ରାଜ୍ୟ ଖବର

ରାସ୍ତାରେ ଭର୍ତ୍ତି ହୋଇଥିବା ପାଣିରେ ଗାଡ଼ି ମାନଙ୍କ ମଧ୍ୟରେ ଚାଲି ଚାଲି ଯାଉଥିଲା ଏକ ବିଶାଳ ମୂର୍ତ୍ତି, ଲୋକମାନେ କହିଛନ୍ତି – ଏହା ତ ଚମତ୍କାର ଅଟେ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ମଜାଳିଆ ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓରେ ପରିପୂର୍ଣ୍ଣ ରହିଛି | ଆଜିକାଲି ନୁଆଁ ନୁଆଁ ଏବଂ ମଜାଳିଆ ଭିଡିଓ ଭାଇରଲ ହୋଇଥାଏ | ଅନେକଥର ତ ଏପରି ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ |

ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଏହି ଭିଡିଓରେ ରାସ୍ତାରେ ଗୋଟିଏ ବିଶାଳ ମୂର୍ତ୍ତି ନିଜେ ଚାଲୁଥିବାର ଦେଖାଯାଉଛି | ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି | ଲୋକମାନେ ବିଶ୍ୱାସ କରିପାରୁନାହାନ୍ତି ଯେ କଣ ସତରେ ଏପରି ହୋଇପାରେ |

ଦେଖନ୍ତୁ ଭିଡିଓ :-

ଭାଇରଲ ହେଉଥିବା ଏହି ଭିଡିଓକୁ ଆଇପିଏସ ଅଧିକାରୀ ସୁଶାନ୍ତ ନନ୍ଦା ସେୟାର କରିଛନ୍ତି | ଭିଡିଓ ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି – ଭାସୁଥିବା ମୂର୍ତ୍ତି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ରାସ୍ତା ଉପରେ ବହୁତ ପାଣି ଭରିରହିଛି ଏବଂ ଦ୍ରୁତ ଗତିରେ ବହୁଛି | ରାସ୍ତା ଉପରେ ବହୁତ ଗାଡି ଯିବାଆସିବା କରୁଛି, କିନ୍ତୁ ଏହି ଗାଡ଼ିଗୁଡ଼ିକ ମଧ୍ୟରେ ଆପଣ ଦେଖିପାରିବେ ଯେ ଏକ ବିଳାସ ମୂର୍ତ୍ତି ଠିଆ ଠିଆରେ ହିଁ ପାଣିରେ ଭାସୁଥିବାର ଦେଖାଯାଉଛି | ଗାଡିମାନଙ୍କ ପରି ଏହି ମୂର୍ତ୍ତି ମଧ୍ୟ ବହୁତ ଦ୍ରୁତ ଗତିରେ ଆଗକୁ ବଢିଚାଲିଛି |

ଲୋକମାନେ ଏହି ଭିଡିଓକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବାସ୍ତବରେ ମୂର୍ତ୍ତି କିପରି ଚାଲିପାରିବ କିମ୍ବା ଗୋଟିଏ ମୂର୍ତ୍ତି ଏପରି ଠିଆ ହୋଇ କିପରି ଭାସିପାରିବ | ସୋସିଆଲ ମିଡିଆରେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକଥର ଦେଖାଗଲାଣି | ଭିଡିଓରେ ଲୋକମାନେ ନିଜର ଅନେକଗୁଡ଼ିଏ ରିଆକ୍ସନ ଦେଉଛନ୍ତି | ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି – ଏହା ତ ବଡ଼ ଚମତ୍କାର ଅଟେ |

Leave a Reply

Your email address will not be published. Required fields are marked *