ଭାଇରାଲ ଭିଡିଓ

ଉଡେଇବାକୁ ମଗେଇଥିଲା ଡ୍ରୋନ ହେଲେ ଆସିଲା ଇଚ୍ଛାପୂର୍ତ୍ତି କଇଁଛ, ଗ୍ରାହକ ମୁଣ୍ଡ ଗୋଲ!…

ଆଜି କା ସମୟରେ ଛୋଟ ରୁ ବଡ଼ ସମସ୍ତେ ଅନଲାଇନ ସପିଂ କରିବାକୁ ପସନ୍ଦ କରୁଛନ୍ତି । ଯୁବପିଢି ମାନେ ଘରେ ରହି ବିଭିନ୍ନ ଆପ ରୁ ବହୁତ ଗୁଡିଏ ଜିନିଷ ଅନଲାଇନ ଅର୍ଡର କରୁଛନ୍ତି । ବହୁତ ଭଲ ଜିନିଷ ଏବଂ ବିଭିନ୍ନ ଭେରାଇଟି ର ଜିନିଷ କମ ଟଙ୍କା ରେ ଉପଲବ୍ଧ ଥିବାରୁ ଏହା ସମସ୍ତଙ୍କୁ ଆକୃଷ୍ଟ କରୁଛି । ଯେକୌଣସି ପୂଜା ପର୍ଵ ହେଉ କିମ୍ବା କାହାକୁ କୌଣସି ଜିନିଷ ଗିଫ୍ଟ ଦେବାକୁ ହେଉ ସବୁ କିଛି ଏବେ ଅନଲାଇନ ରୁ କିଣା ଯାଉଛି ।

 

ତେବେ ଫେସବୁକ ଆପ ରୁ ମଧ୍ୟ ସପିଂ ର ବ୍ୟବସ୍ତା ରହିଛି । ବହୁତ ଜଣ ବିଭିନ୍ନ ଜିନିଷ ମଗେଇଥାନ୍ତି । ତେବେ ଆଜି ଆପଣ ଙ୍କୁ ଏମିତି କିଛି କହିବୁ ଯାହାକୁ ଶୁଣି ଆପଣ ଅନଲାଇନ ରୁ କିଛି କିଣିବା ଆଗରୁ ନିଶ୍ଚୟ ଭାବିବେ । ଆପଣ ମାନେ ଦେଖିଥିବେ ଅନଲାଇନ ରେ ବହୁତ ଜିନିଷ ଠିକ ଭାବରେ ଆସୁଥିଲେ ମଧ୍ୟ ବହୁତ ସମୟରେ ଭୁଲ ଏବଂ ଖରାପ ମାଟେରିଆଲ ମଧ୍ୟ ଆସିଯାଇଥାଏ ।

 

ତେବେ ସେହି ପରି ଠକାମୀ ର ଶିକାର ହୋଇଛନ୍ତି ବାଲେଶ୍ଵର ସୋର ଅଞ୍ଚଳର ପ୍ରଶାନ୍ତ ଧଳ । ପ୍ରଶାନ୍ତ ଫେସବୁକ ରୁ ଦୁଇ ଟି ଡ୍ରୋନ କ୍ୟାମେରା ମଗେଇଥିଲେ । ଠିକ ସମୟ ରେ ଜିନିଷ ଆସି ପହଁଚିଲା । ଡେଲିଭରି ବୟ ଜିନିଷ ଦେଲେ ପ୍ରଶାନ୍ତ ଜିନିଷ କୁ ଚେକ କରିବାକୁ ଦେଖିଲେ ହେଲେ ଯାହା ମଗେଇଥିଲେ ସେ ଜିନିଷ କିଛି ଆସିନାହିଁ । କ୍ୟାମେରା ବଦଳରେ ଆସିଛି ବାସ୍ତୁ ଦୋଷ ସୁଧାରିବା ପାଇଁ କାଚ ର କଇଁଛ । ଏହାକୁ ଦେଖି ପ୍ରଶାନ୍ତ ଠକାମୀ ରେ ପଡିଯାଇଥିବା ଜାଣି ପାରିଲେ ।

ଡେଲିଭରି ବୟ ଙ୍କୁ ଅଟକେଇ ରଖିଲେ । ହେଲେ ତାଙ୍କର କଣ ଭୁଲ ସେ ତ କେବଳ ଜିନିଷ ପହଞ୍ଚେଇବା କାମ କରନ୍ତି । ତେବେ ଜିନିଷ ଉପରେ ନୋ ରିଟର୍ଣ୍ଣିଂ ମଧ୍ୟ ଲେଖା ହୋଇଛି । ତେବେ ଏହି ଭଳି ଭାବରେ ବହୁତ୍ ସମୟରେ ଅନଲାଇନ୍ ସପିଂ ରେ କ୍ଷତି ମଧ୍ୟ ହୋଇଛି । ତେଣୁ କିଛି ଜିନିଷ ମଗେଇବା ଆଗରୁ ଦେଖି ଚାହିଁ ମଗେଇବା ଉଚିତ୍ ।

Leave a Reply

Your email address will not be published. Required fields are marked *