ସଡକ କଡରେ ଛିଡା ହୋଇଥିବା ବାଇକରୁ ହାତୀ ଟଙ୍ଗା ହୋଇଥିବା ହେଲମେଟକୁ ବାହାର କରିବାକୁ ଲାଗିଲା, ଭିଡିଓରେ ଦେଖନ୍ତୁ ପୁଣି ହେଲା କଣ

ହାତୀକୁ ପୃଥିବୀର ସବୁଠାରୁ ସଂବେଦନଶୀଳ ପଶୁ ମଧ୍ୟରେ ଗଣନା କରାଯାଏ, କିନ୍ତୁ ଯେତେବେଳେ ତାକୁ ରାଗ ଲାଗେ ସେତେବେଳେ ଏମିତି କାରନାମା କରେ ଯାହାକୁ ଦେଖି ତାକୁ ସଂବେଦନଶୀଳ ପଶୁ କହିବା ଭୁଲ ହୋଇଯିବ। ସୋସିଆଲ ମିଡିଆରେ ଆମକୁ ଏକ ଭିଡିଓ ଦେଖିବାଉ ମିଳିଛି। ଯାହାକୁ ଦେଖିକରି ପ୍ରତ୍ଯେକ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଭିଡିଓକୁ ଭାରତୀୟ ବନସେବାର ଅଧିକାରୀ ପ୍ରବୀଣ ଅଙ୍ଗୁସାମୀ ନିଜର ଟୁଇଟର ଏକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ଦୟାକରି କେହି ଏହି ଭୋକିଲା ସଜ୍ଜନକୁ କୁହନ୍ତୁକି ହେଲମେଟ ପିନ୍ଧିବା ଦ୍ଵାରା ଜୀବନ ରକ୍ଷା ହୁଏ, ଖାଇବା ଦ୍ଵାରା ନୁହେଁ।

ଭିଡିଓରେ ଦେଖିପାରିବେକି ସଡକ କଡରେ ଏକ ବାଇକ ଛିଡା ହୋଇଛି। ବାଇକର ହ୍ୟାଣ୍ଡେଲରେ ଏକ ହେଲମେଟ ଟଙ୍ଗା ହୋଇଛି। ସେତିକିବେଳେ ଏକ ଭୋକିଲା ହାତୀ ଆସେ ଓ ବାଇକ ପାଖରେ ଛିଡା ହୁଏ। ଏହା ଦେଖି ସେଠାରେ ଛିଡା ହୋଇଥିବା ଲୋକ ଭିଡିଓ କରିବାକୁ ଲାଗନ୍ତି ଓ କିଛି କଥାବାର୍ତ୍ତା ହେବାକୁ ଲାଗନ୍ତି। ହାତୀ ବାଇକରୁ ହେଲମେଟ ବାହାର କରିବାକୁ ଚେଷ୍ଟା କରେ। ସେ ଏତେ ମାତ୍ରାରେ ଭୋକିଲା ଥିଲାଯେ ସେ ହେଲମେଟ ବାହାର କରି ଶୁଣ୍ଢ ସାହାଯ୍ୟରେ ସିଧାସଳଖ ମୁହଁକୁ ନେଇଯାଏ।

ଏହା ଦେଖିକରି ସେଠାରେ ଛିଡା ହୋଇଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାନ୍ତି। ହାତୀ ଏକ ମୂହୁର୍ତ୍ତରେ ହେଲମେଟକୁ ଖାଇଯାଏ। ହେଲମେଟ ଖାଇ ସାରିବା ପରେ ହାତୀ ସେଠାରେ ବହୁତ ଆରାମରେ ଚାଲିଯାଏ। ଭିଡିଓରେ ଲୋକଙ୍କୁ କହୁଥିବାର ଶୁଣାଯାଉଛୁକି ବର୍ତ୍ତମାନ ସେ ହେଲମେଟକୁ ଖାଇଯିବ। ଏହି ଭିଡିଓ ଜୁନ ୧୦ର ଦ୍ଵିପହରରେ ସେୟାର କରାଯାଇଥିଲା। ଯାହାକୁ ବର୍ତ୍ତମାନ ପର୍ଯ୍ଯନ୍ତ ସାଢେ ଛଅଶହରୁ ଅଧିକ ଭ୍ୟୁ ମିଳିସାରିଛି। ଏହା ସହିତ ୭୩ଟି ଲାଇକ୍ସ ଓ ଛଅଥର ଏହି ଭିଡିଓକୁ ରିଟୁଇଟ କରାଯାଇସାରିଛି।

ଏହି ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଲେକି, ହେଲମେଟ ଖାଇବା ତାଙ୍କ ପାଇଁ ଘାତକ ହୋଇପାରେ। ଏହା ଉପରେ ପ୍ରବୀଣ ଅଙ୍ଗୁସାମୀ ଲେଖିଲେକି, ସ୍ଵାଭାବିକ ରୂପରେ ଏହା ବାନ୍ତିରେ ବାହାରି ଯାଇଥିବ। କାରଣ ଏହା ଛୋଟ ବସ୍ତୁ ନୁହେଁ। ଆଶାକରୁଛୁକି, ସେ ଏହାକୁ ଫିଙ୍ଗି ଦେଇଥିବ।

Leave a Comment

Your email address will not be published. Required fields are marked *

Scroll to Top