special riport

Tapswini ଙ୍କୁ ରଖିବେନି ସୁମିତ କରିଦେଲେ ସ୍ପଷ୍ଟ ଜାନୁଆରୀ ୪ ରେ ଆସିବେନି କୋର୍ଟ ଦେଖନ୍ତୁ କଣ କହିଲେ Sumit ଙ୍କ Advocate

ତପସ୍ଵିନୀ ସୁମିତ ମାମଲାରେ ଦିନକୁ ଦିନ ଏମିତି ମାମଲା ସାମ୍ନାକୁ ଆସୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ତପସ୍ଵିନୀ ସୁମିତ ଏବଂ ତାଙ୍କ ବାପା ଙ୍କୁ କ୍ଷମା ମାଗିଥିବା ବେଳେ ସୁମିତ ଏକ ଅଡ୍ଡିଓ ଜାରି କରିଥିଲେ ।

ଏବଂ ସ୍ପଷ୍ଟ କରିଥିଲେ ଦୁହିଁଙ୍କ ମିଳନ ଆଉ କେବେ ସମ୍ଭବ ନୁହେଁ । ସେ ଆଉ ତପସ୍ୱିନୀ ଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ତପସ୍ୱିନୀ ନ୍ୟାୟ ପାଇବା ପାଇଁ ସୁମିତ ଙ୍କ ଘର ବାରଣ୍ଡାରେ ବସି ରହିଛନ୍ତି ।

ଶଶୁର ମଧ୍ୟ ବୋହୂଙ୍କୁ ଆପଣେଇ ବାକୁ ନାରାଜ ଅଟନ୍ତି । ବର୍ତ୍ତମାନ ସାରା ଓଡ଼ିଶାରେ ତପସ୍ୱିନୀ ଙ୍କ ପାଇଁ ଉତ୍ସାହ ଲାଗି ରହିଥିବା ବେଳେ ସେ ଆଜି ନ୍ୟାୟ ପାଇ ପାରୁ ନାହାନ୍ତି ବୋଲି ସମସ୍ତଙ୍କ ମନରେ ଦୁଃଖ । କିପରି ସେ ନ୍ୟାୟ ପାଇବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ।

ସମସ୍ତେ କେବଳ ଗୋଟିଏ ତାରିଖକୁ ଅପେକ୍ଷା କରି ରହିଥିଲେ ଯାହା କି ହେଉଛି ଜାନୁଆରୀ ୪ । ସେହିଦିନ ଆମ୍ନା ସାମ୍ନା ହୋଇଥାନ୍ତେ ତପସ୍ୱିନୀ ଏବଂ ସୁମିତ । କିନ୍ତୁ ଯେତେବେଳେ ସୁମିତ ଙ୍କ ଓକିଲ ଙ୍କୁ ତାଙ୍କ ବିଷୟରେ ପଚରା ଯାଇଥିଲା ସେ ନିରବ ରହିଥିଲେ ।

ଆଗରୁ ଯେତେ ସବୁ ତାରିଖ ଥିଲା ସେତେବେଳେ ଅନୁପସ୍ଥିତ ଥିଲେ ସୁମିତ । ତେବେ ଜାନୁଆରୀ ୪ ରେ ଯଦି ସୁମିତ ନ ଆସନ୍ତି ତେବେ ତପସ୍ୱିନୀ ମଧ୍ୟ ସେ ଘରୁ ଉଠିବାକୁ ବାଧ୍ୟ ହେବେ ।

Leave a Reply

Your email address will not be published. Required fields are marked *