ରାଜ୍ୟ ଖବରSpecial Report

ବଡ ଗୁମର ଖୋଲୁଛି ଆର୍ଯ୍ୟନଙ୍କ ଫୋନ

ସବୁ ଚକ ଚକ କରୁଥିବା ବସ୍ତୁ ସୁନା ନୁହେଁ । ସୁନ୍ଦର ଦେଖା ଯାଉଥିବା ପ୍ରତିଟି ଜିନିଷ ଭଲ ହୋଇ ନ ଥାଏ । ଆମେ ଦେଖୁଥିବା ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ଙ୍କ ପିଲା ମାନେ ଭଲ ପରିବେଶ ରେ ବଢିଥିଲେ ମଧ୍ୟ ସମସ୍ତେ ଯେ ଭଲ ତାହା ଭୁଲ । ତାହା ପ୍ରମାଣ କରି ଦେଖେଇଦେଲେ ଏତେ ବଡ଼ ନାମୀ ହିରୋ ଙ୍କ ପୁଅ ଆର୍ଯ୍ୟନ ଖାନ ।

କଣ ଅଭାବ ଥିଲା ତାଙ୍କ ପାଖରେ । ଏତେ ବଡ ଘର ର ପିଲା ହେଇ ମଧ୍ୟ ଡ୍ରଗ୍ସ ପାର୍ଟି ରେ ଧରା ପଡିବା ସତରେ ବହୁତ ନିନ୍ଦନୀୟ ଖବର । ତେବେ ଅର୍ଯ୍ୟନ ଙ୍କ ଫୋନ ,ଚାଟ ,କଲ , ଭିଡିଓ ଆଦି ରୁ ଏନସିବି କୁ ବହୁତ କିଛି ତଥ୍ୟ ମିଳିଛି । ତେବେ ଏହି ଡ୍ରଗ୍ସ ମାମଲା ରେ ବିଦେଶ ରୁ ଲିଙ୍କ ଥିବା ଜଣା ପଡ଼ିଛି । ଏନସିବି ଗିରଫ କରିଥିବା ବ୍ୟକ୍ତି ଙ୍କ ମଧ୍ୟରେ ୨ ଓଡ଼ିଆ ଥିବା ଜଣା ପଡ଼ିଛି । ତେବେ ଏହି ଘଟଣା ରେ ଆହୁରି ବହୁତ କିଛି ତଥ୍ୟ ମିଳିବ ଯାହାର ତଦନ୍ତ କରାଯାଉଛି ।

ତେବେ ମୁମ୍ବାଇ ଏନସିବି ଓ ଦିଲ୍ଲୀ ଏନସିବି ଏବେ ମିଳିତ ଭାବରେ ଏହି ଘଟଣା ର ଯାଞ୍ଚ କରୁଛନ୍ତି । ଏହି ଘଟଣା ର ଦିଗ ଆଗକୁ କେଉଁ ମୋଡ ନେବ ? ଆଉ କିଏ ଏହି ଘଟଣା
ଭିତରେ ଅନ୍ତର୍ଭୁକ୍ତ ତାହା ଆଗକୁ ସ୍ପଷ୍ଟ ହେବ । ତେବେ ବଲିଉଡ ରେ ମଧ୍ୟ କିଛି ଜଣ ଏହି ଘଟଣା ରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଗୋଟେ ପରେ ଗୋଟେ ସତ ବାହାର କରୁଛି ଏନସିବି । ସବୁ ଅଭିଯୁକ୍ତ ଙ୍କୁ ସାମନା କରି ମଧ୍ୟ ଜେରା କରାଯାଇପାରେ ।

ତେବେ ଆପଣ ମାନେ କ୍ରିପଟୋକରେନସି ବିଷୟ ଶୁଣିଥିବେ । ତେବେ ଏହାକୁ ବ୍ୟବହାର କରି ସବୁ କିଣା ହୋଇଥିବା ଭଳି ତଥ୍ୟ ମିଳିଛି ଏନସିବି କୁ । ବିଟ କଏନ ରେ ପେମେଣ୍ଟ ହୋଇଥିବା ଜାଣିବାକୁ ମିଳିଥିଲା । ତେବେ ଆଗକୁ ସମ୍ପୂର୍ଣ୍ଣ ସତ୍ୟା ସତ ଜାଣିବାକୁ ମିଳିଯିବ । ଏହି ଭଳି ଭଲ ଓ ବଡ଼ ଘର ର ପିଲା ହୋଇ ମଧ୍ୟ କାହିଁକି ଯେ ଏମିତି ନିନ୍ଦନୀୟ କାମ କରୁଛନ୍ତି ତାହା ତାଙ୍କୁ ହିଁ ଜଣା ।

Leave a Reply

Your email address will not be published. Required fields are marked *