ରାଜ୍ୟ ଖବର

Mihir das ଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ପୁଅ Amlan କହିଲେ ଏମିତି, ଦେଖନ୍ତୁ ଭିଡିଓ…

ଆପଣମାନେ ଯଦି ଓଡ଼ିଆ ପ୍ରେମୀ ହୋଇଥିବେ ତେବେ ନିଶ୍ଚୟ ଓଡ଼ିଆ ଫିଲ୍ମ୍ ମଧ୍ୟ ଦେଖିଥିବେ।ଓଲିଉଡ ଇଣ୍ଡଷ୍ଟ୍ରି ର ମିହିର ଦାସ୍ ଙ୍କୁ ଆପଣମାନେ ଜାଣିଥିବେ। ସେ ହେଉଛନ୍ତି ଜଣେ ପୁରୁଣା କଳାକାର ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନ କିଣି ନେଇଛନ୍ତି।ସେ ଅନେକ ପ୍ରକାର ଚଳଚ୍ଚିତ୍ର କରିଛନ୍ତି।

 

ଏବେ କିନ୍ତୁ ମିହିର ଦାସ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ।ମିହିର ଦାସ ଙ୍କ ପୁଅ ଅଭିନେତା ଅମ୍ଳାନ କହିଛନ୍ତି ବାପା ବହୁତ ଜଲ୍ଦୀ ସୁସ୍ଥ ହୋଇଯିବେ। ଯେହେତୁ ୪୮ ଘଣ୍ଟା ହୋଇଛି ମେଡିସିନ ସବୁ ଆସ୍ତେ ଆସ୍ତେ ନିଜ କାମ ଦେଖେଇବା ଆରମ୍ଭ କରିସାରିଲାଣି।ଏବଂ ମିହିର ଦାସ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେଣି।

 

ଯେହେତୁ ଏତେ ଦିନ ହୋଇଗଲାଣି ତାଙ୍କର ଦେହ ଖରାପ୍ ଏଵଂ ତାଙ୍କର କିଡନୀ ଖରାପ୍ ଥିଲା ତାର ପ୍ରତିକ୍ରିୟା ହେବାଟା ସ୍ବାଭାବିକ ।ଏଇଟା ହୋଇଥାଏ।ଏବଂ ଏଇଟା ହେବ ମଧ୍ୟ।ମିହିର ଦାସ ସୁସ୍ଥ ହୋଇ ବାହାରକୁ ମଧ୍ୟ ଆସିବେ।ଆପଣା ମାନଙ୍କର ଭଲ ପାଇବା ଓ ସ୍ନେହ ,ଶ୍ରଦ୍ଧା ହିଁ ରହିଲେ ଯଥେଷ୍ଟ ଆଉ କିଛି ଦରକାର୍ ନାହିଁ।

ଆଉ ମଧ୍ୟ ଅମ୍ଳାନ କହିଛନ୍ତି ଯେତେବେଳେ ମିହିର ଦାସ୍ ଙ୍କ ର ଡାଇଗ୍ନୋଷିସ୍ କରିଥିଲେ ୩ ବର୍ଷ ପୂର୍ବରୁ ତାଙ୍କର କିଡନୀ ଖରାପ୍ ହେବାର ଅସୁବିଧା ଦେଖା ଦେଇଥିଲା।ତାପରେ ମିହିର ଦାସଙ୍କ ର ୨୫ ବର୍ଷ ହୋଇଗଲାଣି ଡାଇବେଟିସ ଓ ସୁଗର ମଧ୍ୟ ରହିଛି।ସେଥିପାଇଁ ମଧ୍ୟ ଆଖି କି କିଡନୀ ରେ ପ୍ରଭାବ ପକେଇଥାଏ।୩ ବର୍ଷ ହେଲାଣି ମିହିର ଦାସ୍ କିଡନୀ ପାଇଁ ଚିକିତ୍ସା ରେ ରହିଥିଲେ।ଜଲ୍ଦୀ ସୁସ୍ଥ ହୋଇଯିବେ ବୋଲି ଅଭିନେତା ଅମ୍ଳାନ କହିଛନ୍ତି।

Leave a Reply

Your email address will not be published. Required fields are marked *