ଦେଶ ଦୁନିଆ

ଏବେ ଠୁ ODRAF ଆଉ NDRF ଉଦ୍ଧାର କାର୍ଯ୍ୟ ରେ ସାମ୍ବାଦିକ ଙ୍କୁ ମନା,ଅରିନ୍ଦମ ଙ୍କ ମୃତ୍ୟୁ ପରେ ଚେତିଲେ ସରକାର କଲେ କାନୁନ୍…

ସମୟ କେତେବେଳେ କାହା ପାଈଁ ସରିଯିବ କିଏ କହିବ । କେତେବେଳେ କିଏ ଆମ ପାଖକୁ ଆସିବେ ଓ କିଏ ସବୁ ଦିନ ପାଇଁ ଛାଡି ଚାଲିଯିବେ ଏ କଥା କିଏ ବି ଜାଣି ନାହାନ୍ତି । ଆସନ୍ତୁ ସେମିତି କିଛି ଖବର ଜାଣିବା ।

ଶୁକ୍ରବାର ଦିନ ମୁଣ୍ଡୁଳି ରେ ପସି ଥିବା ହାତୀ କୁ ରକ୍ଷା କରିବାକୁ ଯାଇ ଜଣେ ସାମ୍ବାଦିକ ଙ୍କ ମୃତ୍ୟୁ ହୋଇଥିବା କଥା ଆପଣ ମାନେ ଜାଣିଥିବେ । ତେବେ ଓଡ୍ରାଫ୍ ଟିମ୍ ସହ କ୍ୟାମେରା ମ୍ୟାନ ଓ ସାମ୍ବାଦିକ ଅରିନ୍ଦମ ଦାସ ଥିଲେ । ତେବେ ଦୁର୍ଭାଗ୍ୟବଶତଃ ବୋଟ୍ ଟି ଓଲଟି ପଡ଼ିଥିଲା ଓ ସମସ୍ତେ ବୁଡି ଯାଇଥିଲେ ।

ତେବେ ସମସ୍ତଙ୍କୁ ଉଦ୍ଧାର କରା ଯାଇ ଥିଲା ବେଳେ ଓଡ୍ରାଫ ଯବାନ ଙ୍କ ମଧ୍ୟ ରୁ ଜଣେ ନିଖୋଜ ଅଛନ୍ତି । ଓ ସାମ୍ବାଦିକ ଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣା ପରେ ଏସ ଆର ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ ଓଡ୍ରାଫ୍ ଓ ଏନଡି ଆରଏଫ୍ ଙ୍କ ଉଦ୍ଧାର କାର୍ଯ୍ଯ ରେ ସାମ୍ବାଦିକ ମାନେ ଯାଇ ପାରିବେ ନାହିଁ ବା ଗଣମାଧ୍ୟମ ପ୍ରତିନିଧି ଯିବେ ନାହିଁ ।

ସାମ୍ବାଦିକ ଙ୍କ ମୃତ୍ୟୁ ପରେ ଚାରିଆଡ଼େ ଶୋକ ର ଛାୟା ଖେଳି ଯାଇଥିଲା । ତେଣୁ ଏହି ଭଳି ନିଷ୍ପତି ନିଆଯାଇଛି । ଏସ ଆର ସି ପ୍ରଦୀପ ଜେନା ମଧ୍ୟ ଏଥିପାଇଁ ଶୋକ ପ୍ରକାଶ କରିଛନ୍ତି ଓ ଏହିପରି ସୂଚନା ଦେଇଛନ୍ତି । ତାଛଡା ଧବଳେଶ୍ଵର ରେ ମିଳିଥିବା ମୃତଦେହ ସୀତାରାମ ଙ୍କ ହୋଇଥିବା ବୋଲି ସନ୍ଦେହ କରାଯାଇଥିଲା । ହେଲେ ସୀତାରାମ ଙ୍କ ପରିବାର ତାହା ସୀତାରାମ ଙ୍କ ମୃତଦେହ ନୁହେଁ ବୋଲି ସ୍ପଷ୍ଟ କରିଥିଲେ ।

Leave a Reply

Your email address will not be published. Required fields are marked *