Barsha ଙ୍କ ବିରୁଦ୍ଧ ରେ anubhav, ଧରାପଡ଼ିବ ସବୁ ସତ

ପୁଣି ଥରେ ବିବାଦରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ବର୍ଷା ଙ୍କ ବିରୋଧରେ ଅନୁଭବ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ।କିଛି କାଗଜପତ୍ର ଦେଇ ପାସପୋର୍ଟ ହାତେଇଛନ୍ତି ଅଭିନେତ୍ରୀ ବର୍ଷା ବୋଲି ଅଭିନେତା ଅନୁଭବ କହିଛନ୍ତି।

କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବର୍ଷା ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।ବର୍ଷା କିଛି ଜାଲ କାଗଜ ପତ୍ର ଦେଇ ଭାରତୀୟ ପାସପୋର୍ଟ ହାତେଇଛନ୍ତି ବୋଲି ଅନୁଭବ କହିଛନ୍ତି।ଘଟଣାଟି ଦେଶର ସୁରକ୍ଷା ସହିତ ଜଡ଼ିତ ଥିବାରୁ ଏ ନେଇ ସେ ସାଂସଦଙ୍କୁ ମଧ୍ୟ ଅବଗତ କରିଛନ୍ତି ବୋଲି ଅନୁଭବ କହିଛନ୍ତି।

ଏହା ପାଇଁ ବର୍ଷାଙ୍କ ର କୌଣସି ପ୍ରତିକ୍ରିୟା ଏଯାଏଁ ମିଳିନାହିଁ।ବର୍ଷା ଓ ଅନୁଭବଙ୍କ ବାହାଘର ବିବାଦ ମାମଲାରେ ଅନୁଭବଙ୍କ ପରିବାର ଲୋକ କୋର୍ଟକୁ ଆସିଥିଲେ।କୋର୍ଟ କାମ ଶେଷ ହେଲା ପରେ ସେ ବାହାରକୁ ଆସି ବର୍ଷାଙ୍କୁ ନେଇ ପ୍ରତିକ୍ରିୟା ରଖିଥିଲେ।ବର୍ଷା ଦେଇଥିବା ମାଟ୍ରିକ ଓ ଯୁକ୍ତ ୨ ପ୍ରମାଣ ପତ୍ର ଜାଲ ବୋଲି ଅନୁଭବ ଅଭିଯୋଗ କରିଛନ୍ତି।

ବାରମ୍ବାର ବିବାଦରେ ରହୁଥିବା ଅନୁଭବ ଓ ବର୍ଷା ସବୁବେଳେ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି ଏବଂ ବର୍ତ୍ତମାନ ସମୟରେ ସାଂସଦ ଅନୁଭବ ତାଙ୍କ ପତ୍ନୀ ବର୍ଷା ଙ୍କ ବିରୁଦ୍ଧରେ ଏକ ବହୁତ୍ ବଡ଼ ଅଭିଯୋଗ କରିଛନ୍ତି।କିନ୍ତୁ ଏହି ଘଟଣା ଟି କେତେ ଦୂର ସତ ତାହା ଆଗାମୀ ଦିନରେ ଜଣା ପଡ଼ିବ।

Leave a Comment

Your email address will not be published. Required fields are marked *

Scroll to Top