ଦେଶ ଦୁନିଆ

ପୋଲିସ ବିନା କାରଣରେ ମାରିଲେ, ସେହି ସମୟରେ କଣ ଆମେ ବି ତାଙ୍କୁ ମାରିପାରିବୁ କି? ଦେଖନ୍ତୁ ପୂରା ନିୟମ

ଯଦି କୌଣସି ବ୍ୟକ୍ତିଙ୍କ ସହିତ ପୋଲିସ ମା-ରପି-ଟ କରୁଛି ତେବେ ସେ ବ୍ୟକ୍ତିଜଣକ କଣ ତାଙ୍କ ସହ ମାରପିଟ କରିପାରିବେ। ବାସ୍ତବରେ ପୋଲିସ ଆପଣଙ୍କ ସହ ସେମିତି କରିପାରିବେ ନାହିଁ, ଯେତେବେଳେ ସେମାନେ କାର୍ଯ୍ୟରତ ଥିବେ। ଯଦି ସେମାନେ ଏହିପରି ଦୁର୍ବ୍ୟବହାର କରନ୍ତି ତେବେ ଆପଣ ୧୬୬ ଆଇପିସି ଆଧାରରେ ଆପଣ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିପାରିବେ। ଏଥିରେ ଦୁଇଟି ସ୍ଥିତି ଅଛି। ତେବେ ଆସନ୍ତୁ ଜାଣିବା ସେହି ସ୍ଥିତି ବିଷୟରେ।

law against police

ପ୍ରଥମଟି ହେଉଛି, ଆପଣଙ୍କ ନାମରେ ୱାରେଣ୍ଟ ଅଛି ତେବେ ଆପଣ ଏହି କ୍ଷେତ୍ରରେ କିଛି କରିପାରିବେ ନାହିଁ। ଆପଣଙ୍କୁ ପୋଲିସ ନିକଟରୁ ମାଡ ଖାଇବାକୁ ପଡିବ। ଯଦି ଆପଣ ତାଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରିଲେ, ଯେମିତି ଆପଣ ତାଙ୍କୁ ଆକ୍ରମଣ କରିଲେ ଓ ତାଙ୍କର ଜୀବନ ମଧ୍ୟ ଯାଇପାରେ ତେବେ ସେହି ସମୟରେ ସେ ଆପଣଙ୍କୁ ଗୁଳି କରି ମଧ୍ୟ ମାରିପାରିବେ। ଏହି କ୍ଷେତ୍ରରେ ଆପଣ ପୋଲିସଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ।

law against police

ଦ୍ଵିତୀୟଟି ହେଉଛି, ଯଦି ଆପଣ ଓ ପୋଲିସଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେଇଛି। ଓ ପୋଲିସ ଆପଣଙ୍କୁ ଏଥିରେ ଆଘାତ କରୁଛନ୍ତି ତେବେ ଏହି କ୍ଷେତ୍ରରେ ଆପଣ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିପାରିବେ କିନ୍ତୁ ସେଥିରେ ଯଦି ଆପଣଙ୍କର ଜୀବନ ଚାଲିଯାଏ, କିମ୍ବା ହାତ ଭାଙ୍ଗିଦିଅନ୍ତି, କିମ୍ବା କୌଣସି ଆଘାତ ପହଞ୍ଚାନ୍ତି ତେବେ ଆପଣ ଆଇପିସି ଧାରା ୯୬ ରୁ ୧୦୦ ମଧ୍ୟରେ ସେହି ପୋଲିସଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିପାରିବେ।

ଆପଣ କେବଳ ସେତେବେଳେ ମାମଲା ରୁଜ୍ଜୁ କରିବେ ଯେତେବେଳେ ଆପଣଙ୍କର ଜୀବନ ହାନି ହେଉଥିବ କିମ୍ବା ଆପଣ ଗୁରୁତର ଆହତ ହେଉଥିବେ। ନହେଲେ ଆପଣ କାର୍ଯ୍ୟରତ ପୋଲିସଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜ୍ଜୁ କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *