ରାଜ୍ୟ ଖବରଭାଇରାଲ ଭିଡିଓ

ପାର୍କିଙ୍ଗରେ ଠିଆ ହୋଇଥିଲା କାରଗୁଡିକ, ହଠାତ ଘଟିଲା ଆଶ୍ଚର୍ଯ୍ୟକର ଅଘଟଣ, ସିସିଟିଭିରେ ଭିଡିଓ ହେଲା କଏଦ

ଅନେକଥର ଏପରି ଦୁର୍ଘଟଣା ହୋଇଯାଏ, ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ | ଏହା ଏତେ ଭୟଙ୍କର ହୋଇଥାଏ ଯେ ଏପରି ଲାଗେ ଯେପରି ପ୍ରକୃତିର ପ୍ରକୋପ ପଡିଯାଇଛି | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ଏକ ପାର୍କିଙ୍ଗର ମାଟି ଅଚାନକ ଖସିବାକୁ ଲାଗିଲା | ଯେଉଁଥିପାଇଁ ପାର୍କିଙ୍ଗରେ ଠିଆ ହୋଇଥିବା କାରଗୁଡିକ ପୋତି ହୋଇଗଲା | ଆଶ୍ଚର୍ଯ୍ୟଜନକ ଏହି ଭିଡିଓ ଇସ୍ରାଏଲର ରାଜଧାନୀ ଜେରୁଶଲେମରୁ ସାମ୍ନାକୁ ଆସିଛି | ଏହି ଭିଡିଓକୁ ଆମେରିକାନ ଟେଲିଭିଜିଟ ସିବିଏସ ନ୍ୟୁଜ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୨ ହଜାରଥର ଦେଖାଯାଇଛି |

ଏହି ଭିଡିଓ ଏକ ଏରୁଶଲେମର ଏକ ହସ୍ପିଟାଲର ପାର୍କିଙ୍ଗର ବୋଲି କୁହାଯାଉଛି | ଭିଡିଓରେ ଦେଖାଯାଇପାରେ ଯେ ପାର୍କିଙ୍ଗରେ ଅନେକ କାର ଠିଆ ହୋଇଛି | ଠିକ ସେତିକିବେଳେ ଅଚାନକ ପାର୍କିଙ୍ଗ ମାଟି ଖସିବାକୁ ଲାଗିଲା | ଦେଖୁ ଦେଖୁ ଗୋଟିଏ କାର ମାଟିରେ ପୋତି ହୋଇଯାଏ | ତାପରେ ଗୋଟିଏ ପରେ ଗୋଟିଏ ତିନୋଟି କାର ପାର୍କିଙ୍ଗରେ ହୋଇଥିବା ଗାତରେ ପଡ଼ିଯାଏ | ଏହାଦେଖି ସେଠାରେ ଥିବା ଲୋକମାନେ ଏକାଠି ହୋଇଯାନ୍ତି |

ଲୋକମାନେ ଆସିବା ପୂର୍ବରୁ ହିଁ କାରଗୁଡିକ ଗାତରେ ପଡିଯାଇଥିଲା | ଖୁସିର କଥା ଯେ ଏହି ଦୁର୍ଘଟଣାରେ କାହାର ମଧ୍ୟ ଜୀବନ ଯାଇନାହିଁ | ଏହି ଭିଡିଓକୁ ଟ୍ୱିଟ କରି କୁହାଯାଇଛି ଯେ ସୋମବାର ଦିନ ଜେରୁଶଲେମରେ ଏକ ହସ୍ପିଟାଲର ପାର୍କିଙ୍ଗ ଢଳିଗଲା | ତାପରେ ସେଠାରେ ଠିଆ ହୋଇଥିବା କାରଗୁଡିକ ବଡ଼ ଗାତରେ ପଡିଗଲା, କିନ୍ତୁ ଏହି ଦୁର୍ଘଟଣାରେ କୌଣସି ବଡ଼ କ୍ଷତି ହୋଇନାହିଁ |

Leave a Reply

Your email address will not be published. Required fields are marked *