ବୋଟ ଦୁର୍ଘଟଣା ରେ ନିଖୋଜ ଓଡ଼୍ରଫ ଟିମ୍ ସଦସ୍ୟ ମୃତ, ଏହା ସହ ହାତୀ ଟି ମଧ୍ୟ ଆଖି ବୁଜିଲା

ଗତକାଲି ଠୁ ନିଖୋଜ ଥିବା ଓଡ୍ରଫ ଟିମ୍ ର ଜଣେ ସଦସ୍ୟ ଙ୍କ ମୃତ ଦେହ ମଧ୍ୟରାତ୍ରୀରେ ଠାବ ହେଇଛି, ଗତକାଲି ରଶି ସାହାଯ୍ୟ ରେ ଉପରକୁ ଉଠୁଥିବା ବେଳେ ଖସିପଡ଼ିଥିଲେ ପାଣି ଭିତରକୁ, ତାପରେ ତାଙ୍କୁ ବହୁତ୍ ଖୋଜା ଖୋଜି ଚାଲିଥିଲା ହେଲେ ତାଙ୍କର ପତ୍ତା ମିଳିନଥିଲା

ପରେ ରାତି ରେ ତାଙ୍କ ଶରୀର ଉପରେ ଭାସୁଥିବା ନଜର ଆସିଲା ଆଉ ତାଙ୍କ ଶରୀର କୁ ଉଦ୍ଧାର କରା ଯାଇଥିଲା, ଗତକାଲି ଗୋଟେ କାଳ ସମୟ ଥିଲା ପରି ଅନାବଶ୍ୟକ ଭାବେ ସାମ୍ବାଦିକ ଜଣକ ଜୀବନ ହରାଇଥିଲେ ସେ ଖବର ଲୋକ ଙ୍କ ମନରୁ ଲିଭି ନଥିବା ବେଳେ ଆଜି ପୁଣି ଏଇ ଖବର କଟା ଘା ରେ ଚୂନ ସଦୃଶ୍ୟ

ତେବେ ନଦୀ ରେ ଫସିଥିବା ଦନ୍ତା ହାତୀ ଟି ମଧ୍ୟ ଜୀବନ ହାରିଦେଇଛି, ପ୍ରଖର ସ୍ରୋତ ରେ ସେ ବି ସକାଳ ୫ ଟା ରୁ ଫସି ରହିଥିଲା, ବହୁତ୍ ଚେଷ୍ଟା ସେ ବି କରିଥିଲା ହେଲେ ଶକ୍ତି ହିନ ହେଇ ଶେଷରେ ସେ ବି ଭାସି ଯାଇଥିଲା ଆଉ ତାର ଶବ ଲୋକ ମାନେ ଠାବ କରିଥିଲେ ।

ମହାନଦୀ ର ସେଇ ସ୍ଥାନ ଏବେ ମରଣ ଘାଟି ସଦୃଶ୍ୟ ହେଇଗଲା, ସତରେ ଭଗବାନ୍ କଣ କଣ କରିଦେଲେ, ନିମିଷକ ମଧ୍ୟ ରେ କେତେ କଣ ହେଇଗଲା… ଭଗବାନ୍ ଅମର ଆତ୍ମା ଗୁଡ଼ିକୁ ସଦ୍ ଗତି ପ୍ରାପ୍ତ କରନ୍ତୁ, ସମସ୍ତେ ଦୟାକରି ଲେଖ ଓମ୍ ଶାନ୍ତି

Leave a Comment

Your email address will not be published. Required fields are marked *

Scroll to Top