ରାଜ୍ୟ ଖବର

ବାପା କୁ ଟିକେ ଦେଖିବାକୁ ଆର୍ଯ୍ୟାନ୍ ଙ୍କୁ ମ୍ୟାନେଜର ଠୁ ଅନୁମତି ନେବାକୁ ପଡେ, ବଡ଼ ଘର ର ଗୁମର କଥା..

ବାପା ଙ୍କ ଅଚଳାଚଳ ସମ୍ପତ୍ତି । ଦେଶ ଓ ବିଦେଶ ସବୁଠି ଶାହରୁଖ ଖାନ ଙ୍କ ପ୍ରଶଂସକ ନିଶ୍ଚୟ ଥିବେ । ତାଙ୍କୁ ସମସ୍ତେ ଭଲ ପାଇଥାନ୍ତି । ତାଙ୍କ ଅଭିନୟ କୁ ସମସ୍ତେ ପସନ୍ଦ କରିବା ସହ ବ୍ୟକ୍ତିଗତ ଭାବରେ ମଧ୍ୟ କିଙ୍ଗ ଖାନ ଙ୍କୁ ସମସ୍ତେ ପ୍ରଶଂସା କରିଥାନ୍ତି । ତେବେ ତାଙ୍କ ପୁଅ ଙ୍କ ଜୀବନ ର ମୋଡ ବଦଳି ଜୀବନି ତ ? କିଏ କରୁଛି ତାଙ୍କ ପୁଅ କୁ ଟାର୍ଗେଟ ? କ୍ୟାରିଅର ଉପରେ କଣ ପ୍ରଭାବ ପଡ଼ିବ ? ଆସନ୍ତୁ ସେମିତି କିଛି ଖବର ଉପରେ ନଜର ଦେବା ।

ଆର୍ଯ୍ୟନ ଖାନ ଙ୍କ ପାଖରୁ ବହୁତ କିଛି କଥା ଆଦାୟ କରିଛି ଏନସିବି । ସେପଟେ ଆର୍ଯ୍ୟନ ଙ୍କ ପିତା ଶାହରୁଖ ଖାନ କହିଛନ୍ତି ଯିଏ ମୋ ପୁଅ ର ଜୀବନ ବର୍ବାଦ କରିବ ତା ଜୀବନ ମଧ୍ୟ ସ୍ଥିର ରହିପାରିବ ନାହିଁ ?

ଯେତେ ଅତ୍ୟାଚାର ଦିଆ ଯାଉଛି ସେ ସବୁ ର ବଦଲା ନେବି କହିଛନ୍ତି ସେ । ବହୁତ ରାଗିବା ସହ ଭଲ ଠୁ ଭଲ ଓକିଲ ଙ୍କ ସାହଯ୍ୟ ନେଉଛନ୍ତି କିଙ୍ଗ ଖାନ

ତେବେ ତାଙ୍କ ଓକିଲ ମଧ୍ୟ ଲାଗିପଡିଛନ୍ତି ଆର୍ଯ୍ୟନ ସପକ୍ଷରେ ଯୁକ୍ତି ବାଢିବା ପାଇଁ । ଆର୍ଯ୍ୟନ ଙ୍କ ଫୋନ ଚାଟ ରେ ଯେଉଁ ମାଲ କଥା ଲେଖା ହେଇଥିଲା ,ତାହା ଡ୍ରଗ୍ସ ବୋଲି କଣ ପ୍ରମାଣ ଅଛି ? ଆର୍ଯ୍ୟନ ପାର୍ଟି ରେ ଡ୍ରଗ୍ସ ସେବନ କରିଛନ୍ତି କି ? ତାଙ୍କ ପାଖରୁ କିଛି ମିଳିଛି କି ? ଏମିତି କିଛି ଯୁକ୍ତି ରଖିଛନ୍ତି ଶାହରୁଖ ଙ୍କ ଓକିଲ ।

ହେଲେ ସେପଟେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଆର୍ଯ୍ୟନ । ଯାହାକୁ ଶୁଣି ସମସ୍ତେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଇଯିବେ । ଏନସିବି ର ପ୍ରଶ୍ନବାଣ ସମୟରେ ଆର୍ଯ୍ୟନ କହିଛନ୍ତି ସେ ତାଙ୍କ ବାପା ଙ୍କୁ ଦେଖା କରିବାକୁ ଚାହିଁଲେ ଆପୋଏଣ୍ଟମେଣ୍ଟ ନେଇଥାନ୍ତି । ତେବ ସେ ବିଦେଶ ରେ ଥିଲା ବେଳେ ନିଶା ସେବନ କଥା ମଧ୍ୟ ମାନି ଥିଲେ । ତେବେ ତଦନ୍ତ ଜାରି ରହିଛି ।କିଏ ସତ କିଏ ମିଛ କହୁଛି ତାହା ଆଗକୁ ଜଣାଯିବ ।

Leave a Reply

Your email address will not be published. Required fields are marked *