ଗଣେଷଙ୍କୁ ଖୁସି କରିବାର ସହଜ ଉପାୟ, ଏପରି କରନ୍ତୁ ଗଜାନନଙ୍କୁ ଖୁସି, ଧନ ସମ୍ପତ୍ତି କରିବେ ବର୍ଷା

ଆଜିର ଦୁନିଆରେ ମଣିଷର ଜୀବନରେ ସ୍ୱାସ୍ଥ୍ୟଗତ ଅସୁବିଧା ଏବଂ ଧନ ଅଭାବ ସବୁଠାରୁ ବଡ ପ୍ରତିବନ୍ଧକ ଅଟେ | ସେହିପରି ଯଦି ପର୍ଯ୍ୟାପ୍ତ ପରିମାଣର ଧନ ଥିବ, ତେବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହଜ ହୋଇଯାଏ | କିନ୍ତୁ ଧନର ଅଭାବକୁ କିଭଳି ଭାବେ ଦୂର କରାଯିବ ସମସ୍ତେ ଜାଣିନାହାନ୍ତି | ପ୍ରତ୍ୟେକ ମଣିଷର ଭାଗ୍ୟରେ ଧନ ଏବଂ ସମ୍ପତ୍ତି ଥାଏ | ପୃଥିବୀକୁ ପଠାଯିବା ପୂର୍ବରୁ ମଣିଷ ଭାଗ୍ୟରେ ଧନ ଏବଂ ସମ୍ପତ୍ତି ଲେଖାଯାଇଥାଏ |

କିନ୍ତୁ ଜନ୍ମ ହେବାପରେ ଆମର କିଛି ଭୁଲ କାରଣରୁ ଆମେ ଏହାଠାରୁ ଦୁରେଇ ଯାଆନ୍ତି | ଗଣପତି ବାବା ସବୁ ସମସ୍ୟାକୁ ନାଶ କରିଥାନ୍ତି | ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ପାଞ୍ଚଟି ଉପାୟ ଦ୍ୱାରା ଭଗବାନ ଗଣେଶ ଖୁସି ହେବେ ଏବଂ ଆପଣଙ୍କ ଉପରେ ଧନ ସମ୍ପତ୍ତି କୃପା କରିବେ |

୧. ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ବରଦାନ ଦେଉଥିବା ଚିତ୍ର କିମ୍ବା ପ୍ରତିମାକୁ ଧଳା ଫୁଲରେ ପୂଜା କରିବାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ |

୨. ଘରେ ବାସ୍ତୁ ଦୋଷ ହେଲେ ଧନ ଆଗମନର ସ୍ତ୍ରୋତ ବନ୍ଦ ହୋଇଯାଏ | ଏହାର ଉପାୟ ପାଇଁ ଆପଣ ଭଗବାନ ଗଣେଷଙ୍କୁ ୧୧ଟି ଲଡୁ ଚଢାନ୍ତୁ | ତାପରେ ୮ ଟି ଲଡୁ ବାହାର କରି ୮ଟି ଦିଗରେ ରଖନ୍ତୁ, ବାକି ୩ଟି ଗଣେଷଙ୍କ ପାରେ ରଖନ୍ତୁ | ଏପରି କରିବାଦ୍ୱାରା ବାସ୍ତୁ ଦୋଷ ଦୂର ହେବ ଏବଂ ଲକ୍ଷ୍ମୀଙ୍କ ପାଦ ଆପଣଙ୍କ ଘରେ ପଡିବ |

୩. ଗଣପତିଙ୍କ ମନ୍ତ୍ର ପାଠ କରିବା ପରେ ଲଡୁ ଆଣି ଭୋଗ ଲଗାନ୍ତୁ | ଏହାଦ୍ୱାରା ଭଗବାନ ଗଣେଷ ପ୍ରସନ୍ନ ହୁଅନ୍ତି ଏବଂ ଗଣେଷଙ୍କ ସହିତ ମା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ |

୪. ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ତେବେ ଗଣପତି ପୁରାଣ ଅନୁଯାୟୀ “ଓଁ ଶ୍ରୀ ହିଁ କ୍ଲିମ ଗ୍ଲୋମ ଗମ ଗଣପତେୟ ବର ବରଦ ସର୍ବଜନମ ମେ ବଶମାନୟ ସ୍ୱାହା” ମନ୍ତ୍ରକୁ ପ୍ରତିଦିନ ୧୧ଥର ଜପ କରିବାଦ୍ୱାରା ଆର୍ଥିକ ସଙ୍କଟ ଶୀଘ୍ର ଦୂର ହୋଇଯାଏ |

୫. ଅଷ୍ଟଦଳ ପଦ୍ମରେ ଏକ ଆଖି ନଡ଼ିଆ ସ୍ଥାପନ କରିବା ପରେ “ଓଁ ଏଂ ହିଁ ଶ୍ରୀ ଗଣପତେୟ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ | ଏହାପରେ ନଡ଼ିଆକୁ ରେଶମ କପଡ଼ାରେ ବାନ୍ଧି ଆଲମାରୀରେ ରଖି ଦିଅନ୍ତୁ | ଏପରି କରିବାଦ୍ୱାରା ଭଗବାନ ଗଣେଷ ଆପଣଙ୍କ ଉପରେ କୃପା କରିବେ ଏବଂ ଘରେ ଧନର ଆଗମନ ହେବ |

Leave a Comment