ରାଜ୍ୟ ସରକାର ଶିଶୁ ଓ ଗ-ର୍ଭ-ବ-ତୀ ମହିଳାଙ୍କ ପାଇଁ ଖାଦ୍ୟ ଯୋଗାଇବା ପାଇଁ ଅନେକ ସବୁ ବ୍ୟବସ୍ଥା କରିଛନ୍ତି। ମାତ୍ର ଏଥିରେ ସଠିକ୍ ପରିଚାଳନା ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅଙ୍ଗନବାଡ଼ି ରେ ମିଳୁଥିବା ସୁଜି ଛତୁଆ ଓ ଅଣ୍ଡା ରେ ନା ତିଆରି ହେଉଥିବା ଦିନ ତାରିଖ ଲେଖା ଅଛି ନା ଏହାର ଅବଧି ସରିବାର ଦିନ ଲେଖା ଅଛି। ଏହି ଦୃଶ୍ୟ ଦେଉଛି ସୁବର୍ଣ୍ଣପୁର ର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବଇଦୁପାଲି ଗ୍ରାମର ଦୃଶ୍ୟ।ସୁଚନା ମୁତାବକ ନଭେମ୍ବର ୧୧ ତାରିଖରେ ଜଣେ ହିତାଧିକାରୀଙ୍କୁ ସୁଜି ଆଉ ଛତୁଆ ମିଳିଥିଲା। ଯେଉଁଥିରେ ପୋକ ସାଲୁବାଲୁ ହୋଇ ଥିବାର ଚିତ୍ର ଏବେ ସାମ୍ନା କୁ ଆସିଛି।
ଯାହାକୁ ନେଇ ପରବର୍ତ୍ତୀ ସମୟରେ ଡୁଙ୍ଗୁରିପାଲି ବିଡ଼ିଓ , ସିଡ଼ିପିଓ ଙ୍କୁ ଅଭିଯୋଗ କରିଥିଲେ। ଏଥି ସହ ୧୨ ଟି ଅଣ୍ଡା ସ୍ଥାନରେ ୧୧ ଟି ଅଣ୍ଡା କାହିଁକି ମିଳୁଛି ଏନେଇ ପ୍ରଶ୍ନ କରିବାରୁ ଅଧିକାରୀ କହିଥିଲେ କି ଦର ବୃଦ୍ଧି କାରଣରୁ ଅଣ୍ଡା କମ୍ ଦିଆ ଯାଉଛି।ଅପରପକ୍ଷ ରେ ସିଡିପିଓ ଙ୍କ ପ୍ରତିକ୍ରିୟା ନେବାରୁ ସେ କ୍ୟାମେରା ସମ୍ମୁଖରେ କିଛି କଥା କହିନଥିଲେ। କ୍ୟାମେରା ବନ୍ଦ କରିବାରୁ ହିଁ ସେ ସବୁ କଥା ବଖାଣି ଦେଇଥିଲେ।
ଅପରପକ୍ଷ ରେ ହିତାଧିକାରୀ ଜଣକ ଫୋନ ଯୋଗେ ଛତୁଆ ବଣ୍ଟନକାରୀଙ୍କୁ ପଚାରିବାରୁ ସେ ରାଗି ଯାଇ କାହା ଇଶାରା ରେ ଅଭିଯୋଗ କରୁଛ ବୋଲି ତାଙ୍କୁ ସେ ଓଲଟା ପ୍ରଶ୍ନ ମଧ୍ୟ କରିଥିଲେ। ଯାହାକି ନିଜେ ହିତାଧିକାରୀ ଜଣକ କହିଥିଲେ।ଏବେ ସୋସିଆଲ ମିଡ଼ିଆ ରେ ତାଙ୍କର ଅଡିଓ କଲ୍ ମଧ୍ଯ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅଧିକାଂଶ ଲୋକମାନେ ମଧ୍ଯ ଏହା ଶୁଣି ସାରିଛନ୍ତି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି ସମ୍ପର୍କରେ ଜାଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।