Bollywood ଅଭିନେତ୍ରୀ ଜାକଲିନ ଗିରଫ, Dubai ଯାଉଥିଲା ବେଳେ ଗୋଡେଇ ଧରିଲା ପୋଲିସ..୨୦୦ କୋଟି ର ହେରଫେର ରେ ସାମିଲ..

ମୁମ୍ବାଇ ବିମାନ ବନ୍ଦର ରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଙ୍କୁ ଅଟକ ରଖାଯାଇଛି।୨୦୦ କୋଟି ର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲା ଠକେଇ ମାମଲାରେ ଜାରି କରିଛି।ଦୁବାଇର ଏକ ଶୋ ରେ ଯୋଗ ଦେବାକୁ କାଲି ମୁମ୍ବାଇ ବିମାନ ବନ୍ଦର ରେ ପହଞ୍ଚିଥିଲେ ଅଭିନେତ୍ରୀ ଜ୍ୟାକଲିନ୍।

ହେଲେ ଇମିଗ୍ରେସନ ଅଧିକାରୀ ତାଙ୍କୁ ଅଟକାଇ ଥିଲେ।ସେଠାରୁ ଜ୍ୟାକଲିନଙ୍କୁ ଦିଲ୍ଲୀ ନିଆଯାଇ ପଚରା ଉଚରା କରାଯିବ ବୋଲି ସୂଚନା ମିଳିଛି।ସୁକେଶ୍ ଚନ୍ଦ୍ର ଶେଖର ଏବଂ ଅନ୍ୟ ମାନଙ୍କ ନାଁରେ ଦିଲ୍ଲୀ ହାଇକୋର୍ଟରେ ଚାର୍ଟ ସିଟ୍ ଦାଖଲ କରାଯାଇଛି।

ବିହାର ଜେଲ୍ ରେ ଥାଇ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କା ଆଦାୟ କରିଥିବାର ନେଇ ସୁକେଶଙ୍କ ନାଁରେ ଅଭିଯୋଗ ହୋଇଛି।ଏହାପରେ ସୁକେସଙ୍କ ଆକାଉଣ୍ଟରୁ ଜ୍ୟାକଲିନ୍ ଙ୍କ ପାଖକୁ ଟଙ୍କା କାରବାର ହୋଇଥିବା ନେଇ ସୁରାଗ ଲାଗିଛି ଇ .ଡି ହାତରେ।

ଏପରିକି ଜ୍ୟାକଲିନ୍ ଙ୍କୁ ସୁକେଶ ୫୨ ଲକ୍ଷ ଟଙ୍କାର ଘୋଡ଼ା ଓ ୯ ଲକ୍ଷ ଟଙ୍କାର ବିଲେଇ ସମେତ ୧୦ କୋଟି ଟଙ୍କାର ଉପହାର ଦେଇଥିବା ଇ. ଡି ଚାର୍ଟ ସିଟ୍ ରେ ଦର୍ଶାଇଛନ୍ତି।ମାମଲାରେ ଅଭିନେତ୍ରୀ ନୋରା ଫତେଇ ଙ୍କ ନାଁ ମଧ୍ୟ ରହିଛି। ନୋରାଙ୍କୁ ଶୁକେଶ ଦାମି କାର ଦେଇଥିବାର କହିଛନ୍ତି।ମାମଲାରେ ଉଭୟ ନୋରା ଓ ଜ୍ୟାକଲିନଙ୍କୁ ଡାକି ପଚରା ଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Leave a Comment

Your email address will not be published. Required fields are marked *

Scroll to Top