ରାଜ୍ୟ ଖବର

ଗୋବିନ୍ଦ ର ପୁଣି କଳା କାରନାମା ପର୍ଦାଫାଶ, କିଏ ଏହି ଆଭା ମାଡ଼ମ

ତଦନ୍ତ ଚାଲିଛି । ୫ ଦିନିଆ ରିମାଣ୍ଡ ସରିଗଲାଣି । ବହୁତ ଯାଞ୍ଚ କରାଯାଉଛି । ମମିତା ମେହେର ଙ୍କ ମୁର୍ତ୍ୟୁ ପରେ ବହୁତ କିଛି କଥା ବାହାରକୁ ଆସୁଛି । ସତରେ ଏମିତି ବି ମୁର୍ତ୍ୟୁ ହୋଇପାରେ କିଏ ଭାବି ନଥିବେ । ଜଣେ ମଣିଷ ଏମିତି ନର ରୂପୀ ରାକ୍ଷସ ହେଇଯିବ କିଏ ବିଶ୍ୱାସ କରିପାରୁ ନଥିଲେ ।

ଗୋବିନ୍ଦ ସାହୁ ଗିରଫ ହେବା ପରେ ସୁନା ପିଲା ଭଳି ନିଜର ସବୁ କଳା ସାମ୍ରାଜ୍ୟ ବିଷୟରେ କହି ଚାଲୁଛି । ଏହି ହତ୍ୟା ଘଟଣା ରେ ଗୋବିନ୍ଦ ସାହୁ ସହ ଅନ୍ୟ ମାନଙ୍କ ଲିଙ୍କ ଧୀରେ ଧୀରେ ବାହରକୁ ଆସୁଛି । ଗୋବିନ୍ଦ ସାହୁ ପରେ ରାଧେଶ୍ୟାମ ଙ୍କୁ ଜେରା କରା ଯାଇଛି । ଏବେ ଅନ୍ୟ ୩ ଜଣ ଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ସେହି ନାଁ ଭିତରେ ଆଭା ସିଂଦେଓ ଅଛନ୍ତି । ସେ ମମିତା ଙ୍କ ସାଙ୍ଗ ତଥା ଅଧ୍ୟକ୍ଷା ପଦ ପାଇଁ ସେ ମମିତା ଙ୍କ ସହ ପ୍ରତିଯୋଗୀତା କରୁଥିବା ଜଣା ଯାଉଛି ।

ତେବେ ଏହା ଭିତରେ ବହୁତ ଗୁଡିଏ ପ୍ରଶ୍ନ ସମସ୍ତଙ୍କ ମନ କୁ ଆସୁଛି । ପୋଲିସ ଏହି ସମସ୍ତଙ୍କୁ ଜେରା କରିନି କାହିଁକି ? କଲେଜ ରେ ଗୋବିନ୍ଦ ସାହୁ ଚଳେଇଥିବା ସେକ୍ସ କ୍ୟାଣ୍ଡେଲ ର କାହିଁକି ତଦନ୍ତ ହେଉନାହିଁ ? କଲେଜ ର ସେହି ସିକ୍ରେଟ ରୁମ ରେ କଣ ଅଛି ସେଠି କିଛି ଅଧିକା ତଥ ମିଳିପାରେ ହେଲେ ସେ ସବୁ ରେ ପୋଲିସ କାହିଁକି ଦୁଷ୍ଟି ଦେଉନାହିଁ । ରାଧେ ଙ୍କ ଘରୁ ବାହାରିଥିବା ବ୍ୟାଗ ର ବି ଯାଞ୍ଚ କରାଯିବା ଦରକାର ।

ତେବେ ଏହି ସବୁ ର ଠିକ ଭାବରେ ତଦନ୍ତ କଲେ ଏହି ଘଟଣା ରେ ସମ୍ପୂର୍କ୍ତ ଥିବା ସମସ୍ତ ଵ୍ୟକ୍ତି ଙ୍କ ବିଷୟରେ ଜଣାଯିବ । ତେବେ ଆଭା ସିଂଦେଓ ଏବେ କେଉଁଠି ,ତାଙ୍କ ର ମଧ୍ୟ ଫୋନ କଲ ର ଚେକ କରିବା ଦରକାର । ମମିତା ମେହେର ଙ୍କ ହତ୍ୟା ମାମଲା ରେ ବିଭିନ୍ନ ତଥ୍ୟ ମିଳିଚାଲିଛି । ଗୋବିନ୍ଦ ସାହୁ ବି ପୋଲିସ ଙ୍କ ପାଖରେ ସବୁ କିଛି କହିଚାଲିଛି । ତେବେ ଆଗକୁ ଏହି ଘଟଣାରେ ଆଉ କାହାର ଲିଙ୍କ ଅଛି ସ୍ପଷ୍ଟ ହେଇପାରିବ ।

Leave a Reply

Your email address will not be published. Required fields are marked *