ଭାଇରାଲ ଭିଡିଓ

୧୫ ଦିନ ଆଇସିୟୁ ରେ ରହିଲା ପରେ ଏବେ କେମିତି ଅଛନ୍ତି mihir das, କଣ କହୁଛନ୍ତି ଡାକ୍ତର

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ୍ ଅସୁସ୍ଥ ହୋଇଥିବାର ଖବର ଓଡ଼ିଶା ବାସୀଙ୍କୁ ବ୍ୟଥିତ କରିଦେଇଥିଲା।ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ପୂର୍ବରୁ ମିହିର ଦାସ୍ ଙ୍କ ର କିଡନୀ ଜନିତ ସମସ୍ୟା ରହିଛି।

କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଡାକ୍ତର ମାନେ ମିହିର ଦାସ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି।ବଞ୍ଚି ଥାଇ ମଧ୍ୟ ଆସନ୍ତା ବୁଧୁବାର ଦିନ ୱିକି ପିଡ଼ିଆ ମିହିର ଦାସ୍ ଙ୍କୁ ମୃତ୍ୟୁ ଘୋଷଣା କରିଦେଇଥିଲେ।୧୪ ତାରିଖ ରେ ମୃତ୍ୟୁବରଣ କରିଛନ୍ତି ବୋଲି ଦର୍ଶଯାଇଥିଲା।

କିନ୍ତୁ ଗୁରୁବାର ଦିନ ୱିକି ପିଡ଼ିଆ ରେ ଭୁଲ୍ କୁ ସଂଶୋଧନ କରିବା ପରେ ଘଟଣା ଟି ଚର୍ଚ୍ଚାର ବିଷୟ ହୋଇଥିଲା।ତାଙ୍କୁ ଭଲ ପାଉଥିବା ଲୋକମାନେ ୱିକି ପିଡ଼ିଆ କୁ ନିନ୍ଦା କରିଛନ୍ତି।ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ “ପୁଅ ମୋର ଭୋଳା ଶଙ୍କର”ଭଳି ସବୁଥିରେ ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି।

ତାଙ୍କର ଏବେ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣା ପଢିଛି।ପୂର୍ବ ଅପେକ୍ଷା ଭଲ ଅଛନ୍ତି। କାଲି ବି ଜେ ପି ନେତା ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ଯାଇଥିଲେ।ମିହିର ଦାସ୍ ଭଲ ଅଛନ୍ତି ବୋଲି ଶୁଣି ପ୍ରଶଂସକ ମାନେ ଖୁସି ହୋଇଛନ୍ତି।

Leave a Reply

Your email address will not be published. Required fields are marked *