କ୍ରୋଧିତ ହାତୀ କରିଦେଲା ମଇଁଷି ଉପରେ ଆକ୍ରମଣ, ଭିଡିଓରେ ଦେଖନ୍ତୁ କିପରି ଗଡେଇ ଗଡେଇ ମାରିଲା

ପୃଥିବୀର ସବୁଠାରୁ ବଡ଼ ପଶୁ ହାତୀକୁ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଇଥାଏ | ସେହିପରି ସେ ଅନ୍ୟ ପଶୁମାନଙ୍କ ଅପେକ୍ଷା ବହୁତ ଶାନ୍ତ ରହିଥାଏ | ଜଙ୍ଗଲରେ ସେ ନିଜର ସାଥିମାନଙ୍କ ସହିତ ରହିବାକୁ ପସନ୍ଦ କରେ | ଯେପରି ସେମାନେ ସୁରକ୍ଷିତ ରହିପାରିବେ | ଶାନ୍ତ ହେବା ସତ୍ତ୍ୱେ ମଧ୍ୟ ବେଳେବେଳେ ହାତୀମାନେ ବହୁତ ରାଗିଯାନ୍ତି | ଯେତେବେଳେ ସେମାନେ କ୍ରୋଧିତ ହୁଅନ୍ତି, ସେତେବେଳେ ସେମାନେ କାହାର ବି ଜୀବନ ନେଇପାରନ୍ତି | ସୋସିଆଲ ମିଡିଆରେ ଆମକୁ ଏପରି ଏକ ଭିଡିଓ ଦେଖିବାକୁ ମିଳିଲା | ଯେଉଁଥିରେ ଗୋଟିଏ ହାତୀ ଗୋଟିଏ ମଇଁଷି ଉପରେ ଆକ୍ରମଣ କରିଦେଲା | ତାପରେ କଣ ହେଲା ଏହା ଆପଣ ନିଜେ ଭିଡିଓରେ ଦେଖିପାରିବେ |

ଏହି ଭିଡିଓକୁ କୄଗର ସାଇଣ୍ଟିଗ୍ସ ନାମକ ୟୁଟ୍ୟୁବ ଚ୍ୟାନେଲରୁ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ଦୁଇ କୋଟି ୬୧ ଲକ୍ଷ ୭୨ ହଜାରରୁ ଅଧିକଥର ଦେଖାଯାଇଛି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଏକ ଜଙ୍ଗଲରେ ଗୋଟିଏ ମଇଁଷି ବହୁତ ଆରାମରେ ବସିଛି | ଠିକ ସେତିକିବେଳେ ଗୋଟିଏ ହାତୀ ତାକୁ ଦେଖିନିଏ ଏବଂ ସେ ମଇଁଷି ଆଡକୁ ବହୁତ ଜୋରରେ ଦୌଡ଼ି ଆସେ | ହାତୀକୁ ନିଜ ଆଡକୁ ଆସୁଥିବାର ଦେଖି ମଇଁଷି ଉଠି ଠିଆ ହୁଏ ଏବଂ ପଳାଇବାକୁ ଚେଷ୍ଟା କରେ, କିନ୍ତୁ ସେତେବେଳକୁ ହାତୀ ମଇଁଷି ପାଖରେ ପହଞ୍ଚିଯାଏ ଏବଂ ତା ଉପରେ ଆକ୍ରମଣ କରିଦିଏ |

ମଇଁଷି ପଳାଇବାକୁ ଚେଷ୍ଟା କରିବା ବେଳକୁ ହାତୀ ତାକୁ ନିଜ ଶୁଣ୍ଢରେ ଠେଲି ଦିଏ ଏବଂ ମଇଁଷି ତଳେ ପଡ଼ିଯାଏ | ଏହାପରେ ହାତୀ ମଇଁଷିକୁ ନିଜ ଶୁଣ୍ଢରେ ମାରିବାକୁ ଲାଗେ | ସେ ନିଜ ଶୁଣ୍ଢ ଦ୍ୱାରା ମଇଁଷିକୁ ତଳେ ଘୋଷାଡ଼ିବାକୁ ଚେଷ୍ଟା କରେ | ହାତୀ ମଇଁଷିକୁ ମାରିବାପାଇଁ ଆଣ୍ଠୁ ମାଡି ବସିପଡ଼େ ଏବଂ ନିଜ ଶୁଣ୍ଢ ଦ୍ୱାରା ଜୋରରେ ଆକ୍ରମଣ କରେ |

ଦେଖନ୍ତୁ ଭିଡିଓ :-

ଏହାପରେ ହାତୀ ମଇଁଷିକୁ ନିଜ ଶୁଣ୍ଢ ଦ୍ୱାରା ଉଠେ ଏବଂ ତଳେ ପକାଇ ଦିଏ | ଯାହାଦ୍ୱାରା ମଇଁଷିର ଅବସ୍ଥା ଖରାପ ହୋଇଯାଏ ଏବଂ ତାପରେ ହାତୀ ମଇଁଷି ଉପରେ ପୁଣିଥରେ ନିଜ ଶୁଣ୍ଢରେ ଆକ୍ରମଣ କରେ | ହାତୀ ଲଗାତାର ଭାବରେ ମଇଁଷିକୁ ନିଜ ଶୁଣ୍ଢରେ ମାରି ଚାଲିଥାଏ | ସେ ଏମିତି ଆକ୍ରମଣ କରୁଥାଏ ଯେପରି ମଇଁଷି ତାର କୌଣସି ପୁରୁଣା ଶତ୍ରୁ ଅଟେ ଏବଂ ଆଜି ଶତ୍ରୁକୁ ମାରିବାପାଇଁ ତାକୁ ଭଲ ସୁଯୋଗ ମିଳିଯାଇଛି | ହାତୀ ମଇଁଷିକୁ ସେପର୍ଯ୍ୟନ୍ତ ମାରିଚାଲେ, ଯେପର୍ଯ୍ୟନ୍ତ ତାକୁ ବିଶ୍ୱାସ ନ ହୋଇଛି ଯେ ମଇଁଷି ମରିଗଲାଣି | ଯେତେବେଳେ ମଇଁଷି ହଲଚଲ ହେବା ମଧ୍ୟ ବନ୍ଦ କରିଦିଏ, ସେତେବେଳେ ହାତୀ ତାକୁ ଛାଡି ଚାଲିଯାଏ |

Leave a Comment