ଭାଇରାଲ ଭିଡିଓ

ଅଭିଷେକ ମହାପାତ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅଭିନେତ୍ରୀ ଝିଲ୍ଲିକ, କୋହଭରା କଣ୍ଠରେ କହିଲେ ଏମିତି କିଛି , ଦେଖନ୍ତୁ ଭିଡିଓ

କରୋନାର ପ୍ରଥମ ଲହର ସାରା ରାଜ୍ୟରେ କହର ସୃଷ୍ଟି କରି ଥିଲା। ବର୍ତ୍ତମାନ ଏହି ଦ୍ଵିତୀୟ ଲହରରେ କରୋନା ସଂକ୍ରମଣ ସଂଖ୍ୟା ଯେଉଁପରି ବୃଦ୍ଧି ହେଉଛି ସେହିପରି ମୃତ୍ୟୁର ହାରରେ ମଧ୍ୟ ବୃଦ୍ଧି ହେଉଛି। ଅନେକ ରୋଗୀ କରୋନାରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ସେହିପରି ଏକ ଦୁଃଖ ଖବର ସୋସିଆଲ ମିଡିଆରେ ବ୍ୟାପୁଅଛି।

କିଛି ଦିନ ହେବ ଆପଣ ଗୋଟିଏ ନାମକୁ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଶୁଣି ଆସୁଥିବେ ଅଭିଷେକ ମହାପାତ୍ର । ଯିଏ କି ଏବେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ଅଭିଷେକ ମହାପାତ୍ର ପାଖାପାଖି ୨୨ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ, ସେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଅବସ୍ଥା ଧୀରେ ଧୀରେ ବିଗିଡିବାକୁ ଲାଗିଲା। ଓ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁନଥିଲା। ସେଥିପାଇଁ ଭୁବନେଶ୍ବରର କିଛି ଡାକ୍ତର ତାଙ୍କୁ କଲିକତା ନେଇଯିବାକୁ ପରାମର୍ଶ ଦେଇଥିଲେ। ଓ ତାଙ୍କର ଇସିଏମଓ ଚିକିତ୍ସା କରିବାକୁ କହିଥିଲେ।

ଅଭିଷେକଙ୍କର ଏହି ଇସିଏମଓ ଚିକିତ୍ସା ପାଇଁ ପାଖାପାଖି ୧କୋଟି ଟଙ୍କା ଖର୍ଚ୍ଚ ହେବ। ତାଙ୍କର ଚିକିତ୍ସା ପାଇଁ ତାଙ୍କର ପରିବାର ବର୍ଗ ଜନସାଧାରଣଙ୍କୁ ସୋସିଆଲ ମିଡିଆରେ ସାହାଯ୍ୟ ମାଗିଥିଲେ। ଏଥିପାଇଁ ମିଲାପ ସଂଗଠନ ମଧ୍ୟ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ଓ ଅନେକ ଲୋକ ମଧ୍ୟ ଏଥିରେ ତାଙ୍କୁ ସାହାଯ୍ୟ କରିଛନ୍ତି। ସେହିପରି ଓଲିଉଡ ତଥା ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟା ବର୍ତ୍ତମାନ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ଝିଲିକ ଭଟ୍ଟାଚାର୍ଯ୍ୟା ନିକଟରେ ଏକ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଓ ସେଥିରେ ସେ ଅଭିଷେକଙ୍କୁ ସାହାଯ୍ୟ କରିବା ପାଇଁ ଲୋକମାନଙ୍କୁ କହିଥିଲେ। ସେ ଲୋକମାନଙ୍କୁ ନିଜ ଇଚ୍ଛା ଅନୁସାରେ ସାହାଯ୍ୟ କରିବା ପାଇଁ କହିଥିଲେ। ସେ ଭଗବାନଙ୍କ ନିକଟରେ ଅଭିଷେକଙ୍କର ମଙ୍ଗଳ କାମନା ପାଇଁ ପ୍ରାଥର୍ନା କରିଛନ୍ତି। ସେ ମଧ୍ୟ ନିଜର ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *