ମନୋରଞ୍ଜନ

Ranu mandal ଙ୍କୁ ଏହି ସମୟ ରେ salman khan ୫୫ ଲକ୍ଷ୍ୟ ଟଙ୍କା ର ଘର ଦେଲେ ଉପହାର, ରାନୁ ଖୁସି ରେ ହେଇଗଲେ ପାଗଳ…

ସୋସିଆଲ ମିଡିଆ ଜରିଆରେ ରାତାରାତି କିଭଳି ଜଣେ ସାଧାରଣ ଲୋକଙ୍କ ଭାଗ୍ୟ ଚମକି ଥାଏ ତାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ପଶ୍ଚିମବଙ୍ଗର ରେଳ ଷ୍ଟେସନରେ ଗୀତ ଗାଇ ଭିକ୍ଷା ବୃତ୍ତି କରି ନିଜର ଜୀବିକା ନିର୍ବାହ କରୁଥିବା ରାନୁ ମଣ୍ଡଳ।

ବଲିଉଡ ସିଙ୍ଗର ରାନୁ ମଣ୍ଡଲ ତାଙ୍କ ସୁମଧୁର ସ୍ୱର ଲାଗି ଇଣ୍ଟରନେଟ୍ ରେ ସମସ୍ତେ ତାଙ୍କ ଫ୍ୟାନ ହୋଇଯାଇଛନ୍ତି।ସେ କେବଳ ସୋସିଆଲ ମିଡିଆରେ ଷ୍ଟାର୍ ହୋଇଛନ୍ତି ତାହା ନୁହେଁ।ବରଂ ସେ ତାଙ୍କ ଗୀତ ପାଇଁ ବଲିଉଡର ତାରକା ମାନଙ୍କ ପାଖରେ ପରିଚିତ ହୋଇଛନ୍ତି।

ସୋସିଆଲ ମିଡିଆରେ ତାଙ୍କର ଗୀତ ଭାଇରାଲ ହେବା ପରେ ସେ ପାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା।ବଲିଉଡ ସଂଗୀତକାର ହିମେଶ୍ ରେସ୍ମୀୟା ନିଜର ଆଗାମୀ ଫିଲ୍ମରେ”ତେରୀ ମେରୀ କହାନୀ”ଗୀତରେ ରାନୁ ଙ୍କୁ ଗାଇବାକୁ ସୁଯୋଗ ଦେଇଥିଲେ।ତାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିଲେ ବୋଲି ଶୁଣା ଯାଉଛି।

ସଲମାନ୍ ଖାନ୍ ଙ୍କ ଦଵଙ୍ଗ୩ ଫିଲ୍ମରେ ତାଙ୍କୁ ଗୀତ ଗାଇବା ପାଇଁ ମଧ୍ୟ ସୁଯୋଗ ମିଳିଥିବା ନେଇ ଚର୍ଚ୍ଚା ହେଉଛି।ତାଙ୍କୁ ସଲମାନ୍ ଖାନ୍ ୫୫ ଲକ୍ଷ ଟଙ୍କାର ଗୋଟେ ଘର ଉପହାର ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।ସେହିପରି ଅକ୍ଷୟ କୁମାର ମଧ୍ୟ ତାଙ୍କ ନୂଆ ଫିଲ୍ମରେ ରାନୁ ଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *