ଭାଇରାଲ ଭିଡିଓ

ମଣିଷ ପରି ଗର୍ଜନ କରୁଥିବା ସାପର ଭିଡିଓ ଭାଇରାଲ , ଜାଣନ୍ତୁ ସେ ଭିଡିଓ କେତେ ସତ କେତେ ମିଛ

ଏକ ମାସ ତଳର କଥା, ମାଇକ ମଣ୍ଟି ନାମକ ଏକ ୟୁଟବ ଚ୍ଯାନେଲରେ ଏକ ଭିଡିଓ ତୀବ୍ର ଭାବରେ ଭାଇରାଲ ହେବାକୁ ଲାଗିଥିଲା। ଏହି ଭିଡିଓରେ ସେ ଏକ ବିରଳ ଜାତିର ସାପର ଭିଡିଓ ପୋଷ୍ଟ କରିଥିଲେ। ଏହି ସାପ ହେଉଛି ହଗନସ ପ୍ରଜାତିର। ଏହି ସାପର ଭିଡିଓଟି ପୋଷ୍ଟ କରିବା ପରେ ବହୁତ ତୀବ୍ର ମାତ୍ରାରେ ଭାଇରାଲ ହୋଇଯାଇଥିଲା। ଲୋକମାନେ ଏହି ଭିଡିଓକୁ ୟୁଟବରୁ ଡାଉନଲୋଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଲାଗିଥିଲେ।

viral snake

ଲୋକମାନେ ପୋଷ୍ଟ କରିବା ପରେ ଏହି ଭିଡିଓ ଭାଇରାଲ ହେବାକୁ ଲାଗିଥିଲା। ଲୋକମାନେ ଏହି ଭିଡିଓରେ ସାପ ମୁହଁରୁ ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ସାଧାରଣତଃ ସାପ ମୁହଁରୁ ‘ହିସ’ ଶବ୍ଦ ବାହାରିଥାଏ। କିନ୍ତୁ ଏହି ବିରଳ ଜାତିର ସାପ ମୁହଁରୁ ଶବ୍ଦ ବାହାରୁଥିବାର ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

viral snake

ଏହା ପରେ ମାମଲାର ସତ୍ୟତା ଜାଣିବା ପାଇଁ ପୋଲିସ ଯାଞ୍ଚ ଆରମ୍ଭ କରିଲେ। ଯାଞ୍ଚ ସମୟରେ ପୋଲିସ ୟୁଟବରଙ୍କୁ ଧରିଲେ ଓ ସତ୍ୟତା ଜାଣିବାକୁ ଚେଷ୍ଟା କରିଲେ। ତାପରେ ପ୍ରକୃତ ସତ୍ୟ ବାହାରକୁ ଆସିଥିଲା।

ବାସ୍ତବରେ ଏହି ଭିଡିଓଟି ହେଉଛି ତେଲେଙ୍ଗାର କରିମନଗର ଜିଲ୍ଲାରୁ ଭାଇରାଲ ହେଉଥିଲା। ସେଠାକାର ରହୁଥିବା ଲିଙ୍ଗମ ପଲି ଶ୍ରୀନିବାସନ ଏହ ଭିଡିଓକୁ ୟୁଟବରେ ପୋଷ୍ଟ କରିଥିଲେ। କାରଣ ତାଙ୍କ ଘର ପାଖରେ କିଛି ପିଲାମାନେ କ୍ରିକେଟ ଖେଳି ତାଙ୍କର ଘରର ଝରକାର କାଚ ଭାଙ୍ଗି ଦେଉଥିଲେ। ସେହି ପିଲାଙ୍କ ମନରେ ଡର ସୃଷ୍ଟି କରିବା ପାଇଁ ସେ ଏମିତି କାଣ୍ଡ ଘଟାଇଥିଲେ। ପରେ ସେ ଏହି ଭୁଲକୁ ସ୍ଵୀକାର କରିଥିଲେ ଓ ଦଣ୍ଡ ଆକାରରେ ଜୋରିମାନା ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *