ସୌମ୍ୟ ର କେସ ରେ ନୂଆ ମୋଡ଼, ଶେଷ ରେ କଣ ଧରା ହେବେ ଡାକ୍ତର..ଡାକ୍ତର ବି ସାମିଲ????

ଏବେ ଲାଗୁଛି ସୌମ୍ୟ ଙ୍କ କେସ ବି ବେବିନା, ଆଦିତ୍ୟ, ଆଉ ଦୁଷ୍ମନ୍ତ ପରି ବନ୍ଦ ହେଇଯିବ କାରଣ କିଛି ଦିଗ ମିଳୁନି , ଆଇନ କାନୁନ କୁଆଡେ ଯାଉଚି ତାର କିଛି ବି ଅତା ପତ୍ତା ମିଳୁନି

ଦୀର୍ଘ ୩ ମାସ ହେବାକୁ ବିତିଲାନି ହେଲେ କିଛି ସୁଫଳ ମିଳୁନି, ନା ସ୍ପଷ୍ଟ ହୋଇପାରୁଛି ସୌମ୍ୟ ଙ୍କ ଦେହାନ୍ତ ଗୋଟେ ଦୁର୍ଘଟଣା ନା ହତ୍ୟା , ଯଦି ଦୁର୍ଘଟଣା ସେଟା ପ୍ରମାଣ କରିବାକୁ ପୋଲିସ ପାଖରେ ଉଚିତ୍ ପ୍ରମାଣ ନାହିଁ, ଆଉ ଯଦି ହତ୍ୟା ସେଥିପାଇଁ ସବୁ ପ୍ରମାଣ ଥାଇ ପୋଲିସ ହାତ ଖାଲି ।

କଥା ରେ ଅଛି ଚେଇଁ ଶୋଇବ ଯଦି ଉଠେଇବ କିଏ, ଜାଣିଶୁଣି ଯଦି ପୋଲିସ ପ୍ରମାଣ ନଷ୍ଟ କରିବ ତ ଦୋଷୀ ଦଣ୍ଡ କେମିତି ପାଇବ, ପ୍ରମାଣ ନଷ୍ଟ କଥା ଆମେ କହୁନୁ କହୁଛନ୍ତି ସୌମ୍ୟ ଙ୍କ ଓକିଲ ଆଉ ସେ ବି କିଛି ଭୁଲ କହୁ ନାହାନ୍ତି, ସୌମ୍ୟ ପୋଡ଼ି ହେଲା ପରେ ଘର ଚାବି ନିଜେ ନ ରଖି  କଣ ପାଇଁ DFO ସଂଗ୍ରାମ ଙ୍କୁ ଦେଇ ଆସିଥିଲା ପୋଲିସ, ପ୍ରତ୍ୟକ୍ଷ କି ପରୋକ୍ଷ ରେ ହେଉ ପଛେ ପୋଲିସ ର ସଂପୃକ୍ତି ସନ୍ଦେହ ଜନକ

ଆଇଆଇସି ମମତା ପଣ୍ଡା ଙ୍କ ଉତ୍ତର ବି ସନ୍ତୋଷ ଜନକ ନୁହେଁ, ଆଉ DFO କହିଚନ୍ତି ମୁଁ ଘଟଣା ଦିନ ନଥିଲି, ଆରେ ବାବା ତମେ ନଥିଲ ଯଦି ସେ ଜମାନ ବନ୍ଦୀ ବେଳେ କିଏ ବସିଥିଲା ଯାହା ସ୍ପଷ୍ଟ ଭିଡିଓ ରେ ଦେଖା ଯାଉଛି

https://youtu.be/wyU1BPCyOpg

ତେବେ ନିକଟରେ ବିଦ୍ୟା ଆଉ ସଂଗ୍ରାମ ଲାଏ ଡିଟେକ୍ସନ ଟେଷ୍ଟ ସାରିଛି ହେଲେ କଣ ପାଇଁ କ୍ରାଇମବ୍ରାଞ୍ଚ୍ ଚୁପ୍, ଏଥିପାଇଁ ବହୁତ୍ ଆଡ଼େ ଜଣ ଆନ୍ଦୋଳନ ତେଜିଛି, ଏଠି ଦୂତି ଚାନ୍ଦ ର ମାମଲା ରେ ପୋଲିସ ୨ ଘଣ୍ଟା ରେ ସାମ୍ବାଦିକ କୁ ଆଣି କୋର୍ଟ ଫରୱାର୍ଡ କରିଦେଉଛି ହେଲେ ଦଫା ୩୦୨ ମାନେ ହତ୍ୟା ର ମାମଲା ଲାଗିଥିବା ବିଦ୍ୟା ଭାରତୀ କୁ ଏଯାବତ୍ ଗିରଫ କରା ହେଉନାହିଁ

ସତରେ ବିଦ୍ୟା କଣ କାନୁନ୍ ଉପରେ?? ଭଗବାନ୍ ଏଠି 5T ସରକାର୍ ରେ କିଭଳି ଲୋକ ଙ୍କୁ ନ୍ୟାୟ ମିଳୁଛି ଆମେ ସବୁ ଜାଣି ଗଲୁଣି….

Leave a Comment