଜଗାର କରୁଥିବା ବେଳେ କୌଣସି ମତେ ଝିଅଟି ଏ ସମ୍ପର୍କରେ ତାଙ୍କର ବାପା ଙ୍କୁ ଫୋନ କରି ଜଣାଇ ଥିଲେ। ତେଣୁ ତାଙ୍କର ବାପା ଭଞ୍ଜପୂର ଥାନା କୁ ଆସି ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି,ଦୋଷୀଙ୍କୁ ହାଜତ କୁ ପଠାଇ ଦେଇଛି। ସେପଟେ ବାରିପଦା ଏକ ଛୋଟ ସହର ହୋଇଥିବା ବେଳେ ସେଠାରେ ଏତେବଡ଼ ଘୟନା କେମିତି ଘଟିଗଲା ଆଉ ତାହା କାହାର ନଜରକୁ କେମିତି ଆସିଲା ନାହିଁ ତାହା ଜନ ସାଧାରଣ ଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏବେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା କରିବା ମଧ୍ଯ ଆରମ୍ଭ କରି ଦେଇଛି।ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏଭଳି ଆହୁରି ମଧ୍ୟ କେତେ କଣ ଚାଲିଥିବା ଯାହା କି ପୋଲିସ ର ନଜରରେ ମଧ୍ୟ ପଡ଼ି ନଥିବ। ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଲୋକମାନେ ଏହାକୁ ଖୁବ ନିନ୍ଦା କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ଆପଣ କଣ କହିବାକୁ ଚାହୁଁଛନ୍ତି କି ବାସ୍ତବରେ ଏହାପାଇଁ ଦୋଷୀ କିଏ? ତାହା ଆପଣ ଆମକୁ କମେଣ୍ଟ ମାଧ୍ଯମରେ ଜଣାଇବାକୁ ଭୁଲି ଯିବେ ନାହିଁ।