ବିଚ ରାସ୍ତାରେ police କୁ film style ରେ କାଚ ବୋତଲ ଭାଙ୍ଗି ଆକ୍ରମଣ କଲେ ଦୁର୍ବୁତ୍ତ ଦେଖନ୍ତୁ exclusive video

ବିଚ୍ ବଜାରରେ ହାତରେ ଭଙ୍ଗା ମଦ ବୋତଲ ଧରି ଅସଭ୍ୟ ଭାଷାରେ ଗାଳି କରି ନିଶାସକ୍ତ ଅବସ୍ଥାରେ ଉତୁପାତ ହେଉଥିବା ଯୁବକ ଜଣକ ହେଉଛି ଜିତୁ ଦାସ୍। ବରଗଡ଼ ଜିଲ୍ଲାର ଡ଼ାମ କଲୋନିର ବାସିନ୍ଦା।

ଯୁବକଟି ପୋଲିସ କୁ ଧମକ ଦେଉଥିଲା ଫୁଟେଇ ଦେବି, କାଚରେ ଭୂଷିଦେବି ବୋଲି କହି ବେଙ୍ଗଲା ବୁଲାଉଥିଲା ଆଉ ପୋଲିସ ମଧ୍ୟ ଘିରି ଘିରୀ ବୁଲିଗଲା।

ଯୁବକଟି ପୋଲିସ କୁ କହିଲା ଗାଡ଼ି ରଖ ଏଵଂ ଭ୍ୟାନ ଭିତରେ ହାତ ଭର୍ତି କରି ଚାବି କାଢି ଆଣିବାକୁ ଚେଷ୍ଟା କରୁଥିଲା।ମୁହଁକୁ ଯାହା ଆସିଲା ଅସଭ୍ୟ ଭାଷା କହିଚାଲିଥିଲା।

ଜଣେ ଯବାନ ହାତ ରେ ଲାଠି ଧରି ବହୁ କଷ୍ଟରେ ଗାଡ଼ି ରୁ ଓଲାହିଲେ ଏଵଂ ଭାବିଲେ ଯୁବକଟି ବାଡି ଦେଖି ଡରିଯିବ।କିନ୍ତୁ ନିଶାସକ୍ତ ଯୁବକଟି ଯବାନ କୁ ତୁଚ୍ଛ ଭାବିଲା ତାଙ୍କୁ ଆଖି ଦେଖାଇଲା। ଯୁବକଟି ଗାଡ଼ି ଉପରକୁ ଚଢି ଗଲା।

ଯବାନ ଆଉ ପୋଲିସମାନେ ଗାଡ଼ି ରୁ ବାହାରିଲେ।କିନ୍ତୁ ଯୁବକଟି ୪ଜଣ ପୋଲିସଙ୍କୁ ଡରାଇଚାଲିଲା।ଯୁବକଟି ଯେତେ ଆଗକୁ ବଢୁଥିଲା ପୋଲିସମାନେ ସେତେ ପଞ୍ଚଘୁଞ୍ଚା ଦେଉଥିଲେ।

ଜଣେ ପୋଲିସ ମଧ୍ୟ କହିଲେ ମାରିଲୁ ଦେଖିବା ସେତିକି ବେଳେ ଯୁବକଟି ପୋଲିସକୁ ଚାପୁଡ଼ାଟେ ମାରିଲା।ବହୁତ୍ ଲୋକଙ୍କ ସାମ୍ନାରେ ଏହି ଘଟଣା ଘଟିଥିଲା।

ଆଉ ବହୁତ୍ ଯବାନ ମଧ୍ୟ ଛିଡ଼ା ହୋଇ ତାମସା ଦେଖୁଥିଲେ।ବରଗଡ଼ ର ଗାନ୍ଧୀ ଛକ ମୁଖ୍ୟ ରାସ୍ତାରେ ଘଟିଛି ଏହି ଭଳି ଦୃଶ୍ୟ।ଏହି ଘଟଣାଟି ପ୍ରଥମ ଥର ପାଇଁ ହେଉଛି ବୋଲି ସ୍ଥାନୀୟ ଲୋକ କହୁଛନ୍ତି।

ହଠାତ୍ ୨ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହୋଇ ବହୁତ୍ ଯୁକ୍ତିତର୍କ ହୋଇଥିଲା।ସେଠିକାର ଲୋକମାନେ ପୋଲିସଙ୍କୁ ଫୋନ କରି ଡାକିଥିଲେ ଭାବିଲେ ସବୁ ଠିକ ହୋଇଯିବ ବୋଲି।କିନ୍ତୁ ଘଟଣାର ରୂପ ବଦଳି ଗଲା।ଯୁବକଟିକୁ କାବୁ କରିବା

ଏତେ ବି କଷ୍ଟ ନଥିଲା କିନ୍ତୁ ଯବାନମାନେ ପଞ୍ଛଘୁଞ୍ଚା ଦେଉଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top