Special Report

ଚର୍ଚ୍ଚାରେ ବର୍ଷା-ଅନୁଭବଙ୍କ ବିବାଦ, ଡିଭୋର୍ସ ପରେ ପୁଣି ସାଙ୍ଗରେ ରହିବେ ବର୍ଷା-ଅନୁଭବ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଆପଣମାନେ ତ ଜାଣୁଥିବେ । ଏହି ଭିଡିଓ ମାଧ୍ୟମରେ ଓଲିଉଡ ଜଗତର କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଜାଣିଥିବେ ।

ଏହି ଦୁଇଜଣଙ୍କ ପାରିବାରିକ ସମସ୍ୟା ବିଷୟରେ ବି ଜାଣିଥିବେ । ଏହି ଦୁଇଜଣ ପ୍ରେମ ବିବାହ କରିଥିଲେ କିନ୍ତୁ ଏବେ ଅଲଗା ହେବାକୁ ଯାଉଛନ୍ତି । ଆଉ ତାଙ୍କ ପାରିବାରିକ ଝଗଡ଼ା ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଛି । ଏବେ ଏହି ଘଟଣାକୁ ନେଇ ଅଭିନେତା ମିଥୁନ କିଛି କଥା କହିଛନ୍ତି ।

ଅଭିନେତା ମିଥୁନ ମଧ୍ୟ ଓଲିଉଡ ଜଗତର ଜଣେ ଭଲ କଳାକାର । ଏବେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ସେ କଣ କହିଛନ୍ତି ଆପଣମାନେ ଜାଣିପାରିବେ । ଏହି ଅଭିନେତା ଜଣକ କହିଛନ୍ତି , ଅଭିନେତା ଅନୁଭବ ମହାନ୍ତି ହେଉଛନ୍ତି ରାଜା ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହେଉଛନ୍ତି ରାଣୀ ।

ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଭାଣିଜୀ ହେବେ ଆଉ ଅନୁଭବ ମହାନ୍ତି ତାଙ୍କର ସାନ ଭାଇ ଭଳି ହେବେ । ସେ କହିଛନ୍ତି କଣ ହେବାକୁ ଲାଗିଲାଣି ତାଙ୍କ ସମ୍ପର୍କରେ ସେ ତାହା ଜାଣି ନାହାନ୍ତି । ଆଉ ଯାହା କରିବା କଥା କମରେ କରିବା କଥା । ଏହି କେସକୁ ଅଧିକ ଟାଣିବା ଉଚିତ୍ ନୁହେଁ ।

ସେ କହିଛନ୍ତି ଦୁଇଜଣ ଯାକ ଅଶାନ୍ତିରେ ଅଛନ୍ତି ଆଉ ସେମାନେ ପରସ୍ପର ଠାରୁ ଅଲଗା ହୋଇଯିବା ଉଚିତ । ଅଲଗା ହୋଇଗଲେ ବର୍ଷା ତା ହିସାବରେ ବଞ୍ଚିବ ଆଉ ଅନୁଭବ ମହାନ୍ତି ତା ହିସାବରେ ବଞ୍ଚିବ । ଡିଭୋର୍ସ ପରେ ସେମାନେ ଅଲଗା ହୋଇ ନିଜ ଜୀବନ ବିତାଇବା ଦରକାର ।

ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଅଲଗା ହୋଇଯିବା କଥା । ଜଜ୍ ଚାହିଁଲେ ଏବଂ ସେମାନେ ଅର୍ଥାତ୍ ବର୍ଷା ଆଉ ଅନୁଭବ ଚାହିଁଲେ ଅଲଗା ହୋଇ ପାରିବେ । ସେ ତାଙ୍କୁ ଶାନ୍ତିରେ ଜୀବନ ବିତାଇବାକୁ କହିଛନ୍ତି । ଆଉ ତାଙ୍କର ପାରିବାରିକ ସମସ୍ୟା ଯେତେ ଶୀଘ୍ର ସମାଧାନ ହେବ ତାହା ଭଲ ଅଟେ ।

ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ସମ୍ପର୍କକୁ ନେଇ ଏବେ ଏହି କଥା କହିଛନ୍ତି ଅଭିନେତା ମିଥୁନ । ସେ ତାଙ୍କ ହିସାବରେ ଯାହା ଠିକ୍ ତାହା କହିଛନ୍ତି । ଏହାସହ ସେ କହିଛନ୍ତି ଅନୁଭବ ତା ଜୀବନରେ ରାଜା ହେଉ ଆଉ ବର୍ଷା ତା ଜୀବନରେ ରାଣୀ ହେଉ ।

Leave a Reply

Your email address will not be published. Required fields are marked *