Devotional

ଆସିଥିଲେ ଜଗାକୁ ଦର୍ଶନ କରିବା ପାଇଁ, ଜଗାକୁ ଚାହିଁ ଚାହିଁ ବାଇଶି ପାହାଚରେ ଚାଲିଗଲା ଜୀବନ…

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଗା ଆଗରେ ଶ୍ରୀମନ୍ଦିର ଭିତରେ ଜଣେ ଭକ୍ତଙ୍କର ଜୀବନ ଚାଲିଗଲା। ଘରୁ ହସ ଖୁସିରେ ଭକ୍ତ ଜଣଙ୍କ ଆସିଥିଲେ ଜଗାକୁ ଦର୍ଶନ କରି ଅଭଡ଼ା ଖାଇ ଯିବେ ବୋଲି।

ହେଲେ ଜଗାଙ୍କ ଆଗରେ ଭକ୍ତଙ୍କ ଜୀବନ ଚାଲିଯାଇଥିଲା। ବାଇଶି ପାହାଚରେ ଚାଲୁ ଚାଲୁ ପ୍ରଫୁଲ୍ଲ କୁମାର ସ୍ଵର୍ଗଦ୍ଵାରରେ ଯାଇ ପହଞ୍ଚିଛନ୍ତି। ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ପ୍ରଫୁଲ୍ଲ କୁମାର ସାହୁଙ୍କ ସହିତ ଘଟିଛି। 

ଏ ଖବର ସମସ୍ତେ ଶୁଣି କହୁଛନ୍ତି- “ହେ ପ୍ରଭୁ! କାଳିଆ ତମ କଳାଅନ୍ଧାର ମତେ ମିଶେଇଦିଅ”। ଆଜି ଯେତେବେଳେ ସେହି ଗୀତ ସବୁ ଆଡ଼େ ଭାଇରାଲ ହେଉଛି- “ମୁଁ ଅନିଦ୍ରା ଆଖି ତୁ ଶେଷ ଠିକଣା ମୁଁ ଝୁଣ୍ଟିଲା ପାଦ ମୁଁ ଶେଷ ଠିକଣା। ହେ କାଳିଆ ମତେ ତୋ କଳା ଅନ୍ଧାରରେ ମିଶେଇଦେ”।

ସେ ଗୀତ ଶୁଣିବା କ୍ଷଣି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଛି। ଆଜି ସତକୁ ସତ ଜାଗା ଆଗରେ ତା’ର ଜଣେ ଭକ୍ତ କଳାଅନ୍ଧାରରେ ମିଶି ଯାଇଛି। ଅନୁଗୁଳ ଜିଲ୍ଲା ବନ୍ତୋଲଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁକୂଲା ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ।

ପ୍ରଫୁଲ୍ଲ କୁମାର ରବିବାର ଦିନପରିବାର ଲୋକଙ୍କୁ ନେଇ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିଲେ। ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ବହୁତ ଖୁସିରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପରେ ଜାଗାଙ୍କୁ ଦେଖି ପ୍ରଫୁଲ୍ଲ ସେମିତି ଗୋଟିଏ ଲୟରେ ଚାହିଁ ରହିଥିଲେ।

କିଛି ସମୟ ସେମିତି ଗୋଟିଏ ଲୟରେ ଜାଗାଙ୍କୁ ଚାହିଁ ରହୁଥିବା ବେଳେ ପ୍ରଫୁଲ୍ଲ ସେହି ଠାରେ ହିଁ ଟଳି ପଡ଼ିଥିଲେ। ପ୍ରଫୁଲ୍ଲଙ୍କ ଜୀବନ ଶ୍ରୀମନ୍ଦିର ଭିତରେ ଚାଲିଯାଇଥିଲା।

ପ୍ରଫୁଲ୍ଲ ସାହୁଙ୍କ ବୟସ ୫୫ ବର୍ଷ। ଏମସିଏଲ୍ କମ୍ପାନୀରେ ପ୍ରଫୁଲ୍ଲ କାମ କରନ୍ତି। ପ୍ରଫୁଲ୍ଲ ଜାଗାଙ୍କୁ ଦେଖିବାକୁ ଆସି ଶ୍ରୀମନ୍ଦିର ଭିତରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପ୍ରଫୁଲ୍ଲ ବଞ୍ଚିଥିବା ବେଳେ କହିଥିଲେ ଯେ, ତାଙ୍କ ଆଖି ଦୁଇଟିକୁ ଦାନ କରିଦେବାକୁ।

ଆଉ ଶେଷରେ ସତରେ ପ୍ରଫୁଲ୍ଲଙ୍କ ଆଖି ଦୁଇଟି ଦାନ କରିଦେଇଛନ୍ତି ପରିବାର ଲୋକେ। ପୁଣିଥରେ ପ୍ରଫୁଲ୍ଲଙ୍କ ଆଖି ଅନ୍ୟ କାହା ଶରୀରରେ ଲାଗି ଜାଗା ଦର୍ଶନ କରିବାର ସୁଯୋଗ ମିଳିପାରିବ।

Leave a Reply

Your email address will not be published. Required fields are marked *