ପ୍ରେମ ବିବାହର କରୁଣ କାହାଣୀ ଦେଖିବାକୁ ମିଳିଛି। ଅସହାୟ ହୋଇ ପଡିଥିଲା ଯୌତୁକ ନିର୍ଯାତନା। ବିବାହର ଚାରି ବର୍ଷ ପରେ ଯୁବତୀଙ୍କ ମୃ-ତ-ଦେହ ଉଦ୍ଧାର। ପରିବାର ଲୋକେ ଆଣିଲେ ହ-ତ୍ୟା ଅଭିଯୋଗ ରାୟଗଡ଼ା ଜିଲାରେ ମୁନିଗୁଡ଼ା ବ୍ଲକ,ଆମ୍ବଦଳା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପରୀକ୍ଷିତ ବିଭାର ଙ୍କ ଝିଅ ସନିଆ ବିଭାର ଚାରି ବର୍ଷ ତଳେ ଆସିଲ କୁଲଦିବିଆ ଙ୍କୁ ବିବାହ କରିଥିଲେ।ତାଙ୍କର ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେବା ସହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉ ଥିବାରୁ ସନିଆ ଗତ ଦୀପାବଳୀ ଦିନ ନିଜ ବାପ ଘରକୁ ଚାଲି ଆସିଥିଲେ।
ବାପ ଘରେ କିଛିଦିନ ରହିବା ପରେ ସମସ୍ୟାର ସମାଧାନ ପାଇଁ ସ୍ବାମୀ ଜଣକ ନିଜ ସ୍ତ୍ରୀ କୁ ବୁଝେଇବା ପାଇଁ ତାଙ୍କର ଶଶୁର ଘରକୁ ଯାଇଥିଲେ। ଏହାପରେ ସେ ମଧ୍ୟ ନିଜ ଶାଶୁ ଘରକୁ ଚାଲି ଯାଇଥିଲେ। ଏହାପରେ ସେଠାରେ ଏକ ଗ୍ରାମରେ ହିଁ,ଏକ ଗଛ ମୂଳରେ ତାଙ୍କର ମୃ-ତ ଦେହ ପଡ଼ି ରହିଛି ବୋଲି ମହିଳାଙ୍କ ଘର ଲୋକ ଖବର ପାଇଥିଲେ। ଏହାପରେ ଶାଶୁଘର ଲୋକେ ଏହାକୁ ଆତ୍ମ-ହ-ତ୍ୟା ବୋଲି କହିଥିବା ବେଳେ ମହିଳାଙ୍କ ପରିବାର ଲୋକେ ଏହାକୁ ତାଙ୍କ ଝିଅକୁ ଜାଣି ଶୁଣି ନିର୍ଯାତନା ଦିଆ ଯାଇଛି ଆଉ ହ-ତ୍ୟା କରାଯାଇଅଛି ବୋଲି ସେ କହିଥିଲେ।
ହେଲେ ଏବେ ପର୍ଯ୍ୟନ୍ତ ଏହି ଘଟଣା ର ପ୍ରକୃତ ସତ୍ୟାସତ୍ୟ କଣ ତାହା ଜଣା ପଡ଼ି ପାରି ନାହିଁ।ଏବେ ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ହିଁ ଘଟଣା ପଛରେ ପ୍ରକୃତ ସତ କଣ ତାହା ଜଣା ପଡ଼ିବ ବୋଲି କୁହା ଯାଉଛି। ଏହି ଘଟଣା ସମ୍ପର୍କରେ ଏବେ ସାରା ଅଞ୍ଚଳରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଲୋକମାନେ ମଧ୍ଯ ଏହାକୁ ନେଇ ନିଜ ନିଜର ମତାମତ ରଖିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।