ମନୋରଞ୍ଜନ

ତପସ୍ଵିନୀ ଙ୍କ ପରି ଆଉ ଜଣେ ଝିଅ ନିଜ ପ୍ରେମିକ ଘର ଆଗରେ ଦେଇଚି ଧାରଣା, ଏକା ଜିଦ୍ ମତେ ବି ନ୍ୟାୟ ଦିଅ

ସବୁବେଳେ ବିଭିନ୍ନ ନିୟମ ତିଆରି ହେଉଛି । ଲୋକ ମାନଙ୍କ ସୁବିଧା ପାଇଁ ଦିନ କୁ ଦିନ ବିଭିନ୍ନ ଯୋଜନା କରାଯାଉଛି । ସମସ୍ତେ କେମିତି ଭଲ ରେ ରହିବେ ଭଲ ଭବିଷ୍ୟତ ତିଆରି କରିବେ ସମସ୍ତେ ସେଥିପାଇଁ ସଜାଗ ହେଉଛନ୍ତି । ତେବେ ସବୁ ଭିତରେ ରହିଛି ସ୍ନେହ ପ୍ରେମ ଭଲ ପାଇବା । ସମସ୍ତଙ୍କ ଜୀବନରେ ଥରେ ପ୍ରେମ ହେଇଥାଏ । ପ୍ରେମ ରେ ପ୍ରେମୀକ ଓ ପ୍ରେମିକା ବହୁତ ସ୍ୱପ୍ନ ଦେଖିଥାନ୍ତି । ନିଜ ପ୍ରେମ କୁ ସଫଳ କରି ନିଜ ପ୍ରେମିକା କୁ ଜୀବନସାଥୀ ଭାବରେ ଦେଖିବାର ଇଛା ସମସ୍ତଙ୍କ ର ଥାଏ ।

 

ତେବେ ଯେତେବେଳେ ପ୍ରେମ ରେ ପ୍ରତାରଣା ମିଳେ ସେତେବେଳେ ସବୁ ସ୍ୱପ୍ନ ଧୂଳିସାତ ହେଇଯାଏ । ଆପଣ ମାନେ ବ୍ରହ୍ମପୁର ର ତପସ୍ୱିନୀ ଦାସ ଯେଉଁଭଳି ଭାବରେ ତାଙ୍କ ଶାଶୁ ଘର ଆଗରେ ବୋହୁ ର ଅଧିକାର ପାଇଁ ଧାରଣା ଦେଇଛନ୍ତି ସେହି ଖବର ତ ଆପଣ ମାନେ ଜାଣିଛନ୍ତି । ତେବେ ଏହି ଘଟଣା ର ଅନ୍ତ ନ ହେଉଣୁ ଅନ୍ୟ ଏକ ଘଟଣା ମୁଣ୍ଡ ଟେକିଲାଣି । ତପସ୍ୱିନୀ ଙ୍କ ଭଳି ଗଞ୍ଜାମ ତୋଟା ସାହି ର ଏକ ଅଞ୍ଚଳରେ ଝୁନୁ ନାୟକ ନାମକ ଜଣେ ମହିଳା ନିଜ ପ୍ରେମିକ ଙ୍କ ଘର ଆଗରେ ବସି ରହିଛନ୍ତି । ଝୁନୁ ଏବଂ ତାଙ୍କ ପ୍ରେମିକ ଗଗନ ଉଭୟ ମିସ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି ।

 

ତେବେ ଉଭୟ ଏକାଠି କାମ କରୁଥିବା ସମୟରେ ଦୁହିଁଙ୍କ ଭିତରେ କଥା ବାର୍ତା ଆରମ୍ଭ ହୋଇଥିଲା ଓ ଧୀରେ ଧୀରେ ଦୁହେଁ ବନ୍ଧୁତା ସ୍ଥାପନ କରିଥିଲେ । ଏବଂ ଏହି ବନ୍ଧୁତା ପ୍ରେମ ର ରୂପ ନେଇଥିଲା । ଓ ଦୁହେଁ ଅନୈତିକ ସମ୍ପର୍କ ରେ ରହିଥିଲେ । ତେବେ ଦୀର୍ଘ ୯ବର୍ଷ ଉଭୟ ସମ୍ପର୍କ ରଖିଥିଲେ ମଧ୍ୟ ଗଗନ ଝୁନୁ ଙ୍କୁ ବିବାହ କରିନଥିଲେ । ବିଭିନ୍ନ ବାହାନା କରି କେବଳ ସମ୍ପର୍କ ରଖୁଥିଲେ । ତେବେ ଝୁନୁ ମଧ୍ୟ ଗଗନ ଙ୍କ ସବୁ କଥା କୁ ବିଶ୍ୱାସ କରି କୌଣସି ରେ ବିରୋଧ କରି ନଥିଲେ । ହେଲେ ଗଗନ ଙ୍କ ମନରେ ପ୍ରେମ ନଥିଲା ଥିଲା କିଛି ସ୍ୱାର୍ଥ । ତେଣୁ ଝୁନୁ କୁ ପ୍ରତାରଣା ଦେଇ ସେ ଅନ୍ୟ ଏକ ଜାଗାରେ ବିବାହ କରିଦେଲେ । ଝୁନୁ ନିଜ ପ୍ରେମିକ ଙ୍କ ଅନ୍ୟ ଏକ ଜାଗାରେ ବିବାହ ର କଥା ଶୁଣି ତାଙ୍କ ଘର ଆଗରେ ବସି ରହିଛନ୍ତି ।

ଗଗନ ଙ୍କ ଫୋଟ ଓ କିଛି ପ୍ରମାଣ ଧରି ବସି ରହିଥିଲେ ଝୁନୁ । ପରେ ପୋଲିସ ଆସି ଝୁନୁ ଙ୍କୁ ଥାନା କୁ ନେଇ ସମସ୍ତ କଥା ବୁଝିଛନ୍ତି ଏବଂ ତଦନ୍ତ ଆରମ୍ଭ କରାଯାଉଛି । ଦୁନିଆ ଏତେ ଆଗକୁ ଯାଇଥିଲେ ମଧ୍ୟ ଝିଅ ମାନଙ୍କୁ ବହୁତ ଜଣ ଶସ୍ତା ଭାବରେ ଗ୍ରହଣ କରୁଛନ୍ତି ଯେଉଁଥିପାଇଁ ଗୋଟେ ପରେ ଗୋଟେ ଘଟଣା ଘଟି ଚାଲିଛି । ତେବେ ଝିଅ ଙ୍କ ଜୀବନ ସହ ଖେଳୁଥିବା ଏହି ପରି ବ୍ୟକ୍ତି ଙ୍କୁ ଉଚିତ ଦଣ୍ଡ ଦିଆଯିବା ଉଚିତ ।

Leave a Reply

Your email address will not be published. Required fields are marked *