ରାଜ୍ୟ ଖବରଭାଇରାଲ ଭିଡିଓ

ହେଲା ବଡ ଖୁଲାସା, ଡ୍ରଗ୍ସ ଡ଼ିଲରେ ଓଡ଼ିଆ ଲୋକଙ୍କ ଲିଙ୍କ

ଓଡ଼ିଶା ଲୋକ ବାହାରକୁ ଯାଇ ବିଭିନ୍ନ କାମ କରିଥାନ୍ତି । ବିଭିନ୍ନ ଲୋକ ବହୁତ କିଛି ନାଁ କରିଥାନ୍ତି ଯାହାକି ସମସ୍ତେ ଖୁସି ଓ ଗର୍ବିତ ହୋଇଥାନ୍ତି । ହେଲେ ଯେତେବେଳେ ଅପରାଧ ଦୁନିଆ ରେ ଓଡ଼ିଆ ଙ୍କ ଅନ୍ତଭୁକ୍ତି ଥିବା ଜଣା ପଡ଼େ ସେତେବେଳେ ସମସ୍ତଙ୍କୁ କଷ୍ଟ ମଧ୍ୟ ହୋଇଥାଏ । ଡ୍ରଗ୍ସ ପାର୍ଟି ରେ ଓଡ଼ିଆ ମଧ୍ୟ ଥିଲେ ଆସନ୍ତୁ ଜାଣିବା ସେ ସମ୍ପର୍କିତ ସମ୍ପୂର୍ଣ୍ଣ ଖବର ।

ସମୁଦ୍ର ମଧ୍ୟରେ ରେ ଜାହାଜ ରେ ଚାଲିଥିବା ଡ୍ରଗ୍ସ ପାର୍ଟି ବିଷୟରେ ଆପଣ ମାନେ ଶୁଣିଛନ୍ତି । ତେବେ ଏନସିବି ଧରିଥିବା ଅଭିଯୁକ୍ତ ଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ମଧ୍ୟ ଅଛନ୍ତି । ସତରେ ଏହି ଖବର ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲିଟିଛି । ଏନସିବି ରିପୋର୍ଟ ଅନୁଯାୟୀ ଏହି ୨ ଓଡ଼ିଆ ରାଉରକେଲା ର ଅଟନ୍ତି । ସେ ହେଲେ ମନୀଷ ରାଜଗରିଆ ଏବଂ ଅଭିନ ସାହୁ ।

ମନୀଷ ଙ୍କ ପାଖରୁ ଗଞ୍ଜେଇ ମଧ୍ୟ ଜବତ କରିଥିଲା ବେଳେ ,ଅଭିନ ପାର୍ଟିରେ ୨ ଥର ଗଞ୍ଜେଇ ଟାଣିଥିବା କଥା ସ୍ଵୀକାର କରିଛି । ତେବେ ଏହି ୨ ଜଣ ଅଭିଯୁକ୍ତ କିଏ ? ଓଡ଼ିଶା ରୁ ମୁମ୍ବାଇ ଯିବାରେ କିଏ କରିଥିଲା ସାହଯ୍ୟ ? ସେହି ପାର୍ଟି ରେ ଏମାନେ ଗଲେ କେମିତି ? ଏହି ସବୁ ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଥିବ ନିଶ୍ଚୟ । ତେବେ ଏନସିବି ଏହି ସବୁ କିଛି ର ଖୋଲତାଳ ଆରମ୍ଭ କରିଛି ।

ମୁମ୍ବାଇ ଏନସିବି ର ଲଗାତାର ଖୋଲତାଳ ଓ ଯାଞ୍ଚ ରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଷ୍ଟାର କିଡ ସମେତ ୧୧ ଜଣକୁ ଗିରଫ କରା ସାରିଲାଣି । ଆର୍ଯ୍ୟନ ଙ୍କ ସପକ୍ଷ ରେ ବହୁତ ଜଣ ବଲିଉଡ ର ବ୍ୟକ୍ତି ମାନେ ମତ ଦେଉଛନ୍ତି । ତେବେ ଏନସିବି କାହାକୁ ଟାର୍ଗେଟ କରୁନି ବୋଲି କହିଛି । ତେବେ ପୋଲିସ ର ବିନା ଅନୁମତି ରେ କେମିତି ହେଲା ଏହି ପାର୍ଟି ? ଏହି ହାଇ ପ୍ରୋଫାଇଲ ପାର୍ଟି କେଉଁମାନେ ଆୟୋଜନ କରିଥିଲେ ? ତାର ଯାଞ୍ଚ କରା ଯାଉଛି ।ତେବେ ନିଶା ଖାଉଥିବା ବ୍ୟକ୍ତି ଙ୍କୁ ୬ ମାସ ଓ ନିଶା ବିକ୍ରି କରୁଥିଲେ ୧୦ ବର୍ଷ ର ସଜା ସହ ଜୋରିମାନା ମଧ୍ୟ ହୋଇଥାଏ । ଏହି ପାର୍ଟି ରେ ଗିରଫ ହେଇଥିବା ଅଭିଯୁକ୍ତ ମାନଙ୍କୁ କଣ ଦଣ୍ଡ ଦିଆଯିବ ତାହା ତଦନ୍ତ ଶେଷରେ ଜଣା ପଡିବ ।

Leave a Reply

Your email address will not be published. Required fields are marked *