Special Reportରାଜ୍ୟ ଖବର

ମଡେଲଙ୍କର ଭୁଲ ଭାବରେ କେଶ କାଟିବାଟା ସେଲୁନକୁ ମହଙ୍ଗା ପଡିଲା, ଦେବାକୁ ପଡିବ ୨ କୋଟି ଟଙ୍କା

ଜାତୀୟ ଗ୍ରାହକ ବିବାଦ ସମାଧାନ କମିଶନ (NCDRC) ଦିଲ୍ଲୀରେ ଗୋଟିଏ ସେଲୁନକୁ ଜଣେ ଦୁଇ କୋଟି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି | ମହିଳାଙ୍କ କେଶକୁ ଭୁଲ ଭାବରେ କାଟିବା ଏବଂ ଭୁଲ ହେୟାର ଟ୍ରିଟମେଣ୍ଟ ଦେଇ କେଶକୁ ସ୍ଥାୟୀ କ୍ଷତି ଘଟାଇବା ବଦଳରେ ଏହି କ୍ଷତିପୂରଣ ଦେବାକୁ କୁହାଯାଇଛି ଦେଖନ୍ତୁ

ନ୍ୟୁଜ ଏଜେନ୍ସିଙ୍କ ଅନୁଯାୟୀ, ଏହି ସେଲୁନ ଦିଲ୍ଲୀର ଗୋଟିଏ ହୋଟେଲରେ ଅଛି | ଯେଉଁଠାରେ ଏପ୍ରିଲ ୨୦୧୮ ଆଶନା ରୟ ନିଜ କେଶର ଟ୍ରିଟମେଣ୍ଟ ପାଇଁ ଯାଇଥିଲେ | ସେ ‘ହେୟାର ପ୍ରଡକ୍ଟ’ର ମଡେଲ ଥିଲେ ଏବଂ ସେ ଅନେକ ବଡ଼ ବଡ଼ ‘ହେୟାର-କେୟାର-ବ୍ରାଣ୍ଡ’ ପାଇଁ ମଡେଲିଂ କରିଥିଲେ | କିନ୍ତୁ ସେଲୁନ ଦ୍ୱାରା ଭୁଲ ଭାବରେ କେଶ କାଟିବା କାରଣରୁ ତାଙ୍କୁ ନିଜ କାମରୁ ବାହାରି ଯିବାକୁ ପଡିଲା ଏବଂ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡିଲା, ଯେଉଁଥିପାଇଁ ତାଙ୍କ ଜୀବନଶୈଳୀ ତ ବଦଳିଗଲା ଏବଂ ତାସହିତ ଟପ ମଡେଲ ହେବାର ସ୍ବପ୍ନ ମଧ୍ୟ ଭାଙ୍ଗିଗଲା |

ଆଶନା ରୟ କହିଛନ୍ତି ଯେ ମୁଁ ସେଲୁନରେ ସ୍ପଷ୍ଟ ଭାବରେ କେଶକୁ ଆଗରୁ ଲମ୍ବା ‘ଫ୍ଲିକ୍ସ’ ରଖିବା ଏବଂ ପଛରୁ କେଶକୁ ଚାରି ଇଞ୍ଚ କାଟିବାକୁ କହିଥିଲେ | କିନ୍ତୁ ହେୟାରଡ୍ରେସର ନିଜ ଇଚ୍ଛାରେ ମାତ୍ର ଚାରି ଇଞ୍ଚ କେଶ ଛାଡି ତାଙ୍କର ସବୁ ଲମ୍ବା କେଶକୁ ସମ୍ପୂର୍ଣ୍ଣ ଭାବେ କାଟିଦେଲେ |

ଯେତେବେଳେ ସେ ଏହି ବିଷୟରେ ମ୍ୟାନେଜର ଠାରେ ଅଭିଯୋଗ କଲେ, ସେତେବେଳେ ସେ ମାଗଣା ହେୟାର ଟ୍ରିଟମେଣ୍ଟ ପ୍ରଦାନ କରିଥିଲେ | ଆଶନା ଦାବି କରିଛନ୍ତି ଯେ ଏହି ସମୟ ମଧ୍ୟରେ କେମିକାଲ ଦ୍ୱାରା ତାଙ୍କ କେଶକୁ ସ୍ଥାୟୀ କ୍ଷତି ପହଞ୍ଚିଛି | ଯାହାକୁ ନେଇ ସେ ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ପହଞ୍ଚିଲେ ଏବଂ ତିନି କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଅନୁରୋଧ କଲେ |

ଏହି ମାମଲାରେ ବର୍ତ୍ତମାନ ଆୟୋଗ ନିର୍ଦ୍ଦେଶ ଦେଇଛି ଯେ ଅଭିଯୋଗକାରୀଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ | ଆଠ ସପ୍ତାହ (ଦୁଇ ମାସ) ମଧ୍ୟରେ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ରାଶି ଦିଆଯିବ |

Leave a Reply

Your email address will not be published. Required fields are marked *