ରାଜ୍ୟ ଖବର

ଆଶାର ଆଲୋକରେ ସାମ୍ନା ସାମ୍ନା Tapswini-sumit ମିହିର ଦାସ କରିବେ ଅପଶୋ ସମାଧାନ ଦେଖନ୍ତୁ Exclusive Visual

ତପସ୍ୱିନୀ ସୁମିତ ମାମଲାରେ ଦିନକୁ ଦିନ ମାମଲା ଥମିବାର ନାଁ ଧରୁନି । ତପସ୍ଵିନୀ ସୁମିତ ଙ୍କୁ ପାଇବାକୁ ଚାହୁଁଥିବା ବେଳେ ସୁମିତ ତାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ।

ତେବେ ତପସ୍ୱିନୀ ଙ୍କୁ ଅଜଣା କଲ ଆସିବା ସହ ତାଙ୍କ ବାପାଙ୍କୁ ମଧ୍ୟ ଅଜଣା କଲ ଆସୁଛି । ଏହି ଅଜଣା କଲ ରେ ତପସ୍ୱିନୀ ଙ୍କୁ ସୁମିତ ଆଉ ରଖିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି ସେହି କଲ । ଏବଂ କଣ ଆଉ କେତେ ଦରକାର କୁହନ୍ତୁ ଏବଂ କେସ କୁ ବନ୍ଦ କରିଦେବାକୁ କହିଥିଲେ ଅଜଣା ବ୍ୟକ୍ତି ।

ତପସ୍ଵିନୀ ଙ୍କୁ ରଖିବା ପାଇଁ ସୁମିତ ଏବଂ ତାଙ୍କ ପରିବାର ଲୋକେ କେହି ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ତେଣୁକରି ଏହି ମାମଲା ବନ୍ଦ କରିଦେବାକୁ ପ୍ରସ୍ତାବ ଦେଇଥିଲେ ମାତ୍ର ତପସ୍ୱିନୀ ଙ୍କ ବାପା ସଫା ମନା କରିଦେଇଥିଲେ । ଏବଂ ଓଲଟା ତାଙ୍କୁ ପ୍ରଶ୍ନ କରିଥିଲେ ସେ କେତେ ନେବେ ମୋ ଝିଅ କୁ ରଖିନେବେ କୁହନ୍ତୁ ।

ତେବେ ଏହି ସବୁ ମଧ୍ୟରେ ତପସ୍ୱିନୀ ଙ୍କୁ ଆଶାର ଆଲୋକରେ ମାମଲା ସମାଧାନ କରିବା ପାଇଁ ଉପଦେଶ ଦିଆଯାଇ ଥିଲା । ତେବେ ତପସ୍ୱିନୀ ମଧ୍ୟ ରାଜି ଯଦି ସୁମିତ ରାଜି ହେଇଯିବେ ସେ ନିଶ୍ଚିନ୍ତ ଆସିବେ ବୋଲି କହିଥିଲେ । ତେବେ ଏହି ସମ୍ପର୍କ ରେ ସୁମିତ ଙ୍କ ପ୍ରତିକ୍ରିୟା ନେବା ବାକି ରହିଛି ।

Leave a Reply

Your email address will not be published. Required fields are marked *